ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଆୟୋଜିତ 35ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ, 2023 ମସିହା ନିମନ୍ତେ ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର ଭାବ “ଫୁଲଫୁଟି ମହକିଲା” କୁ ସମ୍ମାନିତ କରାଯାଇଛି। ଜୁନ୍ ୨୬ ତାରିଖ ଲୋକସେବା ଭବନ, ଭୂବନେଶ୍ଵର ଠାରେ ଅନୁଷ୍ଠିତ ଏହି ବର୍ଣ୍ଣାଢ଼୍ୟ ଉତ୍ସବରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝିଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ଏହି ସମ୍ମାନଟିକୁ ଚଳଚ୍ଚିତ୍ରର କାହାଣୀ, ସଂଳାପ, ଚିତ୍ରନାଟ୍ୟକାର, ପ୍ରଯୋଜକ ଓ ନିର୍ଦ୍ଦେଶକ ଡକ୍ଟର ତ୍ରିଲୋଚନ ଖୁଣ୍ଟିଆ ଗ୍ରହଣ କରିଥିଲେ।
ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ “ଫୁଲଫୁଟି ମହକିଲା” ଶିଶୁ ଚଳଚ୍ଚିତ୍ରଟି ଉଲ୍ଲେଖନୀୟ କୃତିତ୍ୱ ଅର୍ଜନକରି ଓଡ଼ିଶା ପାଇଁ ଗୌରବ ଆଣି ଦେଇଛି। ଏହି ଓଡ଼ିଆ ଚଳଚ୍ଚିତ୍ରଟିରେ କଳାକାର ମାନଙ୍କ ଶ୍ରେଷ୍ଠ କଳାକୌଶଳତା ଓ ବଳିଷ୍ଠ କାର୍ଯ୍ୟ ଦକ୍ଷତା ପାଇଁ ସମ୍ଭବ ହୋଇ ପାରିଛି। ଏହି ଶିଶୁ ଚଳଚ୍ଚିତ୍ର ଫୁଲ ଫୁଟି ମହକିଲା ସିଲଭର୍ ସିଟି ଇଣ୍ଟରନେସନାଲ୍ ଫିଲ୍ମ ଫେଷ୍ଟିଭାଲ 2024, ରାଉରକେଲା ଫିଲ୍ମ ଫେଷ୍ଟିଭାଲ 2024, ସିନେ ଫୋକସ୍ ଫିଲ୍ମ ଫେଷ୍ଟିଭାଲ 2024, ଚଳଚ୍ଚିତ୍ର ଜଗତ ପ୍ରତିଭା ସମ୍ମାନ 2025 ଇତ୍ୟାଦି ସମ୍ମାନ ଜନକ ଜାତୀୟ ଓ ଆନ୍ତର୍ଜାତୀୟ ପୁରସ୍କାର ଲାଭ କରି ପାରିଛି। ଆଜି PWD IB, ଓ.ଏମ୍.ପି. ଛକଠାରେ ଫୁଲ ଫୁଟି ମହକିଲା ପରିବାରର ତରଫରୁ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଥିଲା, ଏହି ଚଳଚ୍ଚିତ୍ରରେ କାର୍ଯ୍ୟ କରିଥିବା ସମସ୍ତ କଳାକାର ଓ ଟେକ୍ନିସିଆନ୍ ମହାନଙ୍କୁ “ପ୍ରତିଭା କ୍ରିଏଟିଭ୍ ଆର୍ଟସ୍” ପ୍ରଯୋଜନା ସଂସ୍ଥା ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଚଳଚ୍ଚିତ୍ରର ସହ ନିର୍ଦ୍ଦେଶକ ବିଭୁତି ଭୂଷଣ ଭାରତ ସମସ୍ତ କାର୍ଯ୍ୟଭାର ସଂଯୋଜନା କରିଥିଲେ।














