• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ସାରା ରାଜ୍ୟରେ ତେଲ ସଙ୍କଟ, ଧାଡିରେ ଲୋକେ; ନିଦାବିଷ୍ଣୁ ସାଜିଛି ଯୋଗାଣ ବିଭାଗ: ବିଜେଡି

FNN WEB by FNN WEB
May 15, 2026
in ଓଡ଼ିଶା, ମୁଖ୍ୟ ଖବର
0
ସାରା ରାଜ୍ୟରେ ତେଲ ସଙ୍କଟ, ଧାଡିରେ ଲୋକେ; ନିଦାବିଷ୍ଣୁ ସାଜିଛି ଯୋଗାଣ ବିଭାଗ: ବିଜେଡି
0
SHARES
2
VIEWS

ଭୁବନେଶ୍ୱର: ଧାଡି ସରକାର ଭାବେ କୁଖ୍ୟାତ ଅର୍ଜନ କରିଥିବା ଡବଲ ଇଂଜିନ ସରକାର ପୁଣି ଥରେ ସାଧାରଣ ଲୋକଙ୍କୁ ପଦାରେ ଧାଡି କରି ଠିଆ କରିଛି । ପେଟ୍ରୋଲ ଓ ଡିଜେଲ ପାଇଁ ସାରା ରାଜ୍ୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ସାଧାରଣ ଲୋକ । ବିମୁଦ୍ରିକରଣ ସମୟରେ ଯେଉଁଭଳି ସାଧାରଣ ଲୋକ ବ୍ୟାଙ୍କରେ ଧାଡି ହୋଇ ଠିଆ ହୋଇଥିଲେ, ସେଭଳି ତେଲକୁ ନେଇ ୪ରୁ ୫ ଘଣ୍ଟା ଟାଙ୍କି ସମ୍ମୁଖରେ ଠିଆ ହେଉଛନ୍ତି ଲୋକେ । ଯୋଗାଣ ବିଭାଗ ତଥା ରାଜ୍ୟ ସରକାରଙ୍କ ଦାୟିତ୍ୱହୀନତା ପାଇଁ ଏହି ସମସ୍ୟା ସୃଷ୍ଟି ହୋଇଛି ବୋଲି ବିଜେଡି ଅଭିଯୋଗ କରିଛି । ଆଜି ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଉପସଭାପତି ଶ୍ରୀଯୁକ୍ତ ସଂଜୟ ଦାସବର୍ମା, ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ. ଲେନିନ ମହାନ୍ତି ଓ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରି କହିଛନ୍ତି, ରାଜ୍ୟରେ ସୃଷ୍ଟି ହୋଇଥିବା ଏହି ଅଘୋଷିତ ଆପଦ ପାଇଁ ବିଜେପି ସରକାରଙ୍କ ଅପରିଣାମଦର୍ଶୀ ତଥା ଦିଶାହୀନ ଶାସନ ଦାୟୀ ।

ଶ୍ରୀଯୁକ୍ତ ଦାସବର୍ମା କହିଛନ୍ତି, ରାଜ୍ୟରେ ତେଲ ସମସ୍ୟାକୁ ନେଇ ଯେତେବେଳେ ସାଧାରଣ ଲୋକ ରାଜରାସ୍ତାରେ ଧାଡି କରି ଠିଆ ହେଲେ, ସେତେବେଳେ ଯୋଗାଣମନ୍ତ୍ରୀ ମିଛ ବାହାସ୍ପଟ ମାରି କହିଥିଲେ କୌଣସି ପ୍ରକାର ସମସ୍ୟା ନାହିଁ । ତେଲ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି । କିନ୍ତୁ ବାସ୍ତବ ଚିତ୍ର ଭିନ୍ନ, କେଉଁଠି ତେଲ ଟାଙ୍କି ବନ୍ଦ ରହିଥିଲା ବେଳେ ଆଉ କେଉଁଠି ଦୁଇଚକିଆ ଗାଡିକୁ ୨ଶହ ଟଙ୍କା ଓ ଚାରି ଚକିଆ ଗାଡିକୁ ୧୦୦୦ ଟଙ୍କାର ତେଲ ଦିଆଯାଉଛି । ତେଲ ଦୁର୍ଦ୍ଦଶାରେ ଜର୍ଜରିତ ହେଲାଣି ସାରା ଓଡିଶା କିନ୍ତୁ ରାଜ୍ୟ ସରକାର ଏହାର ପ୍ରତିକାର କରିବା ପରିବର୍ତ୍ତେ ମିଛ ଫୁଟାଣି ମାରୁଛନ୍ତି । ସରକାର ଏହି ସମସ୍ୟାକୁ କିଭଳି ସମାଧାନ ହେବ ସେଥିପ୍ରତି ଧ୍ୟାନ ନଦେଇ ନିଜର ଦୁଇ ବର୍ଷ ପୂର୍ତ୍ତି କିପରି ପାଳନ କରାଯିବ ସେଥିପାଇଁ ସଚିବାଳୟରେ ଉଚ୍ଚସ୍ତରୀୟ ବୈଠକ ଘନ ଘନ ଚାଲିଛି । ଗୋଟିଏ ପଟେ ରାଜ୍ୟର ଲୋକମାନେ ତେଲ ପାଇଁ ଲମ୍ବା ଧାଡିରେ ଥିବାବେଳେ ବେଡି ଉପରେ କୋରଡା ମାଡ ପରି ତୈଳ ଦର ବୃଦ୍ଧି ଲୋକଙ୍କ ଆର୍ଥୀକ ବୋଝ ବଢାଉଛି । ଯୋଗାଣ ସଚିବ କହୁଛନ୍ତି ତେଲ ପ୍ରଚୁର ପରିମାଣରେ ମହଜୁଦ ରହିଛି, ଅନ୍ୟପଟେ ଯୋଗାଣମନ୍ତ୍ରୀ କହୁଛନ୍ତି ତେଲ ମାତ୍ର ୧୩ ଦିନ ପାଇଁ ଗଚ୍ଛିତ ଅଛି । ଏଥିରୁ ସ୍ପଷ୍ଟ ଜଣାପଡୁଛି, ମନ୍ତ୍ରୀ ଓ ସଚିବଙ୍କ କଥାରେ ତାଳମେଳ ନାହିଁ । ଡବଲ ଇଂଜିନ ସରକାରରେ ଢିଙ୍କିଶାଳ ରୁ ହାଣ୍ଡିଶାଳ ପର୍ଯ୍ୟନ୍ତ ଯେଉଁ ମହଙ୍ଗା ମାଡ ଜନସାଧାରଣଙ୍କୁ ଦେଉଛନ୍ତି ଲୋକେ ଆଗାମୀ ଦିନରେ ଏହାର ଜବାବ ଦେବେ ।

ଡ. ମହାନ୍ତି କହିଛନ୍ତି, ବିଜେପି ଦଳ କ୍ଷମତାରେ ନଥିବା ବେଳେ ଗୋଟିଏ କଥା କହୁଥିଲା ବେଳେ କ୍ଷମତାକୁ ଆସିଲା ପରେ ଆଉ ଗୋଟିଏ କଥା କହି ଲୋକଙ୍କୁ ଭୂଆଁ ବୁଲାଉଛନ୍ତି । ଗତ କାଲି ୩ଟଙ୍କା ତେଲ ଦର ବୃଦ୍ଧି ପାଇଛି । ବିଜେପି ବିରୋଧୀ ଦଳରେ ଥିବା ବେଳେ ଭାଟ ହ୍ରାସ ଓ ଜିଏସ୍ଟିରେ ପେଟ୍ରୋଲ ଓ ଡିଜେଲକୁ ଅନ୍ତର୍ଭୁକ୍ତ କରିବା ପାଇଁ ଚିକ୍ରାର କରୁଥିଲେ । କିନ୍ତୁ ଆଜି ସେମାନେ କ୍ଷମତାରେ ଥାଇ ସେହିକଥାକୁ କାହିଁକି ପାଳନ କରୁନାହାନ୍ତି? ଏଥିରୁ ସ୍ପଷ୍ଟ ଜଣାପଡୁଛି ବିଜେପି ହେଉଛି ଦୋମୁହାଁ । ଅର୍ନ୍ତଜାତୀୟ ବଜାରରେ ଅଶୋଧିତ ତୈଳ ବ୍ୟାରେଲ ପିଛା ୫୦ରୁ ୬୦ ଟଙ୍କା ଥିଲା ବେଳେ ତୈଳ ଦର ନକମାଇ ସାଧାରଣ ଲୋକଙ୍କଠାରୁ କୋଟି କୋଟି ଟଙ୍କା ନିର୍ଦ୍ଦିଷ୍ଟ କମ୍ପାନୀ ମୁନାଫା କମାଇଥିଲେ । ଆଜି ଯେତେବେଳେ ଅଶୋଧିତ ତୈଳ ବୃଦ୍ଧି ହେଉଛି ସେତେବେଳେ ତେଲ କମ୍ପାନୀ ମାନଙ୍କୁ ମୁନାଫା ଦେବା ପାଇଁ ଲୋକଙ୍କ ଉପରେ ୩ଟଙ୍କା ତୈଳ ଦର ବୃଦ୍ଧି କରିଛି ବିଜେପି ସରକାର । ଏଥିରୁ ସ୍ପଷ୍ଟ ହେଉଛି ବିଜେପିର ଅସଲ ଚିତ୍ରଚରିତ୍ର ।

ବିଜୁ ଛାତ୍ର ଜନତା ଦଳ ସଭାନେତ୍ରୀ ଇପ୍ସିତା ସାହୁ କହିଛନ୍ତି ଯେ, ତୈଳ ଦର ବୃଦ୍ଧି ଓ ସଙ୍କଟ ଯୋଗୁ ସାଧାରଣ ଜନତା ଆଜି ୪୦ ଡିଗ୍ରୀ ଖରାରେ ଧାଡିରେ ଠିଆ ହେଉଛନ୍ତି । ଋଷିଆ ଭଳି ମିତ୍ର ଦେଶମାନେ ଆମକୁ ଶସ୍ତାରେ ଅଶୋଧିତ ତୈଳ ଦେବା ପାଇଁ ରାଜି ଥିଲା ବେଳେ କେଉଁ ଅଜଣା ଶକ୍ତି କାରଣରୁ ପ୍ରଧାନମନ୍ତ୍ରୀ ଭୟଭିତ ହୋଇ ଆମେରିକା ନିଦେ୍ର୍ଦଶରେ ଋଷିଆ ବଦଳରେ ଅନ୍ୟ ଦେଶରୁ ତେଲ କ୍ରୟ କରିବା ପାଇଁ ବାଧ୍ୟ ହେଉଛନ୍ତି । ତାହା ଦେଶବାସୀଙ୍କୁ ସ୍ପଷ୍ଟ କରନ୍ତୁ । ତେଲ ସମସ୍ୟାକୁ ନେଇ ଲାଗି ରହିଥିବା ଦୁର୍ଦ୍ଦଶା ଯଦି ଆଗାମୀ ଦିନରେ ନସୁଧୁରେ ତାହା ହେଲେ ବିଜେଡି ଲୋକଙ୍କ ପାଇଁ ରାଜ ରାସ୍ତାକୁ ଓହ୍ଲାଇବ ।

Previous Post

ପଦ୍ମଶ୍ରୀ ପାଇଁ ମନୋନୀତ ବ୍ୟକ୍ତିତ୍ୱ, ସିଭିଲ ସର୍ଭିସର ସଫଳ ପରୀକ୍ଷାର୍ଥୀ ଓ ପିତାମାତାଙ୍କୁ ରାଜ୍ୟପାଳଙ୍କ ସମ୍ବର୍ଦ୍ଧନା

Next Post

ପରୀକ୍ଷାର୍ଥୀଙ୍କ ପାଇଁ ସରକାର ସମ୍ଵେଦନଶୀଳ, ଦୋଷୀଙ୍କ ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ’

FNN WEB

FNN WEB

Next Post
ପରୀକ୍ଷାର୍ଥୀଙ୍କ ପାଇଁ ସରକାର ସମ୍ଵେଦନଶୀଳ, ଦୋଷୀଙ୍କ ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ’

ପରୀକ୍ଷାର୍ଥୀଙ୍କ ପାଇଁ ସରକାର ସମ୍ଵେଦନଶୀଳ, ଦୋଷୀଙ୍କ ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ'

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.