• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ପରଲୋକରେ କବି ସୁନୀଲ କୁମାର ପୃଷ୍ଟି

FNN WEB by FNN WEB
May 22, 2024
in ଓଡ଼ିଶା, ମୁଖ୍ୟ ଖବର
0
ପରଲୋକରେ କବି ସୁନୀଲ କୁମାର ପୃଷ୍ଟି
0
SHARES
0
VIEWS

ଭୁବନେଶ୍ବର: ତିନି ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି ଓଡ଼ିଆ ସାହିତ୍ୟର ପ୍ରଖର କାବ୍ୟସ୍ବର ଥିବା କବି ସୁନୀଲ କୁମାର ପୃଷ୍ଟିଙ୍କର ଆଜି ସକାଳ ୯ଟା ସମୟରେ ଭୁବନେଶ୍ବରସ୍ଥିତ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା। କବି ସୁନୀଲ ୮୦ ଦଶକରେ କବିତା ଲେଖାଲେଖି ଆରମ୍ଭ କରି ୨୦୨୦ ଯାଏଁ ସକ୍ରିୟ ଥିଲେ। ୨୦୦୫ ବେଳକୁ ସେ ରୋମାଣ୍ଟିକ କାବ୍ୟଚେତନାର ଏକ ପ୍ରମୁଖ ସ୍ବର ପାଲଟିଥିଲେ। କବିତା ସଂକଳନ ‘ଚିହ୍ନା ଚିହ୍ନା ନିର୍ଜନତା’, ‘ଦେହ ଦେଉଳ’ ପରେ ‘ତନୁଲତାର କବିତା’ ଲେଖି ଓଡ଼ିଆ ଯୁବମାନସରେ ପ୍ରେମ-କବିତାର ଉଦାତ୍ତ ରେଖାପାତ କରିଥିଲେ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ। ପରବର୍ତ୍ତୀ ସମୟରେ ଅତ୍ୟନ୍ତ ସଫଳ କବିତାକୁ ନେଇ ‘ଅସଫଳ କବିତା’ ସଂକଳନ ପ୍ରକାଶିତ ହୋଇଥିଲା।
୧୯୬୩, ମେ ୧୩ ତାରିଖରେ ବରଗଡ଼ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ସୁନୀଲ ଏବଂ ତାଙ୍କର ବାଲ୍ୟକାଳ, ସ୍କୁଲ-କଲେଜ ଶିକ୍ଷା ରାୟଗଡ଼ା ଜିଲ୍ଲାରେ ଘଟିଥିଲା। ଚାରି ଭାଇ ଓ ଦୁଇ ଭଉଣୀଙ୍କ ମଧ୍ୟରେ ସେ ଥିଲେ ଜ୍ୟେଷ୍ଠ। ଉତ୍ତୀର୍ଣ୍ଣ କୈଶୋର ବେଳକୁ ରାୟଗଡ଼ା ଜିଲ୍ଲାର ନାଗାବଳୀ ନଦୀ ସୁନୀଲଙ୍କୁ ଜଣେ ନାନ୍ଦନିକ କବି ଭାବେ ଗଢ଼ିତୋଳିଥିଲା।

ନବେ ଦଶକର ଆଦ୍ୟଲଗ୍ନରେ ସେ ଜେକେ ପେପର୍‌ମିଲ୍ ମହାବିଦ୍ୟାଳୟରେ କିଛି କାଳ ଅଧ୍ୟାପନା କରିଥିଲେ। ଅଧ୍ୟାପନା ଛାଡ଼ି କିଛି ସମୟ ‘ନବଲିପି’ ପତ୍ରିକା ସଂପାଦନା, କିଛି ମାସ ‘ସମ୍ବାଦ’ ଏବଂ ‘ସମାଜ’ ସଂପାଦନା ବିଭାଗରେ କାର୍ଯ୍ୟ କରିଥିଲେ। ୧୯୯୬ ଅକ୍ଟୋବରରୁ ୨୦୦୯ ଶେଷ ଯାଏଁ ‘ସଚିତ୍ର ବିଜୟା’ର ସଂପାଦକ, ୨୦୧୦ରୁ ୨୦୧୨ ଯାଏଁ ‘ସାହିତ୍ୟ ପୃଥିବୀ’ର ସଂପାଦକ ଏବଂ ୨୦୧୩ରୁ ୨୦୧୭ ଯାଏଁ ‘ଶିଶିର’ର ସଂପାଦକ ଭାବେ କାର୍ଯ୍ୟ ତୁଲାଇଥିଲେ। ପତ୍ରିକା ସଂପାଦନା କ୍ଷେତ୍ରରେ ସେ ଉଚ୍ଚକୋଟୀର ସ୍ବାକ୍ଷର ଛାଡ଼ିଥିବା ବେଳେ, କବିତାର ଶାଣିତ ସ୍ବର ପାଲଟି ଅନେକ ଯୁବ ସାହିତ୍ୟିକଙ୍କ ଭାବାଦର୍ଶର କବି ଭାବେ ଈର୍ଷଣୀୟ ସଫଳତା ହାସଲ କରିଥିଲେ।

ଆଜି ସକାଳେ ସେ ଚା-ପାନ କରି, ପତ୍ନୀ-ପୁତ୍ରଙ୍କ ସହ କଥା ହୋଇ ବସିବସି ଶୋଇପଡ଼ିଥିଲେ ଏବଂ ଆଉ ଉଠିନଥିଲେ। ଜଣେ ରୋମାଣ୍ଟିକ ଓ ପ୍ରେମିକ କବିଙ୍କର ଏପରି ଆକସ୍ମିକ ମୃତ୍ୟୁ ଓଡ଼ିଆ ସାହିତ୍ୟ ଜଗତକୁ ସ୍ତବ୍‌ଧ କରିଦେଇଛି। ପରେ ପରେ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ନିଆଯାଇଥିଲା। ସେଠାରୁ ସତ୍ୟନଗର ଶ୍ମଶାନ ଅଣାଯାଇ ଅନ୍ତିମ ସଂସ୍କାର କରାଯାଇଥିଲା। ଶେଷସମୟରେ ତାଙ୍କ ନିକଟରେ ଅବସରପ୍ରାପ୍ତ ଅଧ୍ୟାପିକା ପତ୍ନୀ ଗୀତା ଦୀକ୍ଷିତ ଏବଂ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ, କଟକଠାରେ ସହସଚିବ ଭାବେ କାର୍ଯ୍ୟରତ ପୁତ୍ର ସୃଜନ ସାରସ୍ବତ ଉପସ୍ଥିତ ଥିଲେ। ଏକମାତ୍ର ପୁତ୍ର ସୃଜନ ମୁଖାଗ୍ନି ଦେଇଥିଲେ।

ଖବର ପାଇ ଅନେକ କବି, କଥାକାର ଓ ସାମ୍ବାଦିକ ତାଙ୍କର ଶେଷ ଦର୍ଶନ କରିଥିଲେ। କ୍ୟାପିଟାଲ୍‌ ହସ୍ପିଟାଲ୍‌ ଓ ସତ୍ୟନଗର ଶ୍ମଶାନରେ କବି ସୂର୍ଯ୍ୟ ମିଶ୍ର, ଶକ୍ତି ମହାନ୍ତି, ରାଜେନ୍ଦ୍ର ରାଉଳ, ବାଦଲ ମହାନ୍ତି, ମାଧବ ବେହୁରା, ଉମାକାନ୍ତ ରାଉତ, ଉମେଶ ଚନ୍ଦ୍ର ସାହୁ, ଗଙ୍ଗାଧର ସାହୁ, ପବିତ୍ର ମୋହନ କର, ବିବେକାନନ୍ଦ ଜେନା, ଦେବବ୍ରତ ଦାସ, ବେଦପ୍ରକାଶ ନାୟକ, ନେତାଜୀ ଅଭିନନ୍ଦନ, ପ୍ରିୟରଞ୍ଜନ ମହାନ୍ତି, ଶୁଭଶ୍ରୀ ଶୁଭସ୍ମିତା ଓ ସୁଶାନ୍ତ ପହଞ୍ଚିଥିଲେ। କବି ସୁନୀଲଙ୍କ ଦେହାନ୍ତ ଖବର ପାଇ କେନ୍ଦ୍ର ସାହିତ୍ୟ ଏକାଡେମୀର ଓଡ଼ିଆ ଉପଦେଷ୍ଟା ମଣ୍ଡଳୀ ପକ୍ଷରୁ ଆବାହକ ତଥା ବିଶିଷ୍ଟ କଥାକାର ଗୌରହରି ଦାସ, ‘ପୌରୁଷ’ର ସଂପାଦକ ଅସିତ ମହାନ୍ତି, ପ୍ରଫେସର ବିଜୟାନନ୍ଦ ସିଂହ , କବି ସୁରେନ୍ଦ୍ର ପାଣିଗ୍ରାହୀ ଓ କବି କୃଷ୍ଣକୁମାର ମହାନ୍ତି ଗଭୀର ଶୋକପ୍ରକାଶ କରିଛନ୍ତି।

Previous Post

ନବୀନ ପୁଣି ଗଢିବେ ସରକାର

Next Post

ଓଡ଼ିଶାରେ ସରକାର ବଦଳିବାର ସମୟ ଆସିଛି: ଅରୁଣ ଗୋଭିଲ

FNN WEB

FNN WEB

Next Post
ଓଡ଼ିଶାରେ ସରକାର ବଦଳିବାର ସମୟ ଆସିଛି: ଅରୁଣ ଗୋଭିଲ

ଓଡ଼ିଶାରେ ସରକାର ବଦଳିବାର ସମୟ ଆସିଛି: ଅରୁଣ ଗୋଭିଲ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ସର୍ବ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ୧୦୦ ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ସର୍ବ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ୧୦୦ ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

March 7, 2026
ପାଣିରେ ବୁଡ଼ି ୫ ଛାତ୍ରଙ୍କ ମୃତ୍ୟୁ

ପାଣିରେ ବୁଡ଼ି ୫ ଛାତ୍ରଙ୍କ ମୃତ୍ୟୁ

March 7, 2026
୨୪ରେ ମିଳିବ ସୁଭଦ୍ରା ଟଙ୍କା, ଏକାସାଙ୍ଗରେ ଦୁଇଟି କିସ୍ତିର ଟଙ୍କା ମିଳିବ

ଆଜି ମହିଳା ଦିବସରେ ମିଳିବ ‘ସୁଭଦ୍ରା’ ଚତୁର୍ଥ କିସ୍ତି

March 7, 2026
ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ସର୍ବ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ୧୦୦ ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ସର୍ବ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ୧୦୦ ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

March 7, 2026
ପାଣିରେ ବୁଡ଼ି ୫ ଛାତ୍ରଙ୍କ ମୃତ୍ୟୁ

ପାଣିରେ ବୁଡ଼ି ୫ ଛାତ୍ରଙ୍କ ମୃତ୍ୟୁ

March 7, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.