ସିଏମଓରୁ ଫାଇଲ୍ ଚୋରି ଘଟଣାରେ ପୂର୍ବତନ ବରିଷ୍ଠ ଅଧିକାରୀ ଭି.କେ ପାଣ୍ଡିଆନ୍ଙ୍କୁ ନୋଟିସ୍। ଏକଦା ତୃତୀୟ ମହଲାର ସର୍ବେସର୍ବା ଥିବା ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କୁ କମିସନରେଟ୍ ପୁଲିସ୍ ଆଗରେ ହାଜର ହେବାକୁ ସମନ। ପୁଲିସ କମିସନରେଟ୍ ଅନ୍ତର୍ଗତ କ୍ୟାପିଟାଲ୍ ପୁଲିସ ଷ୍ଟେସନ ପକ୍ଷରୁ ପାଣ୍ଡିଆନଙ୍କୁ ହାଜର ହେବା ପାଇଁ ନୋଟିସ୍ ଜାରି ହୋଇଛି। ଆସନ୍ତା ୨୫ ଜୁଲାଇ ଦିନ ୧୧ଟାରେ ଭିକେ ପାଣ୍ଡିଆନଙ୍କୁ ହାଜର ହେବା ପାଇଁ ନୋଟିସ୍ ଜାରି ହୋଇଛି। ମାମଲାର ତଦନ୍ତ ସମୟରେ ସଂଗ୍ରହ କରାଯାଇଥିବା ତଥ୍ୟରୁ ଜଣାପଡ଼ିଛି ଯେ, ପାଣ୍ଡିଆନ ଏହି ଘଟଣାର ତଥ୍ୟ ଏବଂ ପରିସ୍ଥିତି ସମ୍ପର୍କରେ କିଛି ଜାଣିଥାଇ ପାରନ୍ତି। ତେଣୁ, ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବା ଏବଂ ଜେରା ପାଇଁ ନିର୍ଦ୍ଧାରିତ ଦିନରେ ହାଜର ହେବାକୁ ନୋଟିସ୍ରେ କୁହାଯାଇଛି। ଏସିପି ଜୋନ୍-୧ଙ୍କ ପାଖରେ ହାଜର ହେବାକୁ ପାଣ୍ଡିଆନଙ୍କୁ ନୋଟିସ୍ରେ କୁହାଯାଇଛି। ନିଜସହ ଜରୁରୀ କାଗଜପତ୍ର, ରେକର୍ଡ, ଇଲେକ୍ଟ୍ରୋନିକ୍ସ ଉପକରଣକୁ ସାଙ୍ଗରେ ଆଣିବାକୁ କୁହାଯାଇଛି। ପୂର୍ବରୁ କ୍ୟାପିଟାଲ ଥାନା ପୂର୍ବତନ ଆଇଟି ସଚିବ ମନୋଜ ମିଶ୍ର ଏବଂ ପୂର୍ବତନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜେଶ ବର୍ମା ରାଜେଶ ବର୍ମାଙ୍କୁ ବି ନୋଟିସ କରିଥିଲା। ଗତ ୧୮ ତାରିଖରେ ମନୋଜ ମିଶ୍ର ହାଜର ହୋଇଥିବାବେଳେ ରାଜେଶ ବର୍ମା ବର୍ତ୍ତମାନ ସୁଦ୍ଧା ହାଜର ହୋଇ ନାହାନ୍ତି।














