• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଦଳକୁ ସୁଦୃଢ କରିବା ଆମ ସମସ୍ତଙ୍କ ମୂଳ ଉଦ୍ଦେଶ୍ୟ : ନୀତିନ ନବୀନ

FNN WEB by FNN WEB
May 18, 2026
in ଓଡ଼ିଶା, ମୁଖ୍ୟ ଖବର
0
ଦଳକୁ ସୁଦୃଢ କରିବା ଆମ ସମସ୍ତଙ୍କ ମୂଳ ଉଦ୍ଦେଶ୍ୟ : ନୀତିନ ନବୀନ
0
SHARES
3
VIEWS

ଭୁବନେଶ୍ୱର: ସରକାର ଗଠନ ପାଇଁ ସଂଘର୍ଷ ଆବଶ୍ୟକ। ଅନ୍ୟ ପକ୍ଷରେ ସରକାର ଚଲାଇବା ପାଇଁ ସମର୍ପଣ ଆବଶ୍ୟକ। ଆମ ସମସ୍ତଙ୍କୁ ଲମ୍ବା ସମୟର ସଂଘର୍ଷ ଓ ସମର୍ପଣ ମନୋଭାବ ଆବଶ୍ୟକ। କେବଳ ଶାସନ ଓ କ୍ଷମତା ହାସଲ କରିବା ଏକମାତ୍ର ଲକ୍ଷ୍ୟ ନୁହେଁ ବରଂ ବର୍ତମାନ ଆମକୁ ସଂଘର୍ଷ ସହିତ ଆହ୍ୱାନକୁ ସଫଳତାର ସହ ସମ୍ମୁଖୀନ ହେବାକୁ ପଡ଼ିବ। ଦେଶ ସାରା ବିଜେପି ପ୍ରତି ସକରାତ୍ମକ ଲହର ସୃଷ୍ଟି ହୋଇଛି। ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ତରଫରୁ ଆୟୋଜିତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬ ରେ ଯୋଗ ଦେଇ ରାଷ୍ଟ୍ରୀୟ ସଭାପତି ନୀତିନ ନବୀନ କହିଛନ୍ତି।

ଅତୀତରେ ବିଜେପି ବିରୋଧୀ ଦଳ ଭୂମିକାରେ ରହି ତତ୍କାଳୀନ ସରକାରଙ୍କୁ ଗଠନାତ୍ମକ ଓ ସକରାତ୍ମକ ସହଯୋଗ କରୁଥିଲା। କିନ୍ତୁ ବର୍ତ୍ତମାନ ବିରୋଧୀ ଦଳ ଗୁଡିକର ଆଚରଣ ଓ ଉଚ୍ଚାରଣ ବ୍ୟାପକ ପରିବର୍ତନ ଘଟିଛି। ନକରାତ୍ମକ ମନୋଭାବ ସ୍ପଷ୍ଟ ପରିପ୍ରକାଶ ପାଉଛି। ନକରାତ୍ମକ ମନୋଭାବ ରଖିଥିବା ବିରୋଧୀ ଦଳଗୁଡିକ ଏବେ ଜେନ୍ଜି ନାମରେ ଯୁବବର୍ଗକୁ ପଥଭ୍ରାନ୍ତ କରୁଛନ୍ତି। ଏହା ବିକାଶର ଧାରାକୁ ପ୍ରତିରୋଧ କରୁଛି ବୋଲି ନୀତିନ ନବୀନ କହିଛନ୍ତି।

ନୀତିନ ନବୀନ କହିଛନ୍ତି ଯେ, ରାଷ୍ଟ୍ର ସମ୍ମୁଖରେ ଥିବା ଆହ୍ୱାନ ଓ ଏହାର ନିରାକରଣ ହେଉଛି ଆମ ସମସ୍ତଙ୍କ ମୂଳ କର୍ତ୍ତବ୍ୟ। “ଆତଙ୍କବାଦ, ଅନୁପ୍ରବେଶକାରୀ, ସୀମା ବିବାଦ, ତସ୍କରୀ ଭଳି ବାହ୍ୟଶତୃଙ୍କ ଆହ୍ୱାନକୁ ପ୍ରଧାନମନ୍ତ୍ରୀ ମୋଦିଜୀ ସଫଳତାର ସହ ମୁକାବିଲା କରୁଛନ୍ତି। ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଦେଶର ପଛୁଆ ଜିଲ୍ଲା ଭାବେ ପରିଗଣିତ ଅଂଚଳକୁ ଆକାଂକ୍ଷୀ ଜିଲ୍ଲା ଭାବେ ବିକାଶର ମୁଖ୍ୟ ସ୍ରୋତର ସାମିଲ କରିବାକୁ ସଫଳ ପ୍ରୟାସ କରିଛନ୍ତି। ଏବେ ନକ୍ସଲବାଦ ସମାପ୍ତପ୍ରାୟ। ଆତଙ୍କବାଦ ଉପରେ ରୋକ ଲଗାଯାଇପାରିଛି। ସେନାବାହିନୀକୁ ମୁକ୍ତ ହସ୍ତ ଦିଆଯାଇ ତାଙ୍କ ମନୋବଳକୁ ସୁଦୃଢ କରାଯାଇଛି। ସଂସ୍କୃତିକୁ ଆଧାର କରି ବିକାଶ ହେବା ଉଚିତ୍। ଦେଶର ଉଭୟ ଆନ୍ତରୀଣ ଓ ବାହ୍ୟ ସୁରକ୍ଷା ସହ କୌଣସି ସାଲିସ କରାଯିବନାହିଁ। ପ୍ରଶିକ୍ଷଣ ହେଉଛି ଏକ ନିରନ୍ତର ପ୍ରକ୍ରିୟା। ଅଧ୍ୟୟନ ପ୍ରକ୍ରିୟା ଜାରି ରଖିବା। ଦଳ ଓ ସଂଗଠନକୁ ସଶକ୍ତ କରିବା ହେଉଛି ଆମ ସମସ୍ତଙ୍କ ମୂଳ ଉଦ୍ଦେଶ୍ୟ ବୋଲି ନୀତିନ ନବୀନ କହିଛନ୍ତି।

ଏହି ଅବସରରେ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ, ବିଜେପି ହେଉଛି କାର୍ଯ୍ୟକର୍ତା ଆଧାରିତ ଜାତୀୟତାବାଦୀ ଦଳ। “ଜ୍ଞାନ ହେଉଛି ଶକ୍ତି ଏବଂ ଅଭିଜ୍ଞତା ହେଉଛି ମୂଲ୍ୟବାନ”। ଆଜିର ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମସ୍ତ କାର୍ଯ୍ୟକର୍ତାଙ୍କୁ ସକ୍ଷମ କରିବା ସହ ସଂଗଠନକୁ ମଧ୍ୟ ସଶକ୍ତ କରିବ।

ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଦୁଇ ଦିନ ଧରି ଚାଲିବାକୁ ଥିବା ପ୍ରଶିକ୍ଷଣ ଶିବିରକୁ ରାଷ୍ଟ୍ରୀୟ ସଭାପତି ନୀତିନ ନବୀନ ଉଦ୍ଘାଟନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରୀୟ ପ୍ରଶିକ୍ଷଣ ଟୋଲିର ସହସଂଯୋଜିକା ତଥା ସାଂସଦ କବିତା ପଟିଦାର, କ୍ଷେତ୍ରୀୟ ସଂଯୋଜକ ଅଧ୍ୟାପକ ଦିନେଶାନନ୍ଦ ଗୋସ୍ୱାମୀ ଏବଂ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

Previous Post

ତହସିଲ୍ ପକ୍ଷରୁ ପଞ୍ଚାୟତସ୍ତରରେ ହେବ କ୍ୟାମ୍ପ୍ କୋର୍ଟ

Next Post

ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଇଏସ୍‌ଆଇ ମେଡିକାଲ କଲେଜ

FNN WEB

FNN WEB

Next Post
ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଇଏସ୍‌ଆଇ ମେଡିକାଲ କଲେଜ

ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଇଏସ୍‌ଆଇ ମେଡିକାଲ କଲେଜ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

June 12, 2026
ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

June 11, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.