• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ବ୍ରହ୍ମପୁର-ସମ୍ବଲପୁରରେ ୱାର୍ଲ୍ଡ ସ୍କିଲ୍ ସେଣ୍ଟର; ଜମି ଚିହ୍ନଟ ଶେଷ, ହସ୍ତାନ୍ତରକୁ ସରକାରଙ୍କ ନିର୍ଦ୍ଦେଶ

FNN WEB by FNN WEB
July 1, 2026
in ଓଡ଼ିଶା
0
ବ୍ରହ୍ମପୁର-ସମ୍ବଲପୁରରେ ୱାର୍ଲ୍ଡ ସ୍କିଲ୍ ସେଣ୍ଟର; ଜମି ଚିହ୍ନଟ ଶେଷ, ହସ୍ତାନ୍ତରକୁ ସରକାରଙ୍କ ନିର୍ଦ୍ଦେଶ
0
SHARES
2
VIEWS

ଭୁବନେଶ୍ବର ୧।୭: ରାଜ୍ୟର ଯୁବପିଢ଼ିଙ୍କୁ ବିଶ୍ୱସ୍ତରୀୟ ଦକ୍ଷତା ପ୍ରଶିକ୍ଷଣ ଯୋଗାଇବା ଲକ୍ଷ୍ୟରେ ମୋହନ ସରକାରଙ୍କ ମହତ୍ୱାକାଙ୍କ୍ଷୀ ଯୋଜନା ଏବେ ଧୀରେ ଧୀରେ ବାସ୍ତବ ରୂପ ନେବାକୁ ଯାଉଛି । ଚଳିତ ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ୍ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବ୍ରହ୍ମପୁର ଓ ସମ୍ବଲପୁରରେ ଦୁଇଟି ନୂଆ ୱାର୍ଲ୍ଡ ସ୍କିଲ୍ ସେଣ୍ଟର ପ୍ରତିଷ୍ଠା ଘୋଷଣା କରିଥିଲେ । ଏଥିପାଇଁ ୨୭୮ କୋଟି ଟଙ୍କାର ଘୋଷଣା ହୋଇଥିଲା । ବଜେଟ୍‌ର ସେହି ଘୋଷଣାକୁ କାର୍ଯ୍ୟକାରୀ କରିବାକୁ ଏବେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଉଭୟ ସ୍ଥାନରେ ଜମି ଚିହ୍ନଟ କରି ଭୂମି ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ କରିଛି । ଏନେଇ ବିଭାଗ ପକ୍ଷରୁ ଗଞ୍ଜାମ ଏବଂ ସମ୍ବଲପୁର ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲା ଦକ୍ଷତା ବିକାଶ ଅଧିକାରୀଙ୍କୁ ପୃଥକ ନିର୍ଦ୍ଦେଶ ଜାରି କରାଯାଇଛି ।

ଭୁବନେଶ୍ୱରରେ ସଫଳତାର ସହ କାର୍ଯ୍ୟ କରୁଥିବା ୱାର୍ଲ୍ଡ ସ୍କିଲ୍ ସେଣ୍ଟରର ଢାଞ୍ଚାକୁ ରାଜ୍ୟର ଅନ୍ୟ ଅଞ୍ଚଳକୁ ବିସ୍ତାର କରିବା ସରକାରଙ୍କ ଲକ୍ଷ୍ୟ । ବିଶେଷକରି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ନିଜ ଅଞ୍ଚଳରେ ଆନ୍ତର୍ଜାତିକ ମାନର ଦକ୍ଷତା ପ୍ରଶିକ୍ଷଣ ସୁବିଧା ଯୋଗାଇବା ପାଇଁ ବ୍ରହ୍ମପୁର ଓ ସମ୍ବଲପୁରରେ ନୂଆ କ୍ୟାମ୍ପସ ସ୍ଥାପନ କରାଯାଉଛି ।

ବ୍ରହ୍ମପୁର କ୍ୟାମ୍ପସ ପାଇଁ ଗଞ୍ଜାମ ଜିଲ୍ଲା କନିଶି ତହସିଲ ଅଧୀନ ଲଉଡ଼ିଗାଁ ମୌଜାକୁ ଚୂଡ଼ାନ୍ତ ଭାବେ ଚୟନ କରାଯାଇଛି। ଏହି ସ୍ଥାନ ଚୟନ ପୂର୍ବରୁ ୱାର୍ଲ୍ଡ ସ୍କିଲ୍ ସେଣ୍ଟରର ବିଶେଷଜ୍ଞ ଦଳ ଲଉଡ଼ିଗାଁ ଓ ସୀତଳାପଲ୍ଲୀର ଦୁଇଟି ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରିଥିଲେ। ପ୍ରାୟ ୪୦ ଏକର ଜମିର ଉପଲବ୍ଧତା, “ଆଇଜର୍” ବ୍ରହ୍ମପୁରର ନିକଟତା ଏବଂ ସମୁଦ୍ର ଉପକୂଳ ପାଖରେ ଥିବାରୁ ଭବିଷ୍ୟତରେ ମେରିନ୍ ଇଞ୍ଜିନିୟରିଂ ଓ ହସ୍ପିଟାଲିଟି ପରି ଆଧୁନିକ ପାଠ୍ୟକ୍ରମ ଆରମ୍ଭ କରିବାର ସୁବିଧା ଦୃଷ୍ଟିରୁ ଲଉଡ଼ିଗାଁକୁ ସର୍ବାଧିକ ଉପଯୁକ୍ତ ସ୍ଥାନ ବୋଲି ସୁପାରିସ କରାଯାଇଥିଲା । ବର୍ତ୍ତମାନ ଏହି ଜମିକୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ନାମରେ ହସ୍ତାନ୍ତର କରିବା ପାଇଁ ଭୂମି ଅଲଗାକରଣ ପ୍ରସ୍ତାବ ଦାଖଲ କରିବାକୁ ବ୍ରହ୍ମପୁରସ୍ଥିତ ଜିଲ୍ଲା ଦକ୍ଷତା ବିକାଶ ଓ ନିଯୁକ୍ତି ଉପନିର୍ଦ୍ଦେଶକଙ୍କୁ କ୍ଷମତା ପ୍ରଦାନ କରାଯାଇଛି ।

ସେହିପରି ସମ୍ବଲପୁରରେ ସଦର ତହସିଲ ଅଧୀନ ବଡ଼ସିଂହାରି ମୌଜାରେ ପ୍ରାୟ ୧୫ ଏକର ସରକାରୀ ଜମିକୁ ୱାର୍ଲ୍ଡ ସ୍କିଲ୍ ସେଣ୍ଟର ପାଇଁ ଉପଯୁକ୍ତ ବୋଲି ବିଭାଗ ଚିହ୍ନଟ କରିଛି । ଉକ୍ତ ଜମି ବର୍ତ୍ତମାନ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ନାମରେ ରହିଥିବାରୁ ଏହାକୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ନାମରେ ହସ୍ତାନ୍ତର କରିବା ପାଇଁ ସମ୍ବଲପୁର ଜିଲ୍ଲାପାଳଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି । ଏଥିସହ ଭୂମି ଅଲଗାକରଣ ପ୍ରସ୍ତାବ ଦାଖଲ କରିବାକୁ ସମ୍ବଲପୁର ଜିଲ୍ଲା ଦକ୍ଷତା ବିକାଶ ଓ ନିଯୁକ୍ତି ଉପନିର୍ଦ୍ଦେଶକଙ୍କୁ ଅଧିକୃତ କରାଯାଇଛି ।

ସରକାରଙ୍କ ଏହି ପଦକ୍ଷେପ ଫଳରେ ରାଜ୍ୟର ଦୁଇ ପ୍ରମୁଖ ଅଞ୍ଚଳରେ ୱର୍ଲ୍ଡ ସ୍କିଲ୍ ସେଣ୍ଟର ସ୍ଥାପନ ଦିଗରେ ପ୍ରଶାସନିକ ପ୍ରକ୍ରିୟା ଆହୁରି ତ୍ୱରାନ୍ୱିତ ହୋଇଛି । ଭୂମି ହସ୍ତାନ୍ତର କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ କ୍ୟାମ୍ପସ ନିର୍ମାଣ ପାଇଁ ପରବର୍ତ୍ତୀ ପ୍ରକ୍ରିୟା ଆରମ୍ଭ ହେବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି।

Previous Post

ଭୀମସାରର ୨ କର୍ମଚାରୀଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଅଭିଯୋଗ, ଭିଜିଲାନ୍ସର କାର୍ଯ୍ୟାନୁଷ୍ଠାନ

Next Post

ନିଶା ମାଫିଆଙ୍କ ବିରୋଧରେ ବଡ଼ ଆକ୍ସନ, ଖୋଲିବ ANTF ଓ NDPS କୋର୍ଟ

FNN WEB

FNN WEB

Next Post
ନିଶା ମାଫିଆଙ୍କ ବିରୋଧରେ ବଡ଼ ଆକ୍ସନ, ଖୋଲିବ ANTF ଓ NDPS କୋର୍ଟ

ନିଶା ମାଫିଆଙ୍କ ବିରୋଧରେ ବଡ଼ ଆକ୍ସନ, ଖୋଲିବ ANTF ଓ NDPS କୋର୍ଟ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

August 28, 2026
SCB ମେଡିକାଲ୍ କଲେଜର ଡାଟା ଏଣ୍ଟ୍ରି ଅପରେଟର ଗିରଫ, ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ

SCB ମେଡିକାଲ୍ କଲେଜର ଡାଟା ଏଣ୍ଟ୍ରି ଅପରେଟର ଗିରଫ, ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ

August 28, 2026
ମିଳିଲା ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି , ୧.୩ କୋଟି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା

ମିଳିଲା ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି , ୧.୩ କୋଟି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା

August 28, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

August 28, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.