• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଅଚ୍ୟୁତ ସାମନ୍ତ ଆମେରିକାରେ ସମ୍ମାନୀତ

FNN WEB by FNN WEB
May 14, 2026
in ଓଡ଼ିଶା, ମୁଖ୍ୟ ଖବର
0
ଅଚ୍ୟୁତ ସାମନ୍ତ ଆମେରିକାରେ ସମ୍ମାନୀତ
0
SHARES
3
VIEWS

ଶିକ୍ଷା ଓ ବିଶ୍ୱ ମାନବିକ ନେତୃତ୍ୱ ବିକାଶ କ୍ଷେତ୍ର ଉଲ୍ଲେଖନୀୟ କାର୍ଯ୍ୟକୁ ପ୍ରଶଂସା

ଭୁବନେଶ୍ୱର : କିସ୍‍ ଜରିଆରେ ଜନଜାତି ସଶକ୍ତିକରଣ କ୍ଷେତ୍ରରେ ଉଲ୍ଳେଖନୀୟ କାର୍ଯ୍ୟ ପାଇଁ ମୋଣ୍ଟାନା ଷ୍ଟେଟ୍ ୟୁନିଭରସିଟିର ନେଟିଭ୍ ଆମେରିକାନ ଷ୍ଟଡିଜ୍‍ ବିଭାଗ ପକ୍ଷରୁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ବିଶେଷ ସ୍ୱୀକୃତି ସହ ସମ୍ମାନୀତ କରାଯାଇଛି। ମାନବିକତା ଏବଂ ଶିକ୍ଷା ବିକାଶ କ୍ଷେତ୍ରରେ ମୋଣ୍ଟାନାରେ ଏପରି ସମ୍ମାନ ପାଇବାରେ ଅଚ୍ୟୁତ ସାମନ୍ତ ହେଉଛନ୍ତି ପ୍ରଥମ ଭାରତୀୟ ଓ ଅଣ-ଆମେରିକୀୟ।

ମୋଣ୍ଟାନା ଷ୍ଟେଟ୍ ୟୁନିଭରସିଟି ପରିସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଏ ଲିଗାସି ଅଫ୍‍ କମ୍ପାସନ୍‍: ହନରିଂ ଅଚ୍ୟୁତ ସାମନ୍ତ ଆଣ୍ଡ ଦି ଆର୍ଟ ଅଫ୍‍ ଗିଭିଂ’ରେ ଶ୍ରୀ ସାମନ୍ତଙ୍କୁ ସମ୍ମାନୀତ କରାଯାଇଥିଲା। ମୋଣ୍ଟାନା ଗଭର୍ଣ୍ଣର ଗ୍ରେଗ୍ ଜିଆନଫର୍ଟ, ଭାରତର କନସଲ ଜେନେରାଲ ପ୍ରକାଶ ଗୁପ୍ତା, ମୋଣ୍ଟାନା ୱାଲ୍‍ର୍ଡ ଆଫାୟାର୍ସ କାଉନ୍‍ସିଲ୍‍ର କାର୍ଯ୍ୟକାରୀ ନିର୍ଦ୍ଦେଶକ ନିକି ଗାଇସଲର ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କ ଉପସ୍ଥିତିରେ ମୋଣ୍ଟାନା ଷ୍ଟେଟ୍ ୟୁନିଭରସିଟିର ସଭାପତି ଡ ବ୍ରକ୍ ଟେସମ୍ୟାନ୍ ତାଙ୍କୁ ସମ୍ମାନୀତ କରିଥିଲେ। ମୋଣ୍ଟାନା ଷ୍ଟେଟ୍ ୟୁନିଭରସିଟିର ନେଟିଭ ଆମେରିକାନ୍‍ ଷ୍ଟଡିଜ୍‍ ବିଭାଗକୁ ଯୁକ୍ତରାଷ୍ଟ୍ରର ମୂଳ ଆମେରିକୀୟଙ୍କ ବିଷୟରେ ଅଧ୍ୟୟନ ପାଇଁ ଉତ୍ସର୍ଗୀକୃତ ପ୍ରମୁଖ ଶିକ୍ଷାନୁଷ୍ଠାନ ମଧ୍ୟରୁ ଗୋଟିଏ ଭାବରେ ବିବେଚନା କରାଯାଏ ।

ସେହିପରି ମୋଣ୍ଟାନା ଆମେରିକାର ଏକ ଜନଜାତି ବହୁଳ ରାଜ୍ୟ ହୋଇଥିବା ବେଳେ ସେଠାକାର ପାରମ୍ପରିକ ଜନଜାତି ଢ଼ଙ୍ଗରେ ଶ୍ରୀ ସାମନ୍ତଙ୍କୁ ସମ୍ମାନୀତ କରାଯାଇଥିଲା। ମୂଳ ଆମେରିକୀୟ ଜନଜାତି ସଂପ୍ରଦାୟ ଦ୍ୱାରା ଶ୍ରୀ ସାମନ୍ତଙ୍କୁ ସେମାନଙ୍କର ପବିତ୍ର ଜନଜାତି କମ୍ବଳ ସହିତ ଆଧ୍ୟାତ୍ମିକ ଢ଼ଙ୍ଗରେ ସମ୍ମାନିତ କରାଯାଇଥିଲା। ଏହା ସେମାନଙ୍କ ପରମ୍ପରାରେ ଏକ ବିଶେଷ ସମ୍ମାନର ଚିହ୍ନ। ସୂଚନାଯୋଗ୍ୟ ମୋଣ୍ଟାନରୁ ବହୁ ଶିକ୍ଷାବିତ୍‍ ଓ ବୁଦ୍ଧିଜୀବୀ କିଟ୍‍ କିସ୍‍ ପରିଦର୍ଶନରେ ଆସି ଶ୍ରୀ ସାମନ୍ତଙ୍କ କାର୍ଯ୍ୟର ପ୍ରଶଂସା କରିଥିଲେ। ସେମାନେ ଫେରିବା ପରେ ଶ୍ରୀ ସାମନ୍ତଙ୍କୁ ରାଜ୍ୟର ସର୍ବୋଚ୍ଚ ସମ୍ମାନ ପ୍ରଦାନ ନିମନ୍ତେ ସୁପାରିଶ କରିଥିଲେ।

ସେହିପରି ଶିକ୍ଷା ଓ ସଶକ୍ତିକରଣ ମାଧ୍ୟମରେ ଜନଜାତି ଯୁବପିଢ଼ିଙ୍କ ବିକାଶ, ‘ବସୁଧୈବ କୁଟୁମ୍ବକମ୍‌’- ଅର୍ଥାତ୍”ସମଗ୍ର ବିଶ୍ୱ ଗୋଟିଏ ପରିବାର ଏହି ଭାରତୀୟ ଦର୍ଶନର ପ୍ରଚାର, ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା (ମୋଣ୍ଟାନା) ମଧ୍ୟରେ ସାଂସ୍କୃତିକ ଓ ଶିକ୍ଷାଗତ ସଂପକର୍କୁ ସୁଦୃଢ଼ କରିବା ପାଇଁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରୟାସର ସ୍ୱୀକୃତି ସ୍ୱରୂପ ମୋଣ୍ଟାନା ୱାଲ୍‍ର୍ଡ ଆଫାୟାର୍ସ କାଉନ୍‍ସିଲ୍‍ ପକ୍ଷରୁ ଶ୍ରୀ ସାମନ୍ତଙ୍କୁ ଗ୍ଲୋବାଲ୍ ଭିଜନାରୀ ପୁରସ୍କାର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଶିକ୍ଷା ଏବଂ ସଶକ୍ତିକରଣ ଜରିଆରେ ହଜାର ହଜାର ଜନଜାତି ଯୁବପିଢ଼ିଙ୍କ ଜୀବନରେ ପରିବର୍ତ୍ତନ ଆଣିବାରେ ଶ୍ରୀ ସାମନ୍ତଙ୍କ କାର୍ଯ୍ୟଧାରାର ଭୂୟସୀ ପ୍ରଶଂସା କରାଯାଇଥିଲା । ନିଜ ପ୍ରତିକ୍ରିୟାରେ ଶ୍ରୀ ସାମନ୍ତ ମୋଣ୍ଟାନା ଷ୍ଟେଟ୍ ୟୁନିଭରସିଟି ଓ ମୋଣ୍ଟାନା ୱାଲ୍‍ର୍ଡ ଆଫାୟାର୍ସ କାଉନ୍‍ସିଲ୍‍ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇବା ସହ ଏଭଳି ସମ୍ମାନ ଭାରତର ଜନଜାତିଙ୍କ ବିକାଶ ଦିଗରେ ଅଧିକ କାମ କରିବା ପାଇଁ ପ୍ରେରଣା ଦେବ ବୋଲି କହିଛନ୍ତି ।

Previous Post

ଓଡ଼ିଶାରେ ଜୁଲାଇ ୧ରୁ ତୃତୀୟ ପର୍ଯ୍ୟାୟ ଏସଆଇଆର

Next Post

ଓଡ଼ିଶାରେ ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବିଶେଷ ପଦକ୍ଷେପ

FNN WEB

FNN WEB

Next Post
ଓଡ଼ିଶାରେ ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବିଶେଷ ପଦକ୍ଷେପ

ଓଡ଼ିଶାରେ ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବିଶେଷ ପଦକ୍ଷେପ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

September 11, 2026
ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

August 28, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

September 11, 2026
ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.