• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଓଡିଶାରେ ଅପରାଧ ଉପରମୁହାଁ, କୋମାରେ ପୋଲିସ: ବିଜେଡି

FNN WEB by FNN WEB
May 20, 2026
in ଓଡ଼ିଶା, ମୁଖ୍ୟ ଖବର
0
ଓଡିଶାରେ ଅପରାଧ ଉପରମୁହାଁ, କୋମାରେ ପୋଲିସ: ବିଜେଡି
0
SHARES
1
VIEWS

ଭୁବନେଶ୍ୱର: ରାଜ୍ୟରେ ଅପରାଧ ଉପର ମୁହାଁ ହୋଇଥିଲା ବେଳେ ମନୋବଳ ହରାଇ ପୋଲିସ କୋମାରେ । ବ୍ରହ୍ମପୁରରେ ବିଚ୍ ବଜାରରେ ଅପରାଧୀମାନେ ଯେଉଁଭଳି ଭାବେ ଅମାନବୀୟ କାଣ୍ଡ ରଚିଲେ ତାହା ରାଜ୍ୟବାସୀଙ୍କ ମୁଣ୍ଡ ତଳକୁ କରିଛି । ପ୍ରତ୍ୟେକ ଦିନ ରାଜ୍ୟବାସୀ କେବଳ ଗୁଣ୍ଡାରାଜ ଓ ଅରାଜକତାର ଚିତ୍ର ଦେଖୁଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ଆଜି ଶଙ୍ଖ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଶ୍ରୀ ଭୃଗୁ ବକ୍ସିପାତ୍ର, ବିଜୁ ଯୁବ ଜନତା ଦଳ ସଭାପତି ଶ୍ରୀ ଚିନ୍ମୟ ସାହୁ ଓ ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ. ଲେନିନ ମହାନ୍ତି ରାଜ୍ୟରେ ଆଇନଶୃଙ୍ଖଳାର ଚରମ ଅଧୋଗତିକୁ ନେଇ ବିଜେପି ସରକାରକୁ କଡା ନିନ୍ଦା କରିଛନ୍ତି ।

ଶ୍ରୀ ବକ୍ସିପାତ୍ର କହିଛନ୍ତି, ପୋଲିସର ନିଷ୍କି୍ରୟତା ଓ ଶାସକ ଦଳର ପ୍ରୋତ୍ସାହନରେ ଗଂଜାମ ଜିଲ୍ଲାରେ ଗତ ଏକମାସରେ ୧୦ରୁ ଅଧିକ ହତ୍ୟାକାଣ୍ଡ ସଂଗଠିତ ହୋଇଛି । ଗତ ସୋମବାର ଦିନ ଗିରିରୋଡରେ ଘଟିଥିବା ବର୍ବୋରଚିତ ଆକ୍ରମଣର ଦୁଇ ମୁଖ୍ୟ ଅଭିଯୁକ୍ତ ସ୍ଥାନୀୟ ବିଜେପି ବିଧାୟକଙ୍କ ସହଯୋଗୀ ହୋଇଥିବାରୁ ପୋଲିସ ତାଙ୍କୁ ଗିରଫ କରିବାକୁ ସାହାସ ଜୁଟାଇ ପାରୁନାହିଁ । ବ୍ରହ୍ମପୁର ପୋଲିସ ବିଜେପି ଦଳ ଦ୍ୱାରା ଏଭଳି ଚାପଗ୍ରସ୍ତ ଯେ, ପ୍ରତ୍ୟେକ ଦିନ ବିଧାୟକଙ୍କ ଘରେ ଏସ୍ଡିପିଓଙ୍କୁ ହାଜିରା ଦେବାକୁ ପଡୁଛି । ସାଧାରଣ ଲୋକଟିଏ ଥାନାକୁ ଗଲେ ପୋଲିସ ପ୍ରଥମେ ତାଙ୍କୁ ପଚାରୁଛି ତୁମେ କେଉଁ ଦଳର ସମର୍ଥକ । ଏଫ୍ଆଇଆରରେ ନାଁ ଥିଲେ ମଧ୍ୟ ଶାସକ ଦଳର ଇଙ୍ଗିତରେ ତଦନ୍ତରେ ଅଭିଯୁକ୍ତଙ୍କ ନାଁ କଟାଯାଉଛି । ଏଥିପାଇଁ ଆଜି ବ୍ରହ୍ମପୁର ଓ ଗଂଜାମ ପୋଲିସ ଜିଲ୍ଲା ରାଜ୍ୟର କ୍ରାଇମ ହବ୍ ଭାବେ ଅପଖ୍ୟାତି ମୁଣ୍ଡାଇଛି ।

ଶ୍ରୀ ସାହୁ କହିଛନ୍ତି ଯେ, ଡବଲ ଇଂଜିନ ସରକାର କ୍ଷମତାକୁ ଆସିବା ପରେ ସାରା ରାଜ୍ୟରେ ବିଜେପି ନେତା ଓ ଅପରାଧୀଙ୍କ ମଧ୍ୟରେ ଏକ ଅନୈତିକ ବୁଝାବଣା ହୋଇ ପୋଲିସ ଉପରେ ଚାପ ପ୍ରୟୋଗ କରାଯାଉଛି । ଫଳସ୍ୱରୁପ ପୋଲିସ ମନୋବଳ ଭାଙ୍ଗିଯାଇଛି । ଯାହାର ଚିତ୍ର ପ୍ରତ୍ୟେକ ଦିନ ରାଜ୍ୟବାସୀ ଦେଖୁଛନ୍ତି । ନୟାଗଡରେ ଥାନା ମଧ୍ୟରେ ପୋଲିସକୁ ଆକ୍ରମଣ, ଭୁବନରେ ଥାନା ଆଇଆଇସିଙ୍କୁ ଆକ୍ରମଣ କରି ବାଲି ମାଫିଆମାନେ ଗାଡି ଛଡାଇନେବା, ଟାଙ୍ଗିରେ ପୋଲିସ ଉପସ୍ଥିତିରେ ପ୍ରଶାସନିକ ଅଧିକାରୀଙ୍କୁ ବିଜେପି ନେତାଙ୍କ ଦୁର୍ବ୍ୟବହାର ଘଟଣା ଦେଖିବାକୁ ମିଳିଛି । ପିଏସ୍ଓଙ୍କ ବନ୍ଧୁକ ଛଡାଇ ବିଜେପି ବିଧାୟକ ଫାଙ୍କା ଗୁଳିଚାଳନା କଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ । ଅପରାଧୀଙ୍କୁ ଏନ୍କାଉଣ୍ଟର ପାଇଁ ଯେଉଁଦିନ ପୋଲିସ ମହାନିଦେ୍ର୍ଦଶକ କହୁଛନ୍ତି, ସେହିଦିନ ହିଁ ବ୍ରହ୍ମପୁରରେ ଏହିଭଳି ବର୍ବୋଚିତ କାଣ୍ଡ ଘଟୁଛି ।

ଡ. ମହାନ୍ତି କହିଥିଲେ ଯେ, ନୟାଗଡରେ ଦୈନିକ ଖବରକାଗଜ ସକାଳର ସାମ୍ବାଦିକଙ୍କ ଉପରେ ମିଥ୍ୟା ଦୁଷ୍କର୍ମ ମାମଲା ରୁଜୁ ଓ ଖବରକାଗଜ ପୋଡିବା ଦୁର୍ଭାଗ୍ୟଜନକ । ବିଜେପି ନେତା ଅରିନ୍ଦମ ରାୟ, ସାମ୍ବାଦିକମାନଙ୍କ ପ୍ରତି ଯେଉଁ ଭାଷା ବ୍ୟବହାର କରୁଛନ୍ତି ତାହା ଆଦୌ ଗ୍ରହଣୀୟ ନୁହେଁ, ବିଜେପି ଏହାକୁ ନେଇ ସ୍ପଷ୍ଟୀକରଣ ଦେଉ । ଶାସକ ବିଜେପି ଦଳ ନେତାମାନଙ୍କ ଦ୍ୱାରା ଆଜି ସାମ୍ବାଦିକ ଓ ସାମ୍ବାଦିକତା ବିପଦରେ । ବ୍ରହ୍ମପୁର ଓ ଗଂଜାମ ପୋଲିସ ଜିଲ୍ଲାକୁ ଅପରାଧୀଙ୍କ ହାତରେ ଟେକି ଦେଇଛନ୍ତି ଡବଲ ଇଂଜିନ ସରକାର । ପୋଲିସ ମହାନିଦେ୍ର୍ଦଶକ ତୁରନ୍ତ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରନ୍ତୁ ଯଦ୍ୱାରା ସାଧାରଣ ଲୋକ ପୋଲିସ ଉପରେ ଭରସା ରଖିପାରିବେ ।

Previous Post

ଯୁକ୍ତ୨ ରେ କିସ୍‍ ଛାତ୍ରଛାତ୍ରୀଙ୍କ ବାଜିମାତ୍‍

Next Post

ଜିଲ୍ଲା ଯୋଗାଣ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀ

FNN WEB

FNN WEB

Next Post
ଜିଲ୍ଲା ଯୋଗାଣ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀ

ଜିଲ୍ଲା ଯୋଗାଣ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

September 11, 2026
ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

August 28, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

September 11, 2026
ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.