• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ରାଜ୍ୟରେ ତେଲ ପାଇଁ ହାହାକାର: କେଉଁଠି ଲମ୍ବା ଲାଇନ୍‌ ତ କେଉଁଠି ତାଲା

FNN WEB by FNN WEB
May 14, 2026
in ଓଡ଼ିଶା, ମୁଖ୍ୟ ଖବର
0
ରାଜ୍ୟରେ ତେଲ ପାଇଁ ହାହାକାର: କେଉଁଠି ଲମ୍ବା ଲାଇନ୍‌ ତ କେଉଁଠି ତାଲା
0
SHARES
2
VIEWS

ଭୁବନେଶ୍ୱର : ଉପାନ୍ତ ଓ ଗ୍ରାମାଞ୍ଚଳ ପରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିବାରେ ଲାଗିଛି ତେଲ ଅଭାବର ଚିତ୍ର । ରାଜ୍ୟର ବିଭିନ୍ନ ଜିଲାରେ ପେଟ୍ରୋଲ/ଡିଜେଲର ଅଭାବ ପରିଲକ୍ଷିତ ହୋଇଛି। ରୋଷେଇ ଗ୍ୟାସ ପାଇଁ ଲୋକେ ଧାଡ଼ି ଲଗାଇବା ପରେ ଏବେ ପେଟ୍ରୋଲ ନେବା ପାଇଁ ଚାଲିଛି ପ୍ରତିଯୋଗିତା । ଲମ୍ବା ଧାଡିରେ ଦୀର୍ଘ ସମୟ ଧରି ଛିଡା ହୋଇ ତେଲ ପକାଉଛନ୍ତି ଲୋକେ । ରାଜଧାନୀ ଭୁବନେଶ୍ୱରର କିଛି ପେଟ୍ରୋଲ ପମ୍ପ ବନ୍ଦ ଥିବାବେଳେ ଅନ୍ୟ ପେଟ୍ରୋଲ ପମ୍ପରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଆଗକୁ ପେଟ୍ରୋଲ ମିଳିବ କି ନାହିଁ ଗ୍ରାହକମାନେ ସେହି ଆଶଙ୍କାରେ ଥିବାରୁ ପେଟ୍ରୋଲ ନେବା ପାଇଁ ଭିଡ଼ ଲଗାଇଛନ୍ତି । ଏଥିସହିତ ଆବଶ୍ୟକୀୟ ପରିମାଣର ତେଲ ମଧ୍ୟ ମିଳୁ ନ ଥିବା ଉପଭୋକ୍ତାମାନେ ଅଭିଯୋଗ କରିଛନ୍ତି। କଟକଣା ଅନୁସାରେ ଦୁଇ ଚକିଆ ଗାଡ଼ିକୁ ୨ଶହ ଟଙ୍କା ଓ ଚାରି ଚକିଆ ଗାଡ଼ିକୁ କେଉଁଠି ହଜାରେ ଟଙ୍କା ତ ଆଉ କେଉଁଠି ୨ହଜାର ଟଙ୍କାର ତେଲ ମିଳୁଛି । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ପ୍ରତିଦିନ ଗାଡ଼ି ଧରି କାମରେ ବାହାରୁଥିବା ମଣିଷ ।

ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ସଙ୍କଟ ଏବେ ଚରମ ସୀମାରେ ପହଞ୍ଚିଛି। ସହରର ଅଧିକାଂଶ ପେଟ୍ରୋଲ ପମ୍ପରେ ତେଲ ସରିଯାଇଥିବାରୁ ‘ନୋ ଷ୍ଟକ୍’ ବୋର୍ଡ ଲଗାଯାଇ ପମ୍ପଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆଯାଇଛି। ଏଭଳି ସ୍ଥିତିରେ ଯେଉଁ କେତେକ ସୀମିତ ପେଟ୍ରୋଲ ପମ୍ପ ଖୋଲା ରହିଛି, ସେଠାରେ ଗ୍ରାହକଙ୍କର ଅସମ୍ଭବ ଭିଡ଼ ଦେଖିବାକୁ ମିଳୁଛି । ​ଭୁବନେଶ୍ୱର ପେଟ୍ରୋଲ ପମ୍ପରେ ଆଜି ସକାଳୁ ଲମ୍ବା ଲାଇନ ଦେଖିବାକୁ ମିଳିଛି। ଲୋକଙ୍କୁ ପ୍ରାୟ ଦେଢ଼ରୁ ଦୁଇ ଘଣ୍ଟା କାଳ ଲମ୍ବା ଲାଇନରେ ଛିଡ଼ା ହେବାକୁ ପଡୁଛି। ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ପରେ ଯାଇ ଲୋକଙ୍କୁ ତେଲ ମିଳୁଛି। ବିଶେଷକରି ଗ୍ରାମାଞ୍ଚଳର କେତେକ ଟାଙ୍କିରେ ତେଲ ନ ଥିବାରୁ ସମସ୍ୟା ବହୁଗୁଣିତ ହୋଇଛି। ରାଜ୍ୟର କେନ୍ଦୁଝର, ଭଦ୍ରକ, ସୋର, ତେଲକୋଇ, ବଲାଙ୍ଗୀର, ଯାଜପୁର ସହରରେ ତେଲର ଅଭାବ ଦେଖାଦେଇଥିବାବେଳେ ଭଞ୍ଜନଗର, ରାଉରକେଲା, ନୀଳଗିରି, ପାରାଦୀପରେ ମଧ୍ୟ ତେଲର ସଂକଟ ଦେଖାଦେଇଛି। ଫଳରେ ଗାଡ଼ିଚାଳକମାନେ ତେଲ ଅଭାବ ଯୋଗୁ କାନ୍ଦିଲେଣି।

ତୈଳ ସଙ୍କଟ ଯୋଗୁଁ ରାଜ୍ୟରେ ଘରୋଇ ବସ୍ ଚଳାଚଳ ପ୍ରଭାବିତ ହୋଇଥିବା ଅଭିଯୋଗ ହୋଇଛି। ରାଜ୍ୟରେ ୧୪ ହଜାର ଘରୋଇ ବସ୍‌ ଚଳାଚଳ କରୁଥିବା ବେଳେ ଏବେ ପାଖାପାଖି ୨ ହଜାର ବସ୍‌ ବନ୍ଦ ହୋଇଗଲାଣି ବୋଲି କହିଛନ୍ତି ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ। ସେ କହିଛନ୍ତି, ପେଟ୍ରୋଲ ପମ୍ପରେ ତେଲ ନମିଳିବା ଯୋଗୁଁ ବିଭିନ୍ନ ଜିଲ୍ଲାରୁ ଓ ଗାଁ ଗହଳିରୁ ବସ୍‌ ଆସିପାରୁନାହିଁ। ଏଭଳି ସ୍ଥିତି ଲାଗି ରହିଲେ ୫/୬ ଦିନ ଭିତରେ ରାଜ୍ୟରେ ସମସ୍ତ ବସ ଚଳାଚଳ ବନ୍ଦ ହୋଇଯିବ। ସରକାର ଏଥିପ୍ରତି ତୁରନ୍ତ ଧ୍ୟାନ ଦିଅନ୍ତୁ । ପବ୍ଲିକ ଟ୍ରାନ୍ସପୋର୍ଟ ଭାବରେ ବ୍ୟବହାର ହେଉଥିବା ଗାଡ଼ିଗୁଡିକ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରି ପେଟ୍ରୋଲ ପମ୍ପଗୁଡିକରେ ତେଲ ଯୋଗାଇ ଦିଅନ୍ତୁ। ନଚେତ ଆଗକୁ ପରିସ୍ଥିତି ଉତ୍କଟ ହେବ ବୋଲି ସେ କହିଛନ୍ତି।

Previous Post

ପୁରୀ–କୋରାପୁଟ ମଧ୍ୟରେ ନୂତନ ଏକ୍ସପ୍ରେସ୍

Next Post

ରାଜ୍ୟରେ ଯଥେଷ୍ଟ ପରିମାଣରେ ତେଲ ମହଜୁଦ ଅଛି : ଯୋଗାଣ ସଚିବ

FNN WEB

FNN WEB

Next Post
ରାଜ୍ୟରେ ଯଥେଷ୍ଟ ପରିମାଣରେ ତେଲ ମହଜୁଦ ଅଛି : ଯୋଗାଣ ସଚିବ

ରାଜ୍ୟରେ ଯଥେଷ୍ଟ ପରିମାଣରେ ତେଲ ମହଜୁଦ ଅଛି : ଯୋଗାଣ ସଚିବ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.