ଚିତ୍ରଶିଳ୍ପୀ ପ୍ରବୀର କୁମାର ଦଳାଇ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ପି. ଏଚ. ଡି. ଲାଭ କରିଛନ୍ତି। କଳା ଐତିହାସିକ ଡକ୍ଟର ଅଲେଖ ଚରଣ ସାହୂଙ୍କ ତତ୍ତ୍ୱ।ବଧାନରେ ତାଙ୍କର ସନ୍ଦର୍ଭ “Khallikote Art School :An Epoch of New Art Trend and Growth of Art Education in Odisha” ବିଶ୍ୱ ଭାରତୀ, ଶାନ୍ତିନିକେତନର ପ୍ରଫେସର ଆନନ୍ଦ ଚନ୍ଦ୍ର ସାହୁ, ସରକାରୀ ଚାରୁକଳା ମହାବିଦ୍ୟାଳୟର ପ୍ରଫେସର ମନୋଜ ସରକାରଙ୍କ ଦ୍ୱାରା ପରୀକ୍ଷିତ ଓ ପ୍ରଶଂସିତ ହୋଇଛି।
ବାଲେଶ୍ୱର ଜିଲ୍ଲା ସିଂଲା ଗ୍ରାମ ନିବାସୀ ଶ୍ରୀମତୀ ମାଳତୀଲତା ଓ ସରୋଜ କାନ୍ତ ଦଳାଇଙ୍କ ପୁତ୍ର ପ୍ରବୀର କୁମାର ଦଳାଇ ତାଙ୍କର ଏହି ସଫଳତା ପାଇଁ ତାଙ୍କ ସନ୍ଦର୍ଭର ମାର୍ଗଦର୍ଶକ ଡକ୍ଟର ସାହୁ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ କର୍ତ୍ତ୍ତୃପକ୍ଷ, ସହକର୍ମୀ, ଖଲ୍ଲିକୋଟ ଚାରୁକଳା ମହାବିଦ୍ୟାଳୟ କର୍ମକର୍ତ୍ତା ତଥା ନିଜ ପରବାର ବର୍ଗ ଓ ଶୁଭେଛୁଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।
ଶ୍ରୀ ଦଳାଇ ଏବେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ଭାବେ କାର୍ଯ୍ୟରତ।













