• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

୩ରୁ ସକ୍ରିୟ ହେବ ବଡ଼ ଲଘୁଚାପ; ଉପକୂଳ-ଆଭ୍ୟନ୍ତରୀଣରେ ପ୍ରବଳ ବର୍ଷା ସମ୍ଭାବନା

FNN WEB by FNN WEB
July 1, 2026
in ଓଡ଼ିଶା, ପାଣିପାଗ, ମୁଖ୍ୟ ଖବର
0
୩ରୁ ସକ୍ରିୟ ହେବ ବଡ଼ ଲଘୁଚାପ; ଉପକୂଳ-ଆଭ୍ୟନ୍ତରୀଣରେ ପ୍ରବଳ ବର୍ଷା ସମ୍ଭାବନା
0
SHARES
2
VIEWS

ଜୁନ୍ ମାସର ପ୍ରତିକୂଳ ପାଣିପାଗ ଓ ପାଖାପାଖି ୪୭% ନିଅଣ୍ଟିଆ ବର୍ଷା ଯୋଗୁଁ ଚିନ୍ତାରେ ଥିବା ଓଡ଼ିଶାର ଚାଷୀକୂଳଙ୍କ ପାଇଁ ଆସିଛି ଏକ ବଡ଼ ଆଶ୍ୱସ୍ତିକର ଖବର। ଜୁଲାଇ ମାସରେ ଓଡ଼ିଶାରେ ଦମଦାର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (IMD)। ଆସନ୍ତା ଜୁଲାଇ ୩ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ସକ୍ରିୟ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଥିବା ବେଳେ, ଏହାର ପ୍ରଭାବରେ ଆସନ୍ତା ଦୁଇ ସପ୍ତାହ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଜୁଲାଇ ମାସରେ ଓଡ଼ିଶାରେ ଭଲ ବର୍ଷା ହେବ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।

ଆସନ୍ତା ଦୁଇ ସପ୍ତାହ ଭଲ ବର୍ଷା ହେବ । ଜୁଲାଇ ୫ ତାରିଖ ଯାଏ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବ । କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଗତକାଲିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଟ୍ୱିନ୍ ସିଟି କଟକ ଏବଂ ଭୁବନେଶ୍ୱରରେ ବର୍ଷା ଜାରି ରହିଛି ।

ଜୁଲାଇ ମାସରେ ଉପକୂଳରୁ ଆରମ୍ଭ କରି ଆଭ୍ୟନ୍ତରୀଣ ଓଡ଼ିଶା, କେନ୍ଦ୍ରୀୟ ଅଞ୍ଚଳ (ମଧ୍ୟ ଓଡ଼ିଶା)ରେ ସ୍ୱାଭାବିକ ବା ସ୍ୱାଭାବିକଠାରୁ ଅଧିକ ବର୍ଷା ହେବା ସମ୍ଭାବନା ଅଛି । ରାଜ୍ୟର ଉଚ୍ଚଭୂମି ଓ ପୂର୍ବଘାଟ ପର୍ବତମାଳା ଭଳି ଭୌଗାଳିକ ସ୍ଥିତି ମୌସୁମୀ ବାୟୁ ସହ ପ୍ରତିକ୍ରିୟା କରୁଛି । ଏହା ପ୍ରଭାବରେ ଉପକୂଳ ଓଡ଼ିଶା ତୁଳନାରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଜୁଲାଇ ମାସର ପ୍ରଥମ ଦୁଇ ସପ୍ତାହର ବର୍ଷା ରାଜ୍ୟରେ ଧାନ ଚାଷ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଜୁନ୍ ମାସର ନିଅଣ୍ଟିଆ ବର୍ଷାକୁ ଭରଣା କରିବାରେ ଲଘୁଚାପ ସହାୟକ ହେବ । ବର୍ଷା ଯୋଗୁ ଧାନ ତଳି ରୋଇବା ଓ ବୁଣା କାମ ସୁବିଧାଜନକ ହେବ । ସେପଟେ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଜୁଲାଇ ୩ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଲଘୁଚାପ ଧୀରେ ଧୀରେ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗକୁ ଯାଇପାରେ । କିନ୍ତୁ ଏହା କୌଣସି ଅବପାତ ବା ଗଭୀର ଅବପାତରେ ପରିଣତ ହେବାର ଆଶଙ୍କା ନାହିଁ ।

ଲଘୁଚାପ ଘନୀଭୂତ ହୋଇ ଧୀରେ ଧୀରେ ଆଗକୁ ବଢ଼ିଲେ ଅଧିକ ବର୍ଷା ହୋଇପାରେ । ଆଇଏମଡି ଡିଜି ପୁଣି କହିଛନ୍ତି, ଗ୍ଲୋବାଲ୍ ପାଣିପାଗ ସ୍ଥିତି ଅନୁସାରେ, ଗତ ୧୦ ତାରିଖରେ ଏକ ଦୁର୍ବଳ ଏଲନିନୋ ସ୍ଥିତି ସୃଷ୍ଟି ହେବା ନେଇ ଘୋଷଣା କରାଯାଇଥିଲା । ଏବେ ଏହାର ତୀବ୍ରତା ଧୀରେ ଧୀରେ ବଢୁଛି । ଜୁଲାଇ ଏବଂ ଅଗଷ୍ଟରେ ଏହା ‘ମଧ୍ୟମ’ ସ୍ଥିତିରେ ରହିପାରେ । ସେପ୍ଟେମ୍ବର ବେଳକୁ ଏହା ଏକ ‘ଶକ୍ତିଶାଳୀ’ ଏଲ୍ନିନୋରେ ପରିଣତ ହେବ । ଏହା ପାଣିପାଗ ଉପରେ ପ୍ରଭାବ ପକାଇପାରେ । ଭାରତ ମହାସାଗରରେ ଇଣ୍ଡିଆନ୍ ଓସେନ୍ ଡାଇପୋଲ୍(ଆଇଓଡି) ସେପ୍ଟେମ୍ବର ମାସ ଆଡ଼କୁ ପଜିଟିଭ୍ ସ୍ଥିତିକୁ ଗତି କରିପାରେ ।

ପଜିଟିଭ୍ ଆଇଓଡି ପ୍ରଭାବରେ ସୋମାଲିଆ ଓ ଆରବ ସାଗର ଅଞ୍ଚଳରେ ସମୁଦ୍ର ପୃଷ୍ଠର ତାପମାତ୍ରା ବୃଦ୍ଧି ପାଏ । ଏହା ମୌସୁମୀ ବାୟୁକୁ ଦକ୍ଷିଣ ଗୋଲାର୍ଦ୍ଧରୁ ଭାରତ ଆଡ଼କୁ ଅଧିକ ସକ୍ରିୟ ଭାବେ ପ୍ରବାହିତ କରାଏ । ଏଭଳି ହେଲେ ଏଲ୍ନିନୋର ପ୍ରଭାବ ରୋକିହେବ । ଏହା ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ଚାଷ କାମ ପାଇଁ ଆଶ୍ୱସ୍ତି ଆଣିବ । ବର୍ଷା ଯୋଗୁ ଜୁଲାଇ ପ୍ରଥମ ସପ୍ତାହରେ ତାପମାତ୍ରା କମ୍ ରହିବ । ମୌସୁମୀ ପ୍ରବାହ ଯୋଗୁ ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ରହିପାରେ । ଯେଉଁ ସମୟରେ ବର୍ଷା ନହେବ, ସେଦିନ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ । ଯେଉଁ ସମୟରେ ବର୍ଷା ନହେବ, ସେଦିନ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ ।

Previous Post

ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ବ୍ରିଜର ଯାଞ୍ଚ, ୪ ଜୁଲାଇ ସୁଦ୍ଧା ରିପୋର୍ଟ ମାଗିଲେ ସରକାର

Next Post

୩ରେ ଓଡ଼ିଶା ଆସିବେ ଅମିତ୍ ଶାହ; ବରଗଡ଼ ଇଥାନଲ ପ୍ଲାଣ୍ଟର କରିବେ ଲୋକାର୍ପଣ

FNN WEB

FNN WEB

Next Post
୩ରେ ଓଡ଼ିଶା ଆସିବେ ଅମିତ୍ ଶାହ; ବରଗଡ଼ ଇଥାନଲ ପ୍ଲାଣ୍ଟର କରିବେ ଲୋକାର୍ପଣ

୩ରେ ଓଡ଼ିଶା ଆସିବେ ଅମିତ୍ ଶାହ; ବରଗଡ଼ ଇଥାନଲ ପ୍ଲାଣ୍ଟର କରିବେ ଲୋକାର୍ପଣ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

August 28, 2026
SCB ମେଡିକାଲ୍ କଲେଜର ଡାଟା ଏଣ୍ଟ୍ରି ଅପରେଟର ଗିରଫ, ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ

SCB ମେଡିକାଲ୍ କଲେଜର ଡାଟା ଏଣ୍ଟ୍ରି ଅପରେଟର ଗିରଫ, ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ

August 28, 2026
ମିଳିଲା ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି , ୧.୩ କୋଟି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା

ମିଳିଲା ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି , ୧.୩ କୋଟି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା

August 28, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

August 28, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.