ଭୁବନେଶ୍ବର: ଆଇପିଏସ୍ ସ୍ତରରେ ବଡ଼ଧରଣର ଅଦଳବଦଳର ସପ୍ତାହକ ମଧ୍ୟରେ ଏବେ ଓପିଏସ୍ ସ୍ତରରେ ଅଦଳବଦଳ କରାଯାଇଛି। ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ୩ଟି ବିଜ୍ଞପ୍ତିରେ ବିଭିନ୍ନ ଜିଲ୍ଲାର ୫୮ଜଣ ବରିଷ୍ଠ ଓପିଏସ୍ ଅଧିକାରୀ(ଏସ୍ବି)ଙ୍କୁ ନୂତନ ଦାୟିତ୍ବ ନ୍ୟସ୍ତ କରାଯାଇଛି। ଏହା ସହିତ କିଛି ଅଧିକାରୀଙ୍କୁ ଉକ୍ତ ଜିଲ୍ଲାରେ ବିଭାଗ ଅଦଳବଦଳ କରାଯାଇଛି।
ଅନୁଗୁଳ ପିଟିସିର ଅତିରିକ୍ତ ଏସ୍ପି ଭାବେ ଶୋଭା ପଟ୍ଟନାୟକଙ୍କୁ ଦାୟିତ୍ବ ମିଳିଥିବା ବେଳେ ଆନନ୍ଦ କୁମାର ଡୁଙ୍ଗ୍ଡୁଙ୍ଗ୍, ମମତା ସାହୁ ଓ ବିଶ୍ବପତି ପଣ୍ଡାଙ୍କୁ ରାଇରଙ୍ଗପୁରର ଅତିରିକ୍ତ ଏସ୍ପି, ଯୋଗେଶ୍ବର ଓରାମ୍ଙ୍କୁ ସମ୍ବଲପୁର ଅତିରିକ୍ତ ଏସ୍ପି, ଜ୍ୟୋତ୍ସାମୟୀ ପ୍ରଧାନଙ୍କୁ କେନ୍ଦୁଝରର ଅତିରିକ୍ତ ଏସ୍ପି, ଗୀତାରାଣି ସେଠୀଙ୍କୁ ଲୋକାୟୁକ୍ତର ଅତିରିକ୍ତ ଏସ୍ପି, ଲିଲିମା ଲଳିତା ବାର୍ଲା ସୁବର୍ଣ୍ଣପୁର ଅତିରିକ୍ତ ଏସ୍ପି, ପ୍ରଭା ଧାନ୍ ଗଂଜାମର ଅତିରିକ୍ତ ଏସ୍ପି, ତାରାଜସ୍ମିନ୍ ଗୁରିଆ କଳାହାଣ୍ଡିର ଅତିରିକ୍ତ ଏସ୍ପି, ପ୍ରଦୀପ କୁମାର୍ ବାର୍ଲା ଓ ପ୍ରଶାନ୍ତ କୁମାର ମେହେର ଭୁବନେଶ୍ବର ଏସ୍ଆଇଡବ୍ଲୁର ଅତିରିକ୍ତ ଏସ୍ପି, ଆଶିଷ କୁମାର ମିଶ୍ର, ପ୍ରଶାନ୍ତ କୁମାର ନନ୍ଦ, ଅଜୟ କୁମାର ବାରିକ, ପ୍ରଦୀପ୍ତା କୁମାରୀ ପାଣିଗ୍ରାହୀ, ସନତ କୁମାର ନାଥ ଶର୍ମା ଓ ସରିତା ଶତପଥୀ ଭୁବନେଶ୍ବର ସ୍ପେସାଲ୍ ବ୍ରାଞ୍ଚ୍ର ଅତିରିକ୍ତ ଏସ୍ପି (ସଂଯୁକ୍ତ ଭୁବନେଶ୍ବର ବିପିଏସ୍ପିଏ), ଦିଲୀପ କୁମାର ସାହୁ ଇଣ୍ଟେଲିଜେନ୍ସର ଅତିରିକ୍ତ ଏସ୍ପି, ଜ୍ୟୋତିରଂଜନ ସାମନ୍ତରାୟ ନୟାଗଡ଼ର ଅତିରିକ୍ତ ଏସ୍ପି , ତାଳଚେର ଆଇଜି ପୁଲିସ କାର୍ଯ୍ୟାଳୟର ଅତିରିକ୍ତ ଏସ୍ପି ଭାବେ ମାନସ କୁମାର ଦେଓ, ବାଲେଶ୍ବରର ଅତିରିକ୍ତ ଏସ୍ପି ବାଲେଶ୍ବରର ଅତିରିକ୍ତ ଏସ୍ପି ପ୍ରମୋଦ କୁମାର ମଲ୍ଲିକ ଓ ପରେଶ କୁମାର ରାଉତ, ଭିଜିଲାନ୍ସର ଅତିରିକ୍ତ ଏସ୍ପି ଭାବେ ସରୋଜ କାନ୍ତ ମହାନ୍ତ, ଅମିତା ତ୍ରିପାଠୀ, ଲକ୍ଷ୍ମୀଧର ସ୍ବାଇଁ, ପ୍ରଣୀତା ପଟ୍ଟନାୟକ, ସୁଜାତା ଜେନା ଓ ସୋମନାଥ ଜେନା, ଡିଆଇବି କୋରାପୁଟର ଅତିରିକ୍ତ ଏସ୍ପି ରଶ୍ମିରଂଜନ ପଟ୍ଟନାୟକ, ଅତିରିକ୍ତ ଏସ୍ପି ଗୁଣୁପୁର ନିହାର ରଂଜନ ପ୍ରଧାନ, କେନ୍ଦୁଝର ଡିଆଇବିର ଅତିରିକ୍ତ ଏସ୍ପି ଶଙ୍କର୍ଷଣ ଦଳାଇ, ଗଜପତିର ଅତିରିକ୍ତ ଏସ୍ପି ବିରଞ୍ଚି ବାଗ୍, ପିଟିଆଇ ବୈରୀର ଅତିରିକ୍ତ ଏସ୍ପି ଭାବେ ଇମନ କଲ୍ୟାଣ ନାୟକ, ପୁରୀ ଏସ୍ଜେଟିଏର ଅତିରିକ୍ତ ଏସ୍ପି ରତିକାନ୍ତ ଗିରି, ଭୁବନେଶ୍ବର ଏସ୍ପି ମୁଖ୍ୟାଳୟର ଅତିରିକ୍ତ ଏସ୍ପି ଭାବେ ବବିତା ତ୍ରିପାଠୀ (ସଂଯୁକ୍ତ ଭୁବନେଶ୍ବର ଏସ୍ସିଆରବି), ସ୍ପେସାଲ୍ ବ୍ରାଞ୍ଚର ସୁରକ୍ଷା ବିଭାଗ ଅତିରିକ୍ତ ଏସ୍ପି ଭାବେ ସରୋଜ କୁମାର ପଟେଲ, ଅତିରିକ୍ତ ଏସ୍ପି ଭାବେ ରାଜ୍ୟ ପୁଲିସ ମୁଖ୍ୟାଳୟ (ଭୁବନେଶ୍ବର ସିଏଡବ୍ଲୁ ଓ ସିଡବ୍ଲୁ ସଂଯୁକ୍ତ) ଭାବେ ପ୍ରତାପ କୁମାର ରଣା ଓ ସମୀର କୁମାର ପଣ୍ଡା, କମିସନରେଟ୍ ପୁଲିସର ଅତିରିକ୍ତ ଡିସିପି ଭାବେ ଯୁଗଳ କିଶୋର ମଲ୍ଲିକ ଓ ରମେଶ ଚନ୍ଦ୍ର ଦୋରା, ଜ୍ୟୋତିର୍ମୟ ଭୁକ୍ତା, ଅତିରିକ୍ତ ଏସ୍ପି ଏସ୍ଓଜି(ଏଇଟି, ଭୁବନେଶ୍ବର ସିଏଡବ୍ଲୁ ଓ ସିଡବ୍ଲୁ ସଂଯୁକ୍ତ) ଭାବେ ମାନସୀ ପାତ୍ର, ବଣାଇ ଅତିରିକ୍ତ ଏସ୍ପି ଭାବେ ହୃଷୀକେଶ ନାୟକ, ରାୟଗଡ଼ା ଅତିରିକ୍ତ ଏସ୍ପି ଭାବେ ସତ୍ୟକୁମାର ନନ୍ଦଙ୍କୁ ବଦଳି କରାଯାଇଛି। ସେହିଭଳି ଭୁବନେଶ୍ବର ସିଏଡବ୍ଲୁ ଓ ସିଡବ୍ଲୁରେ ଥିବା ପ୍ରତାପ ଚନ୍ଦ୍ର ତ୍ରିପାଠୀଙ୍କୁ କେନ୍ଦୁଝର ଘଟଗାଁର ଏସ୍ଡିପିଓ ଭାବେ ବଦଳି କରାଯାଇଛି।
ସେହିଭଳି ବଦଳି ତାଲିକାରେ କାର୍ତ୍ତିକ ଚନ୍ଦ୍ର ମଲ୍ଲିକଙ୍କୁ ଅତିରିକ୍ତ ଏସ୍ପି ଭାବେ କୋରାପୁଟର ଡିଆଇଜି କାର୍ଯ୍ୟାଳୟର ଦକ୍ଷିଣ-ପଶ୍ଚିମ ରେଞ୍ଜରୁ ବ୍ରହ୍ମପୁର ଆଇଜି କାର୍ଯ୍ୟାଳୟକୁ ବଦଳି କରାଯାଇଛି। ହରେକୃଷ୍ଣ ମାଝୀ ଓ ସୁଶାନ୍ତ କୁମାର ସେନ୍ଙ୍କୁ ଅତିରିକ୍ତ ଏସ୍ପି ଭିଜିଲାନ୍ସରେ ଦାୟିତ୍ବ ମିଳିଥିବା ବେଳେ ମନୋଜ କୁମାର ସାମନ୍ତଙ୍କୁ ଅତିରିକ୍ତ ଏସ୍ପି ଭାବେ କୋରାପୁଟର ଡିଆଇଜି କାର୍ଯ୍ୟାଳୟର ଦକ୍ଷିଣ-ପଶ୍ଚିମ ରେଞ୍ଜକୁ ସ୍ଥାନାନ୍ତର କରାଯାଇଛି। ଦେବଜିତ ଭଟ୍ଟାଚାର୍ଯ୍ୟ ଓ ସୁଜିତ କୁମାର ପଣ୍ଡାଙ୍କୁ ଅତିରିକ୍ତ ଏସ୍ପି ଭାବେ ପୁଲିସ୍ ମୁଖ୍ୟାଳୟ(ଭୁବନେଶ୍ବର ସିଏଡବ୍ଲୁ ଓ ସିଡବ୍ଲୁ ସଂଯୁକ୍ତ)ରେ ନିଯୁକ୍ତି ମିଳିଥିବା ବେଳେ ସୁଦର୍ଶନ ଦାଶଙ୍କୁ କମିସନରେଟ୍ ପୁଲିସ୍ରୁ ବଦଳି କରାଯାଇ କଟକ ଏଚ୍ଆର୍ପିସିର ଅତିରିକ୍ତ ଏସ୍ପି, ଅଭିଷେକ ପାଣିଗ୍ରାହୀଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟର ଅତିରିକ୍ତ ଏସ୍ପି, ସୀମା ସ୍ୱାଇଁଙ୍କୁ ଅତିରିକ୍ତ ଏସ୍ପି ନବରଙ୍ଗପୁର, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗରେ ଓଏସ୍ଡି ଭାବେ କାର୍ଯ୍ୟରତ ଚନ୍ଦ୍ରଶେଖର ହୋତାଙ୍କୁ କନ୍ଧମାଳ ଅତିରିକ୍ତ ଏସ୍ପି ଭାବେ ନିଯୁକ୍ତି ମିଳିଛି। ଭଦ୍ରକର ଅତିରିକ୍ତ ଏସ୍ପି ଭାବେ ଗାୟତ୍ରୀ ପ୍ରଧାନଙ୍କୁ ଦାୟିତ୍ବ ମିଳିଛି।














