• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ବୟସ୍କଙ୍କୁ ଭତ୍ତା ଦେବାରେ ଡବଲ ଇଞ୍ଜିନ ସରକାର ସମ୍ପୂର୍ଣ୍ଣ ବିଫଳ: ବିଜେଡି

FNN WEB by FNN WEB
May 30, 2026
in ଓଡ଼ିଶା, ମୁଖ୍ୟ ଖବର
0
ବୟସ୍କଙ୍କୁ ଭତ୍ତା ଦେବାରେ ଡବଲ ଇଞ୍ଜିନ ସରକାର ସମ୍ପୂର୍ଣ୍ଣ ବିଫଳ: ବିଜେଡି
0
SHARES
2
VIEWS

ଭୁବନେଶ୍ୱର: ରାଜ୍ୟର ବୟସ୍କ, ଭିନ୍ନକ୍ଷମ ଓ ବିଧବା ମାନଙ୍କୁ ୨ ମାସ ହେଲା ଭତ୍ତା ପ୍ରଦାନ ନ କରି ହନ୍ତସନ୍ତ କରୁଛନ୍ତି ରାଜ୍ୟ ସରକାର । ପ୍ରତିଦିନ ଭତ୍ତା ପାଇବା ପାଇଁ ପଞ୍ଚାୟତ ଅଫିସ୍, ବ୍ୟାଙ୍କ ଆଗରେ ଧାଡ଼ିରେ ଛିଡ଼ା ହୋଇ ହିତାଧିକାରୀମାନେ ଅକଥନୀୟ ଦୁର୍ଦ୍ଦଶା ଭୋଗୁଥିବା କହି ସରକାରଙ୍କୁ କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ଦଳର ନୟାଗଡ଼ ବିଧାୟକ ଡ଼ ଅରୁଣ ସାହୁ, ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ଓ ଦଳର ଭୋଗରାଇ ବିଧାୟକ ଶ୍ରୀ ଗୌତମବୁଦ୍ଧ ଦାସ କହିଛନ୍ତି ଯେ, ବିଜେପି ସରକାରକୁ ଆସିବା ପରେ ସବୁ କ୍ଷେତ୍ରରେ ଲୋକଙ୍କୁ ଧାଡ଼ିରେ ଛିଡ଼ା କରାଉଛି । ବୟସ୍କଙ୍କୁ ଧାଡ଼ିରେ ଛିଡ଼ା କରାଇ ସରକାର ତାଙ୍କୁ ଯେଉଁ ଯନ୍ତ୍ରଣା ଦେଉଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ ।

ଡ଼ ଅରୁଣ ସାହୁ କହିଥିଲେ, ଡିଜିଟାଲ ଇଣ୍ଡିଆର ବାହାବାହା ନେଉଥିବା ଡବଲ ଇଞ୍ଜିନ ସରକାର ଅସହାୟ ମାନଙ୍କୁ ଆକାଉଣ୍ଟ ମାଧ୍ୟମରେ କି ଘର ପାଖରେ ଭତ୍ତା ଦେଇପାରୁନି । ସରକାରୀ ସ୍କୁଲ ଛାତ୍ରଛାତ୍ରୀ ୟୁନିଫର୍ମ ପାଇପାରୁ ନାହାନ୍ତି । ସରକାରୀ କର୍ମଚାରୀ ଠିକ୍ ସମୟରେ ଦରମା ପାଉନାହାନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଘରେ ଭତ୍ତା ପହଞ୍ଚାଇବାର ବ୍ୟବସ୍ଥା କରିଥିଲେ । କିନ୍ତୁ ବର୍ତ୍ତମାନର ବାହାପିଆ ବିଜେପି ସରକାର ବୟସ୍କଙ୍କୁ ଖର୍ଚ୍ଚାନ୍ତ କରାଇ ଧାଡ଼ିରେ ଛିଡ଼ା କରାଉଛନ୍ତି । ଶ୍ରୀମତୀ ପ୍ରମିଳା ମଲ୍ଲିକ କହିଥିଲେ, ପ୍ରଚାର ସର୍ବସ୍ୱ ରାଜ୍ୟ ସରକାର ନବୀନ ବାବୁଙ୍କ ସବୁ ଯୋଜନାର ରଙ୍ଗ ଓ ନାମ ପରିବର୍ତ୍ତନ କରିଚାଲିଛନ୍ତି । ପ୍ରତି ମାସର ୧୫ ତାରିଖ ପୂର୍ବରୁ ହିତାଧିକାରୀ ମାନଙ୍କ ଘରେ ଭତ୍ତା ପହଞ୍ଚାଇବାର ଯେଉଁ ବ୍ୟବସ୍ଥା ନବୀନ ବାବୁ କରିଥିଲେ, ସେ ବ୍ୟବସ୍ଥାକୁ ସରକାର ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି । ନବୀନ ବାବୁ ଭତ୍ତାର ପରିମାଣ ୩୦୦ ଟଙ୍କାରୁ ବୃଦ୍ଧି କରି ୧୦୦୦ ଟଙ୍କା କରିଥିଲେ । ମଧୁବାବୁ ପେନସନ ଯୋଜନାରେ ୧୨ ଲକ୍ଷରୁ ୩୮ ଲକ୍ଷ ଲୋକଙ୍କୁ ସାମିଲ କରିଥିଲେ । କିନ୍ତୁ ବିଜେପି ସରକାର କ୍ଷମତାକୁ ଆସିଲା ପରେ ବୟସ୍କ ମାନଙ୍କୁ ଏଭଳି ଡହଳବିକଳ କରି କି ଆନନ୍ଦ ପାଉଛନ୍ତି ବୋଲି ଶ୍ରୀମତୀ ମଲ୍ଲିକ ପ୍ରଶ୍ନ କରିଥିଲେ ।

ଶ୍ରୀ ଗୌତମବୁଦ୍ଧ ଦାସ କହିଥିଲେ, ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ପ୍ରତିଟି ଜୀବନ ମୂଲ୍ୟବାନ । ପ୍ରତ୍ୟେକ ମଣିଷର ବଞ୍ଚିବାର ଅଧିକାର ଅଛି । ତାଙ୍କ ଶାସନ ସମୟରେ ହୋଇଥିବା ବିଭିନ୍ନ ଯୋଜନା ମଧ୍ୟରୁ ଏକ ଉଲ୍ଲେଖନୀୟ ଯୋଜନା ହେଲା ମଧୁବାବୁ ପେନସନ ଯୋଜନା । କିନ୍ତୁ ଯେବେଠୁ ବିଜେପି ସରକାରକୁ ଆସିଛି, ସେବେଠୁ ବୃଦ୍ଧବୃଦ୍ଧା, ଭିନ୍ନକ୍ଷମ, ବିଧବା ଓ ଅସହାୟ ମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ପଞ୍ଚାୟତ ଅଫିସ୍, ବ୍ୟାଙ୍କ ଆଗରେ ଯେଉଁପରି ଅସହାୟ ଅବସ୍ଥାରେ ହିତାଧିକାରୀ ବସୁଛନ୍ତି ତାହା ସମଗ୍ର ରାଜ୍ୟବାସୀଙ୍କୁ ବିଚଳିତ କରୁଛି । ଏ ସରକାର ପାଖରେ ସମ୍ବେଦନଶୀଳତା ବୋଲି କିଛି ନାହିଁ । ଲାଗୁଛି ସରକାର ଏବେ ଦେବାଳିଆ ହୋଇଗଲେଣି । ୨୦୦୦ ମସିହା ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ଦରମା ଦେବା ପାଇଁ ତତ୍କାଳୀନ ସରକାର ଓଭରଡ୍ରାଫ୍ଟ କରୁଥିଲେ । ବର୍ତ୍ତମାନ ତାହାର ପୁନରାବୃତ୍ତି ଘଟିବାକୁ ଯାଉଛି । ବୟସ୍କଙ୍କୁ ଧାଡ଼ିରେ ଛିଡ଼ା କରାଇ ଯନ୍ତ୍ରଣା ଦେଉଥିବା ଏ ସରକାରକୁ ଆଗାମୀ ଦିନରେ ଓଡ଼ିଶାବାସୀ ଉଚିତ୍ ଜବାବ ଦେବେ ।

Previous Post

ଆୟୂଷ୍ମାନ କାର୍ଡରେ ସୁବିଧା; ଆଡମିଟର ୩ ଦିନ ପୂର୍ବରୁ ପରୀକ୍ଷାର ଖର୍ଚ୍ଚ ଭରଣ

Next Post

ସମ୍ବଲପୁର ଶୀତଳ ଷଷ୍ଠୀ ପାଇଁ ଦିଆଯିବ ୧ କୋଟି ୮ଲକ୍ଷ ଟଙ୍କା ଅନୁଦାନ

FNN WEB

FNN WEB

Next Post
ସମ୍ବଲପୁର ଶୀତଳ ଷଷ୍ଠୀ ପାଇଁ ଦିଆଯିବ ୧ କୋଟି ୮ଲକ୍ଷ ଟଙ୍କା ଅନୁଦାନ

ସମ୍ବଲପୁର ଶୀତଳ ଷଷ୍ଠୀ ପାଇଁ ଦିଆଯିବ ୧ କୋଟି ୮ଲକ୍ଷ ଟଙ୍କା ଅନୁଦାନ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

June 4, 2026
ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

June 4, 2026
ଓଡିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ

ଓଡିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ

June 4, 2026
ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

June 4, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

June 4, 2026
ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

June 4, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.