ରଥଯାତ୍ରାରେ ଗୋଟିଏ ବି ଅଧିକ କର୍ଡନ ପାସ୍ ଇସ୍ୟୁ ହେବନି। କର୍ଡନ ପାସ୍ ନେଇ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ। ନିୟମ ଅନୁସାରେ ଗୋଟିଏ ବି ଅଧିକ କର୍ଡନ ପାସ୍ ଇସ୍ୟୁ କରିବେ ନାହିଁ। ନୀତିକାନ୍ତି ସହ ଜଡ଼ିତ ସେବକ ଓ କର୍ମଚାରୀଙ୍କ ବ୍ୟତୀତ ଆଉ କାହାକୁ ପାସ୍ ଦିଆଯିବନି। ଯଦି କେହି ଅନଧିକୃତ ଭାବେ ପ୍ରବେଶ କରନ୍ତି ତାଙ୍କୁ ବାହାରକୁ ନେଇଯିବେ ଅଧିକାରୀ। ଅପମାନିତ ନ କରି ଶାଳୀନତାର ସହ ତାଙ୍କୁ ବାହାରକୁ ନେଇଯିବେ।
ଏଥିପାଇଁ କର୍ଡନ ଦାୟିତ୍ବରେ ଥିବା ଅଧିକାରୀ ଓ ସୁରକ୍ଷାକର୍ମୀଙ୍କୁ ପ୍ରଶିକ୍ଷଣ ଆବଶ୍ୟକ। ମହିଳା ଶ୍ରଦ୍ଧାଳୁଙ୍କ ପ୍ରତି ଅସଦାଚରଣ କଲେ ଉପଯୁକ୍ତ ଶିକ୍ଷା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ସେବାୟତ ଓ କର୍ମଚାରୀଙ୍କୁ ସମନ୍ବୟ ରକ୍ଷା କରି ଦାୟିତ୍ବ ନିର୍ବାହ କରିବାକୁ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ। ସମନ୍ବୟ ରକ୍ଷା କରି ଦାୟିତ୍ବ ନିର୍ବାହ କଲେ ରଥଯାତ୍ରା ତ୍ରୁଟିଶୂନ୍ୟ ହୋଇପାରିବ।
ପୁରୀ ରଥଯାତ୍ରା ଉପରେ ସାରା ବିଶ୍ବର ନଜର ରହିଛି। ରଥଯାତ୍ରା ସୁରୁଖୁରୁରେ ସାରିବା ଓ ଭକ୍ତଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଆମର ଦାୟିତ୍ବ। ରାଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି। ସ୍ବାସ୍ଥ୍ୟ, ପରିମଳ ଓ ଟ୍ରାଫିକ ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯାଇଛି। ସେବାୟତଙ୍କ ନିଷ୍ଠା ଯୋଗୁଁ ମହାପ୍ରଭୁଙ୍କ ନୀତିକାନ୍ତିରେ କୌଣସି ଅସୁବିଧା କେବେ ହୋଇନି।













