• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ମଡେଲ ଭିଲେଜ ମିଶନ ଓ ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନାର ଶୁଭାରମ୍ଭ

FNN WEB by FNN WEB
May 25, 2026
in ଓଡ଼ିଶା, ମୁଖ୍ୟ ଖବର
0
ମଡେଲ ଭିଲେଜ ମିଶନ ଓ ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନାର ଶୁଭାରମ୍ଭ
0
SHARES
3
VIEWS

-କାର୍ଯ୍ୟକ୍ରମର ନିରୀକ୍ଷଣ ପାଇଁ ରାଜ୍ୟସ୍ତରୀୟ ଟାସ୍କ ଫୋର୍ସ ଗଠନ
-ତିନି ବର୍ଷ ପାଇଁ କାର୍ଯ୍ୟକାରୀ ହେବ ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନା

ଭୁବନେଶ୍ୱର : ଗ୍ରାମୀଣ ରୂପାନ୍ତରଣ ଦିଗରେ ବଡ଼ ପଦକ୍ଷେପ । ରାଜ୍ୟରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଯୋଜନାର ଶୁଭାରମ୍ଭ ହୋଇଛି। ‘ମଡେଲ ଭିଲେଜ ମିଶନ’ ଓ ‘ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନା’ର ଶୁଭାରମ୍ଭ କରିଛନ୍ତି ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାଏକ। ଓଡ଼ିଶାର ଗ୍ରାମଗୁଡ଼ିକୁ ମୌଳିକ ସୁବିଧା ଏବଂ ସାର୍ବଜନୀନ ସ୍ଥାନ (କମୁନିଟି ସ୍ପେସ) ସହିତ ପରିପୂର୍ଣ୍ଣ କରିବା ପାଇଁ ଆଦର୍ଶ ଗ୍ରାମ ମିଶନକୁ ଏକ ପ୍ରମୁଖ ପଦକ୍ଷେପ ଭାବରେ ପରିକଳ୍ପନା କରାଯାଇଛି। ଏହା କେବଳ ସହରାଞ୍ଚଳ ସ୍ତରର ସୁବିଧା ପ୍ରଦାନ କରି ରାଜ୍ୟର ଗ୍ରାମାଞ୍ଚଳଗୁଡ଼ିକୁ ସଶକ୍ତ କରିବ ନାହିଁ, ବରଂ ସେଗୁଡିକୁ ଆତ୍ମନିର୍ଭରଶୀଳ ଓ ସ୍ୱୟଂଶାସିତ ସମୃଦ୍ଧିର କେନ୍ଦ୍ରରେ ପରିଣତ କରିବ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୬୭୩୩ଟି ଗ୍ରାମ ପଞ୍ଚାୟତର ସମସ୍ତ ସଦର ଗ୍ରାମକୁ ୨୦୨୯ ସୁଦ୍ଧା ସମସ୍ତ ଆବଶ୍ୟକ ଭିତ୍ତିଭୂମି ଓ ସୁବିଧା ଦିଆଯିବ । ଏହି ଲକ୍ଷ୍ୟ ପୂରଣର ପ୍ରଥମ ପଦକ୍ଷେପ ଭାବେ ଗ୍ରାମ ସ୍ତରରେ ଭିତ୍ତିଭୂମି ଓ ସୁବିଧାର ଅଭାବ ଚିହ୍ନଟ କରିବା ପାଇଁ ଏକ ବେସଲାଇନ ସର୍ଭେ କରାଯିବ ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ, ଶକ୍ତି ବିଭାଗ ଇତ୍ୟାଦି ସମସ୍ତ ଅଂଶୀଦାର ବିଭାଗ ସହ ପରାମର୍ଶ କରି ସର୍ଭେ ପାଇଁ ଏକ ନିର୍ଦ୍ଧାରିତ ଫର୍ମାଟ ପ୍ରସ୍ତୁତ କରାଯାଇଛି । ମନ୍ତ୍ରୀ ଏହି ସର୍ଭେ ଫର୍ମାଟକୁ ଉନ୍ମୋଚନ କରିଛନ୍ତି । ବେସଲାଇନ ସର୍ଭେର ଆରମ୍ଭ ସହିତ ‘ମଡେଲ ଭିଲେଜ ମିଶନ’ର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମର ସୁଚାରୁ ରୂପେ କାର୍ଯ୍ୟାନ୍ବୟନ ଓ ନିରୀକ୍ଷଣ ପାଇଁ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର କମିଶନର-କମ୍-ସଚିବ ଗିରିଶ ଏସ୍‌.ଏନ୍‌.ଙ୍କ ଅଧ୍ୟକ୍ଷତାରେ ସମସ୍ତ ଅଂଶୀଦାର ବିଭାଗର ପ୍ରତିନିଧିମାନଙ୍କୁ ନେଇ ଏକ ରାଜ୍ୟସ୍ତରୀୟ ଟାସ୍କ ଫୋର୍ସ ଗଠନ କରାଯାଇଛି । ସେହିପରି ଜିଲ୍ଲାସ୍ତରରେ ଏହି କାର୍ଯ୍ୟକ୍ରମର କାର୍ଯ୍ୟାନ୍ଵୟନ ଓ ନିରୀକ୍ଷଣ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମ୍ପୃକ୍ତ ବିଭାଗର ଅଧିକାରୀମାନଙ୍କୁ ସଦସ୍ୟ ଭାବେ ନେଇ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ଗଠନ କରାଯିବାର ବ୍ୟବସ୍ଥା ରହିଛି ।

ସେହିପରି ମନ୍ତ୍ରୀ ‘ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନା’ର ମଧ୍ୟ ଶୁଭାରମ୍ଭ କରିଥିଲେ । ଓଡ଼ିଶାର ସାମାଜିକ, ସାଂସ୍କୃତିକ, ସାହିତ୍ୟିକ ଏବଂ ରାଜନୈତିକ ଇତିହାସରେ ଅସାଧାରଣ ଅବଦାନ ରଖିଥିବା ମହାପୁରୁଷମାନଙ୍କ ଜନ୍ମିତ ଗ୍ରାମ ପଞ୍ଚାୟତଗୁଡ଼ିକୁ ସାମଗ୍ରିକ ଭାବେ ବିକଶିତ କରି ସେଗୁଡ଼ିକୁ ଆଦର୍ଶ ଗ୍ରାମ ପଞ୍ଚାୟତରେ ପରିଣତ କରିବା ଏହି ଯୋଜନାର ଉଦ୍ଦେଶ୍ୟ ।​​​​ ଏହି ଯୋଜନା ୨୦୨୬-୨୭ ରୁ ୨୦୨୮-୨୯ ପର୍ଯ୍ୟନ୍ତ ତିନି ବର୍ଷ ଅବଧି ପାଇଁ କାର୍ଯ୍ୟକାରୀ ହେବ ଏବଂ ଏହା ଅଧୀନରେ ରାଜ୍ୟର ପ୍ରାୟ ୧୦୦ରୁ ୧୫୦ଟି ଗ୍ରାମ ପଞ୍ଚାୟତକୁ ଚୟନ କରାଯିବ । ପ୍ରାରମ୍ଭିକ ପର୍ଯ୍ୟାୟରେ ୧୨ଟି ଜିଲ୍ଲାର ୧୬ ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ସହ ଜଡିତ ୧୫ଟି ଗ୍ରାମ ପଞ୍ଚାୟତରେ ଏହି ଯୋଜନା କାର୍ଯ୍ୟକାରୀ ହେବ ।

ଏହି ଯୋଜନା ଅଧୀନରେ ରାସ୍ତା, ପାଇପ୍ ଜଳ ଯୋଗାଣ, ସ୍ୱାସ୍ଥ୍ୟ ସେବା, ଅଙ୍ଗନୱାଡି କେନ୍ଦ୍ର, ଖେଳପଡ଼ିଆ, ଡିଜିଟାଲ୍ ସଂଯୋଗ, ସୌର ଶକ୍ତି, ସ୍ମାରକୀ ପାର୍କ ଏବଂ ପୈତୃକ ଘରର ପୁନରୁଦ୍ଧାର ଭଳି ଭିତ୍ତିଭୂମି ବିକାଶ କାର୍ଯ୍ୟକୁ ପ୍ରାଥମିକତା ଦିଆଯିବ । ଏହା ସହିତ ଦକ୍ଷତା ବିକାଶ, ଡିଜିଟାଲ୍ ସାକ୍ଷରତା, ସାମାଜିକ ସୁରକ୍ଷା ଏବଂ ଜୀବିକା ସୃଷ୍ଟି ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ । ଏହି ଯୋଜନା ବିଭିନ୍ନ କେନ୍ଦ୍ର ଓ ରାଜ୍ୟ ସରକାରୀ ଯୋଜନାର ସମନ୍ୱୟ ମାଧ୍ୟମରେ କାର୍ଯ୍ୟକାରୀ କରାଯିବ । ରାଜ୍ୟ, ଜିଲ୍ଲା ଓ ବ୍ଲକ୍ ସ୍ତରରେ ଗଠିତ କମିଟି ମାଧ୍ୟମରେ ଯୋଜନାର ନିୟମିତ ତଦାରଖ ଓ ସମନ୍ୱୟ ରକ୍ଷା କରାଯିବ ।

Previous Post

୧୦ ଦିନରେ ଚତୁର୍ଥ ଥର ପାଇଁ ମହଙ୍ଗା ହୋଇଛନ୍ତି ପେଟ୍ରୋଲ-ଡିଜେଲ

Next Post

ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗର ଅଧ୍ୟକ୍ଷ ପଦ ଛାଡ଼ିଲେ ପ୍ରଦୀପ ଜେନା

FNN WEB

FNN WEB

Next Post
ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗର ଅଧ୍ୟକ୍ଷ ପଦ ଛାଡ଼ିଲେ ପ୍ରଦୀପ ଜେନା

ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗର ଅଧ୍ୟକ୍ଷ ପଦ ଛାଡ଼ିଲେ ପ୍ରଦୀପ ଜେନା

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

September 11, 2026
ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

August 28, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

September 11, 2026
ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.