• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଜିନ୍ଦଲ ଷ୍ଟିଲର ପ୍ରତିଷ୍ଠାତା ଶ୍ରୀ ଓ.ପି ଜିନ୍ଦଲଙ୍କ ୯୬ତମ ଜୟନ୍ତୀ ପାଳିତ-ପ୍ଲାଣ୍ଟ ଏବଂ ମାଇନସ୍ ୟୁନିଟ୍ ପକ୍ଷରୁ ଶ୍ରଦ୍ଧାଞ୍ଜଳି

FNN WEB by FNN WEB
August 8, 2026
in ଓଡ଼ିଶା
0
ଜିନ୍ଦଲ ଷ୍ଟିଲର ପ୍ରତିଷ୍ଠାତା ଶ୍ରୀ ଓ.ପି ଜିନ୍ଦଲଙ୍କ ୯୬ତମ ଜୟନ୍ତୀ ପାଳିତ-ପ୍ଲାଣ୍ଟ ଏବଂ ମାଇନସ୍ ୟୁନିଟ୍ ପକ୍ଷରୁ ଶ୍ରଦ୍ଧାଞ୍ଜଳି
0
SHARES
2
VIEWS

ଯୋଡା/ବଡବିଲ: ଜିନ୍ଦଲ ଷ୍ଟିଲର ପ୍ରତିଷ୍ଠାତା ଶ୍ରୀ ଓ.ପି ଜିନ୍ଦଲ (ବାଉଜୀ)ଙ୍କ ୯୬ତମ ଜୟନ୍ତୀ ଅଗଷ୍ଟ ୭ ତାରିଖରେ ଜିନ୍ଦଲ ଷ୍ଟିଲର ବଡବିଲ ପେଲେଟ୍ ପ୍ଲାଣ୍ଟ, ଟେନ୍ସା, କାସିଆ ଏବଂ ରୋଇଡା- I (ବିକେଟିଆର) ଖଣି ଅଞ୍ଚଳରେ ପାଳିତ ହୋଇଯାଇଛି। ଏହି ଅବସରରେ ଜିନ୍ଦଲ ପରିବାର ପକ୍ଷରୁ ବାଉଜୀ ଶ୍ରୀ ଓ.ପି ଜିନ୍ଦଲଙ୍କୁ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ ସହିତ, ବିଭିନ୍ନ ୟୁନିଟରେ ଆଧ୍ୟାତ୍ମିକ, ସାଂସ୍କୃତିକ, କ୍ରୀଡା ଏବଂ ସମାଜସେବା କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥିଲା।

ବଡବିଲ ପେଲେଟ ପ୍ଲାଣ୍ଟ ସ୍ଥିତ ଶ୍ରୀ ଦେବେଶ୍ୱର ମହାଦେବଙ୍କ ମନ୍ଦିର ପରିସରରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । ଶ୍ରୀ ଓ. ପି. ଜିନ୍ଦଲଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରଯାଇଥିଲା। କାର୍ଯ୍ୟକ୍ରମରେ ୟୁନିଟ୍ ହେଡ୍ ଶ୍ରୀ ସତୀଶ ସିନ୍ଦୁରିଆ, ଭାଇସ୍ ପ୍ରେସିଡେଣ୍ଟ ଶ୍ରୀ ଏସ୍.କେ ଶର୍ମା, ମାନବ ସମ୍ବଳ ମୁଖ୍ୟ ଶ୍ରୀ ବିକାଶ ଘୋଷଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଏବଂ ସେମାନଙ୍କ ପରିବାରବର୍ଗ ଯୋଗ ଦେଇଥିଲେ। ସନ୍ଧ୍ୟାରେ ଟାଉନସିପ୍ ପରିସରରେ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା। ବାଉଜୀଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ଜଣାଇ ଜିନ୍ଦଲ ନଗର ଲେଡିଜ୍ କ୍ଲବ ପକ୍ଷରୁ କମ୍ୟୁନିଟି ହଲ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।

ଏଥି ସହିତ କାସିଆ ଆଇରନ ଖଣି ଟାଉନସିପ୍ ମନ୍ଦିର ପରିସରରେ ମଧ୍ୟ ପୂଜା ଓ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ଏଥିରେ ବିକେଟିଆର ୟୁନିଟ୍‌ର କ୍ଲଷ୍ଟର ହେଡ୍ ଶ୍ରୀ ପ୍ରମୋଦ କୁମାର ପାତ୍ରଙ୍କ ସମେତ ବରିଷ୍ଠ ଅଧିକାରୀ, କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗ ସାମିଲ ହୋଇଥିଲେ। ଟାଉନସିପ୍‌ ପରିସରରେ ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା।

ଟେନ୍ସା ୟୁନିଟ୍‌ ପକ୍ଷରୁ ମଧ୍ୟ ଟାଉନ୍‌ସିପ୍ ମନ୍ଦିର ପରିସରରେ ପୂଜାର୍ଚ୍ଚନା କରାଯାଇଥିଲା। ଏଥିରେ ୟୁନିଟ୍ ହେଡ୍ ଶ୍ରୀ ରାଜେଶ ପଟେଲଙ୍କ ସମେତ ୟୁନିଟର ବରିଷ୍ଠ ଅଧିକାରୀ ଏବଂ ସେମାନଙ୍କ ପରିବାରବର୍ଗ ସାମିଲ ହୋଇଥିଲେ। ଏହି ଅବସରରେ ସି.ଏସ୍.ଆର୍ ଟିମ୍ ପକ୍ଷରୁ ଡେଙ୍ଗୁଳା ସରକାରୀ SSD ହାଇସ୍କୁଲର ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ବ୍ୟାଗ୍ ବଣ୍ଟନ କରାଯାଇଥିଲା। ୟୁନିଟ୍ ହେଡ୍‌ଙ୍କ ସମେତ ବରିଷ୍ଠ ଗ୍ରାମବାସୀ, ଶିକ୍ଷକ ଶିକ୍ଷୟିତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ବାଉଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ କୁରୁକ୍ଷେତ୍ର ସାଂସଦ ତଥା ଜିନ୍ଦଲ ଷ୍ଟିଲର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ କହିଛନ୍ତି, “ସଫଳତା ପାରିପାର୍ଶ୍ୱିକ ପରିସ୍ଥିତି ଦ୍ୱାରା ନିର୍ଦ୍ଧାରିତ ହୁଏ ନାହିଁ, ବରଂ ସଂକଳ୍ପ, ସାହସ, ଏବଂ ନିଜର କର୍ମ ଦ୍ୱାରା ନିର୍ଦ୍ଧାରିତ ହୁଏ”। ବାଉଜୀ, ଆପଣଙ୍କ ଚିନ୍ତାଧାରା ଓ ମୂଲ୍ୟବୋଧ ଆଜି ମଧ୍ୟ ଆମକୁ ପଥପ୍ରଦର୍ଶନ କରୁଛି। ସେ ଆହୁରି କହିଛନ୍ତି ଯେ, “ପୂଜ୍ୟ ବାଉଜୀ ଶ୍ରୀ ଓମ୍ ପ୍ରକାଶ ଜିନ୍ଦଲଜୀଙ୍କ ୯୬ତମ ଜୟନ୍ତୀରେ ମୁଁ ତାଙ୍କୁ ହୃଦୟରୁ ଶ୍ରଦ୍ଧାଞ୍ଜଳି ଜଣାଉଛି। ତାଙ୍କର ଚିନ୍ତାଧାରା ଏବଂ ଆଦର୍ଶ ଜିନ୍ଦଲ ପରିବାର ସହ ଲକ୍ଷ ଲକ୍ଷ ଭାରତୀୟଙ୍କୁ ଦେଶ ନିର୍ମାଣ ପଥରେ ପ୍ରେରଣା ଦେଉଛି”।

ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ସି.ଏସ୍.ଆର ମୁଖ୍ୟ ଶ୍ରୀ ଭର୍ଜିଲ ଲାକ୍ରାଙ୍କ ନେତୃତ୍ୱରେ ପାର୍ଶ୍ୱବର୍ତ୍ତୀ ଗ୍ରାମଗୁଡିକରେ ବିଭିନ୍ନ କ୍ରୀଡା ଓ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା। ବିଦ୍ୟାଳୟଗୁଡ଼ିକରେ ତର୍କ, କୁଇଜ୍, ଚିତ୍ରାଙ୍କନ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା। ବଡବିଲ ସୋୟାବାଲିସ୍ଥିତ ଜିନ୍ଦଲ ସ୍କୁଲରେ ମଧ୍ୟ ବାଉଜୀଙ୍କ ଜୟନ୍ତୀ ପାଳନ କରାଯାଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇ କ୍ଲଷ୍ଟର ହେଡ୍ ଶ୍ରୀ ପ୍ରମୋଦ କୁମାର ପାତ୍ର ଏବଂ ବଡବିଲ ୟୁନିଟ୍ ହେଡ୍ ଶ୍ରୀ ସତୀଶ ସିନ୍ଦୁରିଆ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ଉଶୁ ଚାମ୍ପିୟନମାନଙ୍କୁ ସମ୍ମାନିତ କରିଥିଲେ। ଏଥିସହ ଆଦିବାସୀ ବିକାଶ ସମିତିର ଶତାଧିକ ଛାତ୍ରଛାତ୍ରୀମାନଙ୍କୁ ପୌଷ୍ଟିକ ଖାଦ୍ୟ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଓ ସ୍ଥାନୀୟ ଗ୍ରାମବାସୀ ବୃନ୍ଦ ଯୋଗ ଦେଇଥିଲେ।

Previous Post

ତରୁଣ ତେଜପାଲ ଦୋଷୀ ସାବ୍ୟସ୍ତ: ୨୦୧୩ ଯୌନ ନିର୍ଯାତନା ମାମଲାରେ ହାଇକୋର୍ଟଙ୍କ ବଡ଼ ରାୟ

Next Post

ଆଶୀର୍ବାଦ ଅଟ୍ଟାର ଗୁଣାତ୍ମକ ପରମ୍ପରା ପୁରୀରେ ରଥ ନିର୍ମାଣକୁ ଜୀବନ୍ତ କରି ଗଢିତୋଳିଲା

FNN WEB

FNN WEB

Next Post
ଆଶୀର୍ବାଦ ଅଟ୍ଟାର ଗୁଣାତ୍ମକ ପରମ୍ପରା ପୁରୀରେ ରଥ ନିର୍ମାଣକୁ ଜୀବନ୍ତ କରି ଗଢିତୋଳିଲା

ଆଶୀର୍ବାଦ ଅଟ୍ଟାର ଗୁଣାତ୍ମକ ପରମ୍ପରା ପୁରୀରେ ରଥ ନିର୍ମାଣକୁ ଜୀବନ୍ତ କରି ଗଢିତୋଳିଲା

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ରବିବାରଠୁ ଘରେ ଘରେ ତ୍ରିରଙ୍ଗା ଅଭିଯାନ ଆରମ୍ଭ, ରାଜ୍ୟବ୍ୟାପୀ ହେବ ତ୍ରିରଙ୍ଗା ରାଲି ଓ ବିଭିନ୍ନ କାର୍ଯ୍ୟକ୍ରମ

ରବିବାରଠୁ ଘରେ ଘରେ ତ୍ରିରଙ୍ଗା ଅଭିଯାନ ଆରମ୍ଭ, ରାଜ୍ୟବ୍ୟାପୀ ହେବ ତ୍ରିରଙ୍ଗା ରାଲି ଓ ବିଭିନ୍ନ କାର୍ଯ୍ୟକ୍ରମ

August 8, 2026
ଲାଗି ରହିବ ଲଘୁଚାପ ବର୍ଷା, ୧୭ ଜିଲ୍ଲାରେ କାଚିବ, ଡରାଇଲାଣି ଆଉ ଏକ ବନ୍ୟା

ଲାଗି ରହିବ ଲଘୁଚାପ ବର୍ଷା, ୧୭ ଜିଲ୍ଲାରେ କାଚିବ, ଡରାଇଲାଣି ଆଉ ଏକ ବନ୍ୟା

August 8, 2026
UPIକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି, ସାଧାରଣ ୟୁଜର୍ସଙ୍କୁ ଦେବାକୁ ପଡ଼ିବନି କୌଣସି ଚାର୍ଜ; ବ୍ୟବସାୟୀଙ୍କ ପାଇଁ ବଦଳିବ ନିୟମ

UPIକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି, ସାଧାରଣ ୟୁଜର୍ସଙ୍କୁ ଦେବାକୁ ପଡ଼ିବନି କୌଣସି ଚାର୍ଜ; ବ୍ୟବସାୟୀଙ୍କ ପାଇଁ ବଦଳିବ ନିୟମ

August 8, 2026
ଚମ୍ବାରେ ଭୟଙ୍କର ଦୁର୍ଘଟଣା; ୧୦୦ ଫୁଟ ତଳକୁ ବସ୍‌ ଖସି ୭ ମୃତ, ୧୦ରୁ ଅଧିକ ଆହତ

ଚମ୍ବାରେ ଭୟଙ୍କର ଦୁର୍ଘଟଣା; ୧୦୦ ଫୁଟ ତଳକୁ ବସ୍‌ ଖସି ୭ ମୃତ, ୧୦ରୁ ଅଧିକ ଆହତ

August 8, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ରବିବାରଠୁ ଘରେ ଘରେ ତ୍ରିରଙ୍ଗା ଅଭିଯାନ ଆରମ୍ଭ, ରାଜ୍ୟବ୍ୟାପୀ ହେବ ତ୍ରିରଙ୍ଗା ରାଲି ଓ ବିଭିନ୍ନ କାର୍ଯ୍ୟକ୍ରମ

ରବିବାରଠୁ ଘରେ ଘରେ ତ୍ରିରଙ୍ଗା ଅଭିଯାନ ଆରମ୍ଭ, ରାଜ୍ୟବ୍ୟାପୀ ହେବ ତ୍ରିରଙ୍ଗା ରାଲି ଓ ବିଭିନ୍ନ କାର୍ଯ୍ୟକ୍ରମ

August 8, 2026
ଲାଗି ରହିବ ଲଘୁଚାପ ବର୍ଷା, ୧୭ ଜିଲ୍ଲାରେ କାଚିବ, ଡରାଇଲାଣି ଆଉ ଏକ ବନ୍ୟା

ଲାଗି ରହିବ ଲଘୁଚାପ ବର୍ଷା, ୧୭ ଜିଲ୍ଲାରେ କାଚିବ, ଡରାଇଲାଣି ଆଉ ଏକ ବନ୍ୟା

August 8, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.