• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ମାହାଙ୍ଗାରେ ପାଣ୍ଡିଆନ୍‌ଙ୍କ ରଣହୁଙ୍କାର: ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ

FNN WEB by FNN WEB
May 20, 2024
in ଓଡ଼ିଶା, ମୁଖ୍ୟ ଖବର, ରାଜନୀତି
0
ମାହାଙ୍ଗାରେ ପାଣ୍ଡିଆନ୍‌ଙ୍କ ରଣହୁଙ୍କାର: ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ
0
SHARES
5
VIEWS

ଅଙ୍କିତ୍‌ଙ୍କୁ ଭୋଟ ଦେବାକୁ ଅପିଲ୍‌ କଲେ

ମାହାଙ୍ଗା: ଓଡ଼ିଶାକୁ ପ୍ରଚାର କରିବାକୁ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେଡି ସରକାର ଉପରେ ବର୍ଷିବା ପରେ ଜବାବ ରଖିଛନ୍ତି ବିଜେଡି ନେତା ତଥା ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌‌। ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିବା ପରେ ମାହାଙ୍ଗାରେ ଏହାର ଜବାବ ଦେଇ ପାଣ୍ଡିଆନ କହିଛନ୍ତି ଓଡ଼ିଶାରେ ନବୀନ ବାବୁଙ୍କ ସରକାର ସ୍ଲୋ ବୋଲି ପ୍ରଧାନମନ୍ତ୍ରୀ କହୁଛନ୍ତି। ହେଲେ ସମ୍ବଲପୁର-କଟକ ଏନଏଚ-୫୫ ରାସ୍ତା କାମ ୮ବର୍ଷ ହେଲାଣି ଚାଲୁଛି। ପ୍ରତିଦିନ କେତେ ଲୋକ ମୃତ୍ୟୁବରଣ କରୁଛନ୍ତି। ଏହା କଣ ସ୍ପିଡ୍‌‌ କାମ। କୋଷ୍ଟାଲ ହାଇୱେ କାମ କରିବେ କହିକି ୧୦ବର୍ଷ ହେଲାଣି ଗୋଟିଏ ବି ଇଟା ପକାଇ ନାହାଁନ୍ତି କେନ୍ଦ୍ର ସରକାର। ତା ସହିତ ସବୁ ରାଜ୍ୟରେ କ୍ୟାପିଟାଲ ରିଙ୍ଗ ରୋଡ୍‌‌ କରୁଛନ୍ତି। ଭୁବନେଶ୍ୱରରେ କ୍ୟାପିଟାଲ ରିଙ୍ଗ ରୋଡ କାମ ପାଇଁ ଗୋଟିଏ ବି ଇଟା ପକାଇନାହାଁନ୍ତି ବୋଲି ପାଣ୍ଡିଆନ୍‌‌ କହିଛନ୍ତି।
ଅନ୍ୟପଟେ ପ୍ରଧାନମନ୍ତ୍ରୀ ଯଦି ପାରୁଛନ୍ତି ନବୀନ ବାବୁଙ୍କୁ ଶପଥ ନେବା ଦିନ ୩ଟି ଗିଫ୍ଟ ଦିଅନ୍ତୁ। ପ୍ରଥମରେ ଚାଷୀଙ୍କୁ ପ୍ରତିଶ୍ରୁତି ମୁତାବକ ୩୧୦୦ ଟଙ୍କା ଏମଏସପି ଦିଅନ୍ତୁ, ଦ୍ୱିତୀୟରେ କୋଇଲା ରୟାଲଟି ଡବଲ ଏବଂ ତୃତୀୟରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ କରନ୍ତୁ। ଏଭଳି କହି ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ୍‌‌।

ମାହାଙ୍ଗା ନିର୍ବାଚନ ମଣ୍ଡଳୀ କୂଆଁପାଳ ବଣୁଆ କଲେଜ ପଡ଼ିଆ ପରିସରରେ ଚଳିତ ନିର୍ବାଚନକୁ ଦୃଷ୍ଟିରେ ରଖି ଏକ ବିଶାଳ ଜନସମର୍ଥନ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାହାଙ୍ଗା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବରିଷ୍ଠ ବିଜେଡ଼ି ନେତା ଭି.କାର୍ତ୍ତିକେୟାନ ପାଣ୍ଡିଆନ ଯୋଗଦାନ କରି ବିଜେଡ଼ି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଏବଂ ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନାଙ୍କୁ ଡ଼ବଲ ଶଙ୍ଖ ଚିହ୍ନରେ ମୋହର ମାରି ବିପୁଳ ସଂଖ୍ୟାରେ ଜୟଯୁକ୍ତ କରିବା ପାଇଁ ଉପସ୍ଥିତ ହଜାର ହଜାର ସଂଖ୍ୟାରେ ଜନସାଧାରଣଙ୍କୁ ଆହ୍ବାନ ଦେଇଥିଲେ l

ସେହିପରି ଭାବେ ଦୀର୍ଘ ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ, ନିର୍ମଳ ଶାସନରେ ଅନୁପ୍ରାଣିତ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ପ୍ରତି ମାହାଙ୍ଗା ଅଞ୍ଚଳବାସୀଙ୍କ ବିପୁଳ ଜନସମର୍ଥନ ରହିଛି, ବିରୋଧୀ ଯେତେ ଚକ୍ରାନ୍ତ କଲେ ମଧ୍ୟ ପ୍ରତାପଙ୍କ ଗୋଟି ଚାଳନାରେ ମାହାଙ୍ଗା ବିଧାୟକ ପ୍ରାର୍ଥୀ ଅଙ୍କିତ ୧ଲକ୍ଷରୁ ଉର୍ଦ୍ଧ୍ବ ଭୋଟରେ ଜିତି ପୁର୍ନବାର ମାହାଙ୍ଗାର ବିକାଶକୁ ଆଗେଇ ନେବେ ବୋଲି ଭି.କେ ପାଣ୍ଡିଆନ ପ୍ରକାଶ କରିଥିଲେ । ଏପରିକି ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଯଥା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମମତା ଯୋଜନା, ଛାତ୍ର ଛାତ୍ରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବିଦ୍ୟାବୃତ୍ତି ଯୋଜନା, ମଧୁବାବୁ ପେନସନ ଯୋଜନା, ଚାଷୀଙ୍କ ପାଇଁ କାଳିଆ ଯୋଜନା, ମିଶନଶକ୍ତି ଯୋଜନା, ୫-ଟି ମାଧ୍ୟମରେ ସମଗ୍ର ଓଡ଼ିଶାର ରୂପାନ୍ତିକରଣ ଆଦି ବିଭିନ୍ନ ବିକାଶମୂଳକ ଯୋଜନା ଭଲ କି ବୋଲି ଭି.କେ ପାଣ୍ଡିଆନ ଜନସାଧାରଣଙ୍କ ନିକଟରୁ ପଚାରି ବୁଝିଥିଲେ । ଜନସାଧାରଣ ଭି.କେ ପାଣ୍ଡିଆନଙ୍କ ପ୍ରଶ୍ନର ଉତ୍ତର ହଁ ରଖିଥିଲେ l ଏପରିକି ବିଜୁ ଜନତା ଦଳ ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୯ ତାରିଖରେ ପୁର୍ନବାର ଓଡ଼ିଶା ବାସୀଙ୍କ ଆର୍ଶିବାଦରେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଆପଣ ମାନେ ଖୁସି ତ ନାହିଁ ବୋଲି ପଚାରି ବୁଝିଥିଲେ l ଯେଉଁଥିରେ ଉତ୍ତର ରଖି ଜନସାଧାରଣ ପ୍ରକାଶ କରିଥିଲେ ଓଡିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଛାଡିଦେଲେ ନେତା ନାହାଁନ୍ତି l

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁନର୍ବାର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଯାହାକି ଓଡ଼ିଶା ସମେତ ସମଗ୍ର ବିଶ୍ବ ପାଇଁ ଇତିହାସ ସୃଷ୍ଟି କରିବାକୁ ଯାଉଛି । ଏପରିକି ଭି.କେ ପାଣ୍ଡିଆନ ବିରୋଧୀ ବିଜେପି ସରକାରଙ୍କୁ କଟୁ ସମାଲୋଚନା କରିବା ସହିତ ଖାଲି ବଡ଼ ବଡ଼ କଥା କହି ଡବଲ ଇଂଜିନ ସରକାର ଗଢିବା କଥା କହୁଥିବା କେନ୍ଦ୍ର ସରକାର ଓଡ଼ିଶାର ବିକାଶ ପାଇଁ ମାଟି ବି ଚୋଟେ ପକାଇ ନାହାଁନ୍ତି ଖାଲି କଥା ବଡ଼ କାମରେ ଜିରୋ ବୋଲି ଜନସାଧାରଣଙ୍କୁ ସମ୍ବୋଧନ କରିଥିଲେ। ଏପରିକି ମହାଙ୍ଗାରେ ଆଜିର ଏହି ବିଶାଳ ସଭାକୁ ଦେଖିଲା ପରେ ବିରୋଧୀଙ୍କ ନିଦ ଭାଙ୍ଗିଯାଇଥିବ ଏବଂ ଏହି ବିଶାଳ ସମାବେଶ ସୂଚିତ କରୁଛି କି ବିଜେଡ଼ି ପ୍ରାର୍ଥୀ ବହୁ ସଂଖ୍ୟାରେ ବିଜୟ ଲାଭ କରି ସମଗ୍ର ଓଡ଼ିଶାରେ ରେକର୍ଡ଼ ସୃଷ୍ଟି କରିବେ । ଏହି କାର୍ଯ୍ୟକ୍ରମରେ ଭି.କେ ପାଣ୍ଡିଆନଙ୍କ ସହିତ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା, ବିଜେଡ଼ି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଏବଂ ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା, ବିଜେଡ଼ି ନେତୃବୃନ୍ଦଙ୍କ ସମେତ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ହଜାର ହଜାର ସଂଖ୍ୟାରେ ଜନସାଧାରଣ, ଯୁବକ, ମହିଳା, ବରିଷ୍ଠ ନାଗରିକ ଯୋଗଦାନ କରିଥିଲେ ।

Previous Post

ଶେଷ ହେଲା ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ

Next Post

ହତୋତ୍ସାହିତ ଦଳୀୟ କର୍ମୀଙ୍କ ମନୋବଳ ବଢାଉଛନ୍ତି ପ୍ରଧାନମନ୍ତ୍ରୀ: ବିଜେଡି

FNN WEB

FNN WEB

Next Post
ହତୋତ୍ସାହିତ ଦଳୀୟ କର୍ମୀଙ୍କ ମନୋବଳ ବଢାଉଛନ୍ତି ପ୍ରଧାନମନ୍ତ୍ରୀ: ବିଜେଡି

ହତୋତ୍ସାହିତ ଦଳୀୟ କର୍ମୀଙ୍କ ମନୋବଳ ବଢାଉଛନ୍ତି ପ୍ରଧାନମନ୍ତ୍ରୀ: ବିଜେଡି

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

August 28, 2026
SCB ମେଡିକାଲ୍ କଲେଜର ଡାଟା ଏଣ୍ଟ୍ରି ଅପରେଟର ଗିରଫ, ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ

SCB ମେଡିକାଲ୍ କଲେଜର ଡାଟା ଏଣ୍ଟ୍ରି ଅପରେଟର ଗିରଫ, ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ

August 28, 2026
ମିଳିଲା ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି , ୧.୩ କୋଟି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା

ମିଳିଲା ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି , ୧.୩ କୋଟି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା

August 28, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

August 28, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.