ଜଟଣୀ, ୧୦/୦୬/୨୦୧୬: ଜଟଣୀ ସହରରେ ନୂତନ ଭାବେ ସୀତାରାମ ଛକ ଓ ରେଳଷ୍ଟେସନ ଫାଟକ ସମ୍ମୁଖରେ ଖୋଲାଯାଇଥିବା ଦୁଇଟି ମଦ ଦୋକାନ ବିରୁଦ୍ଧରେ ଜନ ଆନ୍ଦୋଳନ ଚରମ ସୀମାରେ ପହଁଚିଛି| ଏ ନେଇ ମହିଳା ମୋର୍ଚା ଓ ସ୍ଥାନୀୟ ବାସିନ୍ଦାଙ୍କ ପ୍ରତିବାଦରେ ସୀତାରାମ ଛକ ଠାରେ ଖୋଲା ଯାଇଥିବା ମଦ ଦୋକାନକୁ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ବିଗତ ଦୁଇ ଦିନ ଧରି ବନ୍ଦ ରହିଥିଲା ବେଳେ ଷ୍ଟେସନ ମୁଖ୍ୟ ଫାଟକ ନିକଟରେ ଥିବା ମଦ ଦୋକାନ ଚାଲୁ ରହିଛି | ଏଠାରେ କହିବା ମୂଲ୍ୟ ଯେ, ଓଡିଶା ଅବକାରୀ ନିୟମ 2017 ଧାରା ୨୩(୭) କୁ ଓ ସର୍ବୋଚ୍ଚ ନ୍ୟାୟାଳୟର ଆଦେଶକୁ ଉଲ୍ଲଙ୍ଘନ କରାଯାଇ ରେଳଷ୍ଟେସନ ନିକଟରେ ଓ ରେଳ ଅଂଚଳରେ କେଉଁ ନିୟମ ଆଧାରରେ ମଦ ଦୋକାନ ଖୋଲାଯାଇଛି | ଖୋର୍ଦ୍ଧାରୋଡ ରେଳଷ୍ଟେସନ ଏକ ବ୍ୟସ୍ତ ବହୁଳ ରେଳଷ୍ଟେସନ ହେଇଥିବା ବେଳେ , ବହୁ ଯାତ୍ରୀଙ୍କ ଯିବା ଆସିବା ଲାଗି ରହିଥିବା ବେଳେ ମଦ୍ୟପଙ୍କ କୋଳାହଳ ପରିବେଶ ଉପରେ କୁ ପ୍ରଭାବ ପକାଇବ ବୋଲି ସର୍ବସାଧାରଣ ଦାବ୍ୟ କରିଛନ୍ତି | ଏହି ସବୁ ଦିଗକୁ ଲକ୍ଷ୍ୟ କରି ଆଜି “ଜଟଣୀ ସାମ୍ବାଦିକ ସଂଘ “ର ସାମ୍ବାଦିକ ବୃନ୍ଦ ଏକ ଲିଖିତ ଅଭିଯୋଗ ଖୋର୍ଦ୍ଧାରୋଡ ମଣ୍ଡଳ ଅଧିକାରୀଙ୍କୁ ଦେବାପାଇଁ ଯାଇଥିଲା ବେଳେ ମଣ୍ଡଳ ଅଧିକାରୀ ଓ DRM ସାମ୍ବାଦିକଙ୍କୁ ଦେଖା କରିବାକୁ ମନା କରିଦେଇଥିଲେ | DRM କାହା ଚାପରେ ଦେଖା ହବାକୁ ମନ କରିଛନ୍ତି କି ଏଠାରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି | ପରେ ପରେ ସାମ୍ବାଦିକ ମାନେ ଖୋର୍ଦ୍ଧାରୋଡ ମଣ୍ଡଳ ବରିଷ୍ଠ କାର୍ମିକ ଅଧିକାରୀ Sr. D.C.M ଆର. ମନୋଜ ବାବୁଙ୍କୁ ସାକ୍ଷାତ କରି ତୁରନ୍ତ ରେଳଷ୍ଟେସନ ଫାଟକ ସମ୍ମୁଖରେ ଖୋଲାଯାଇଥିବା ବିଦେଶୀମଦ ଦୋକାନକୁ ବନ୍ଦ କରିବାକୁ ଦାବିପତ୍ର ପ୍ରଦାନ କରିଥିଲେ | ଏ ନେଇ ଏ ବିଷୟରେ ଅତି ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି D.C.M ପ୍ରତିଶୃତି ପ୍ରଦାନ କରିଛନ୍ତି | ସଂଘର ସଭାପତି ରଙ୍ଗନାଥ ବେହେରା ଏଇ କାର୍ଯ୍ୟର ନେତୃତ୍ୱ ନେଇଥିଲେ |














