ସମ୍ବଲପୁର: ଆଜି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ସମ୍ବଲପୁରରେ ବିଜେପି ପାଇଁ ପ୍ରଚାର କରିଛନ୍ତି। କେନ୍ଦ୍ରମନ୍ତ୍ରୀ ସମ୍ବଲପୁର ଭୂତପଡ଼ା ଠାରୁ ସୁନାପାଲୀ ଯାଏ କରୁଛନ୍ତି ରୋଡ୍ ସୋ। ସେ ରୋଡ୍ ସୋ’ ବେଳେ ବିଜେଡି ସରକାର ଉପରେ ବର୍ଷିଛନ୍ତି। ଗିରିରାଜ ସିଂହ କହିଛନ୍ତି, ଓଡ଼ିଶାରେ ସରକାର ବଦଳିବ ଓ ବିଜେପି ସରକାର ଗଢ଼ିବ। ନୀବନ ବାବୁଙ୍କୁ ୭୭ ହେଲାଣି। ସେ ଓଡ଼ିଆ ଅସ୍ମିତାକୁ ଶେଷ କରିଛନ୍ତି। ଓଡ଼ିଶା ସରକାର ଟୋଟାଲ୍ ଆଉଟସୋର୍ସିଂ। ଓଡ଼ିଶାରେ ଶାସନ ହିଁ ନାହିଁ। ନବୀନ ବାବୁ ନଜରବନ୍ଦୀ ରହିଛନ୍ତି। ଓଡ଼ିଆ ଅସ୍ମିତାକୁ ବଞ୍ଚାଇବା ପାଇଁ ନୂତନ ସରକାର ଗଢ଼ିବୁ। ଏହି ନିର୍ବାଚନରେ ବିଜୟୀ ହେବା ପରେ ନବୀନ ବାବୁ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛନ୍ତି। ଓଡ଼ିଶାବାସୀ ଏହାକୁ ବିରୋଧ କରିବା କଥା। ଓଡ଼ିଆ ପୁଅ ମୁଖ୍ୟମନ୍ତ୍ରୀ ହେଉ। ସେ ଆହୁରି କହିଛନ୍ତି, ଷଡ଼ଯନ୍ତ୍ର କରି ସମ୍ବଲପୁରରେ ହନୁମାନ ଜୟନ୍ତୀ ବନ୍ଦ କରାଗଲା। ଏଠି ହନୁମାନ ଜୟନ୍ତୀ ପାଳିତ ହେବା ନାହିଁ ତ କଣ ପାକିସ୍ତାନରେ ହେବ? ବୋଲି ସେ ପ୍ରଶ୍ନ କରିଛନ୍ତି।
ଓଡ଼ିଶାରେ ବିଜେପି ସରକାର ହେଲେ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରାଯିବ। ଏଠାରେ ନବୀନ ବାବୁଙ୍କୁ ନଜର ବନ୍ଦୀ କରି ରଖାଯାଇଥିବା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି । ସେହିପରି ସେ ଆହୁରି କହିଛନ୍ତି, ଓଡ଼ିଶାରୁ ଖଣିଜ ସମ୍ପଦ ଲୁଟ୍ କରାଯାଉଛି। ଏଠିକାର ଲୋକ ବେରୋଜଗାର ଭିତରେ ସଢୁଛନ୍ତି। ଓଡ଼ିଶାର ଲୋକ କାମ ପାଇଁ ବାହାରକୁ ଯାଉଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଓଡ଼ିଶାର ଅସ୍ମିତା ମହାପ୍ରଭୁ ଜଗନ୍ନାଥଙ୍କ ସହ ଜଡ଼ିତ । ଆଜି ଭଗବାନ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ଗାଏବ ହୋଇଯାଇଛି । ଏହାର ଜବାବ ନବୀନ ବାବୁ ଦିଅନ୍ତୁ ବୋଲି କହିଛନ୍ତି ଗିରିରାଜ ସିଂ ।














