ଭୁବନେଶ୍ବର : ସାମସଙ୍ଗ ଇଲେକ୍ଟ୍ରୋନିକ୍ସ କୋ ଲିଃ ଏବଂ ଗୁଗୁଲ ଆଇ/ଓ ୨୦ ୨୬ରେ ଚଷମା ପ୍ରସ୍ତୁତକାରୀ ଅଂଶୀଦାର ଜେଣ୍ଟଲ ମନଷ୍ଟର ଏବଂ ଓ୍ବାର୍ବି ପାର୍କରଙ୍କ ସହାୟତାରେ ପ୍ରସ୍ତୁତ ଦୁଇଟି ପ୍ରମିୟମ ଷ୍ଟାଇଲର ପ୍ରଥମ ଝଲକ ଦେଖାଇ ନୂତନ ଇଣ୍ଟେଲିଜେଣ୍ଟ ଆଇଓ୍ବେୟାରର ଉନ୍ମୋଚନ କରିଛନ୍ତି । ମୋବାଇଲ ଫୋନର ଏକ ସହଯୋଗୀ ଉପକରଣ ଭାବେ କାର୍ଯ୍ୟ କରିବା ପାଇଁ ଡିଜାଇନ କରାଯାଇଥିବା ଏହି ନୂତନ ଚଷମା ବ୍ୟବହାରକାରୀ ମାନଙ୍କୁ ସ୍ବର ସଞ୍ଚାଳନ ମାଧ୍ୟମରେ ସହାୟତା ପାଇବାକୁ ଏବଂ ଏକ ପରିଚିତ ଡ଼ିଜାଇନ ମାଧ୍ୟମରେ ନିଜ ଫୋନ ସହି ସହିତ ସହଜରେ ସଂଯୁକ୍ତ ହେବାକୁ ସକ୍ଷମ ସକ୍ଷମ କରିଥାଏ । ଚଷମା ପ୍ରସ୍ତୁତକାରୀ ଅଂଶୀଦାର ମାନଙ୍କ ସହ ମିଳିତ ଭାବେ ନିର୍ମିତ ଏହି ଇଣ୍ଟେଲିଜେଣ୍ଟ ଆଇୱେୟାର, ହାର୍ଡ଼ୱେୟାର ଇଞ୍ଜିନିୟରିଂ କ୍ଷେତ୍ରରେ ସାମସଙ୍ଗର ନେତୃତ୍ବ ଏବଂ ଗୁଗଲର ଏଆଇ ପ୍ରଯୁକ୍ତି ବିଦ୍ୟାକୁ ପ୍ରିମିୟମ ଚଷମା ଡି଼ଜାଇନ ସହିତ ମିଶ୍ରଣ କରି ଅଭିନବ ଏଆଇ କ୍ଷମତାକୁ ଆରାମ ଏବଂ ଶୈଳୀ ସହିତ ଯୋଡ଼ି ଥାଏ । ପ୍ରତ୍ୟେକ ଚଷମା ବ୍ରାଣ୍ଡ ଏହି ଉପକରଣ ପାଇଁ ଏକ ଭିନ୍ନ ଡ଼ିଜାଇନର ଆଭିମୁଖ୍ୟ ଆଣିଛନ୍ତି । ଫ୍ୟାସନେବଲ ଚଷମା କ୍ଷେତ୍ରରେ ନିଜର ସୁନାମ ପାଇଁ ଜଣାଶୁଣା ଜେଣ୍ଟଲ ମନଷ୍ଟର ଆକର୍ଷଣୀୟ ତଥା ପରିଶୋଧିତ ଶୈଳୀର ଚଷମା ଉପସ୍ଥାପନ କରୁଥିବା ବେଳେ ଓ୍ବାର୍ବି ପାର୍କକର ଅତ୍ୟାଧୁନିକ ଏବଂ ସଦାସର୍ବଦା ଆଦୃତ ହେବା ଭଳି ଡ଼ିଜାଇନ ପ୍ରସ୍ତୁତ କରୁଛନ୍ତି ।
ବ୍ୟବହାରକାରୀମାନେ କେବଳ ନିଜ ସ୍ବର ମାଧ୍ୟମରେ ଜେମିନାଇକୁ ପଚାରି ନ୍ୟାଭିଗେସନ ସହାୟତା ପାଇପାରିବେ, ନିଜ ଚାଲିବା ରାସ୍ତାରେ ଥିମବା କୌଣସି ନିକଟସ୍ଥ କଫି ସପ ଭଳି ବ୍ୟକ୍ତିଗତ ପରାମର୍ଶ ପାଇପାରିବେ କିମ୍ବା ଅର୍ଡ଼ର ମଧ୍ୟ ଦେଇପାରିବେ। ବ୍ୟବହାରକାରୀମାନେ ଗୁରୁ ଗୁରୁତ୍ବପୂର୍ଣ୍ଣ ମେସେଜ ଗୁଡ଼ିକର ସଂକ୍ଷିପ୍ତ ସୂଚନା ବା ନୋଟିଫିକେସନ ମଧ୍ୟ ପାଇପାରିବେ ଏବଂ ନିଜ କ୍ୟାଲେଣ୍ଡରରେ ଇଭେଣ୍ଟ ଗୁଡ଼ିକୁ ଯୋଡ଼ି ପାରିବେ । ଏହାର ଅନ୍ୟାନ୍ୟ ବୈଶିଷ୍ଟ୍ୟ ଗୁଡ଼ିକ ମଧ୍ୟରେ ରହିଛି ରିଏଲ ଟାଇମ ଅନୁବାଦ ବା କହୁଥିବା ବ୍ୟକ୍ତିଙ୍କ ସ୍ବର ସହିତ ମେଳ ଖାଉଥିବା ଅଡ଼ିଓ ସହିତ ବାସ୍ତବ ସମୟର ଅନୁବାଦ । ଦୃଶ୍ୟମାନ ଲେଖାର ଅନୁବାଦ ଯଥା – ବ୍ୟବହାରକାରୀଙ୍କ ଦୃଷ୍ଟପଥରେ ଥିବା ମେନୁ କିମ୍ବା ସାଇନବୋର୍ଡ଼ରେ ଥିବା ଲେଖାକୁ ଅନୁବାଦ କରିବାର କ୍ଷମତା I ଗାଲାକ୍ସି ଇକୋ ସିଷ୍ଟମ ମଧ୍ୟରେ ଏହା ସହଜରେ କାର୍ଯ୍ୟ କରି ଉପକରଣ ଗୁଡ଼ିକ ବ୍ୟବହାରକାରୀଙ୍କୁ ନିଜ ଫୋନ ବାହାର ନ କରି ଦୈନନ୍ଦିନ କାର୍ଯ୍ୟଗୁଡ଼ିକୁ ସହ ସହଜରେ ପରିପ୍ପଳନା କରିବାରେ କିମ୍ବା ସହଜରେ ଫଟୋ ଉଠାଇବାରେ ସାହାଯ୍ୟ କରିଥାଏ ।
ଏହି ଇଣ୍ଟେଲିଜେଣ୍ଟ ଆଇୱେୟାର ବା ବୁଦ୍ଧିମାନ ଚଷମା ଏଆଇ ପାଇଁ ସାମସଙ୍ଗର ଦୂରଦୃଷ୍ଟି ଦିଗରେ ଏକ ଗୁରୁତ୍ବପୂଣ୍ଣ ପଦକ୍ଷେପ ବୋଲି ସାମସଙ୍ଗ ଇଲେକଟ୍ରୋନିକ୍ସ ମୋବାଇଲ ଏକ୍ସପେରିଏନ୍ସ (ଏମଏକ୍ସ) ବିଜିନେସ ଏକ୍ସଜିକ୍ୟୁଟିଭ ଭାଇସ ପ୍ରେସିଡ଼େଣ୍ଟ ତଥା ହେଡ଼ ଅଫ କଷ୍ଟମର ଏକ୍ସପେରିଏନ୍ସ ଅଫିସ ଜେ କିମ କହିଛନ୍ତି ।” “ ଏହି ନୂତନ ଏଆଇ ଫର୍ମ ଫ୍ୟାକ୍ଟର ସହିତ, ଆମେ ଗାଲାକ୍ସି ଡ଼ିଭାଇସ “ଇକୋ ସିଷ୍ଟମକୁ ଆହୁରି ସଂପ୍ରସାରିତ କରୁଛୁ ।ଯେଉଁଠାରୁ ପ୍ରତ୍ୟେକ ଉପକରଣକୁ ସେହି ଫର୍ମ ସହିତ ସବୁଠାରୁ ଉପଯୁକ୍ତ ହେଉଥିବା ଅନନ୍ୟ ଏଆଇ ଅନୁଭୂତି ପ୍ରଦାନ କରିବା ପାଇଁ ଉପଯୁକ୍ତ କରାଯାଇଛି ।














