• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

୪୬ତମ କ୍ୟାବିନେଟରେ ବଡ଼ ନିଷ୍ପତ୍ତି ! ସେମିକଣ୍ଡକ୍ଟରରୁ ଶିଶୁଙ୍କ ପାଇଁ ଘୋଷଣା

FNN WEB by FNN WEB
August 12, 2026
in ଓଡ଼ିଶା
0
୪୬ତମ କ୍ୟାବିନେଟରେ ବଡ଼ ନିଷ୍ପତ୍ତି ! ସେମିକଣ୍ଡକ୍ଟରରୁ ଶିଶୁଙ୍କ ପାଇଁ ଘୋଷଣା
0
SHARES
0
VIEWS

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ୪୬ତମ ରାଜ୍ୟ କ୍ୟାବିନେଟ୍ ବୈଠକରେ ୬ଟି ବିଭାଗର ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଶିଳ୍ପ, ନବୀକରଣଯୋଗ୍ୟ ଶକ୍ତି, ଇ-ଶାସନ, ସେଚନ ଏବଂ ମହିଳା-ଶିଶୁ କଲ୍ୟାଣ କ୍ଷେତ୍ରକୁ ନେଇ ଏକାଧିକ ବଡ଼ ନିଷ୍ପତ୍ତି ନିଆଯାଇଛି।

ବୈଠକରେ ରାଜ୍ୟର ସେମିକଣ୍ଡକ୍ଟର ନୀତିରେ ସଂଶୋଧନ କରି ଯନ୍ତ୍ରପାତି, କେମିକାଲ୍, ଗବେଷଣା ଓ ବିକାଶ (R&D), ଟାଲେଣ୍ଟ ଡେଭେଲପମେଣ୍ଟ ଏବଂ ଗ୍ଲୋବାଲ୍ ସପ୍ଲାଇ ଚେନକୁ ନୀତିର ପରିସରରେ ସାମିଲ କରାଯାଇଛି। ଏହା ଫଳରେ ଓଡ଼ିଶାରେ ସେମିକଣ୍ଡକ୍ଟର ଶିଳ୍ପର ଏକ ସୁଦୃଢ଼ ଇକୋସିଷ୍ଟମ୍ ବିକାଶ ପାଇବା ସହ ନିବେଶ ଓ ନିଯୁକ୍ତିର ସୁଯୋଗ ବଢ଼ିବାର ଆଶା ରହିଛି।

ଓଡ଼ିଶା ନବୀକରଣଯୋଗ୍ୟ ଶକ୍ତି ନୀତିରେ ମଧ୍ୟ ସଂଶୋଧନକୁ କ୍ୟାବିନେଟ୍ ଅନୁମୋଦନ କରିଛି। ଏହା ଅଧୀନରେ Battery Energy Storage System (BESS), ୱିଣ୍ଡ ପାର୍କ, ସ୍ମଲ୍ ହାଇଡ୍ରୋ ପ୍ରକଳ୍ପ ଏବଂ କ୍ୟାପ୍ଟିଭ୍ ରିନ୍ୟୁଏବଲ୍ ଏନର୍ଜି ପ୍ରକଳ୍ପକୁ ପ୍ରୋତ୍ସାହନ ଦିଆଯିବ। ସେହିପରି Pumped Storage Project ନୀତିରେ ମଧ୍ୟ ସଂଶୋଧନ କରାଯାଇଛି। ଏହା ରାଜ୍ୟର ଶକ୍ତି ସଂରକ୍ଷଣ କ୍ଷମତା ବଢ଼ାଇବାରେ ସହାୟକ ହେବ।

OSWAS 3.0କୁ ମଞ୍ଜୁରୀ

ଇ-ଶାସନ ବ୍ୟବସ୍ଥାକୁ ଆହୁରି ଦକ୍ଷ କରିବା ପାଇଁ ଓଡ଼ିଶା ସେକ୍ରେଟାରୀଏଟ ଓ୍ବାର୍କଫ୍ଲୋ ଅଟୋମେସନ ସିଷ୍ଟମ (OSWAS) 3.0କୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି। ଏହା ମାଧ୍ୟମରେ ସରକାରୀ କାର୍ଯ୍ୟାଳୟରେ ଡିଜିଟାଲ୍ ଫାଇଲ୍ ପରିଚାଳନା, ଅନଲାଇନ୍ ଅନୁମୋଦନ ଏବଂ ଶୀଘ୍ର ସେବା ପ୍ରଦାନ ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ।

ଜଳ ସେଚନ ପାଇଁ ୧୨,୮୪୭ କୋଟିରୁ ଅଧିକ

ଜଳ ସମ୍ପଦ ବିଭାଗର ଦୁଇଟି ବଡ଼ ପ୍ରକଳ୍ପକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ପାର୍ବତୀଗିରି ମେଗା ଲିଫ୍ଟ ଇରିଗେସନ୍ ପ୍ରକଳ୍ପର ଫେଜ୍-୩ ଅଧୀନରେ ୧୬୧ଟି ନୂଆ ପ୍ରକଳ୍ପ ପାଇଁ ୧୨,୪୫୮ କୋଟି ଟଙ୍କା ବ୍ୟୟ ହେବ। ଏହା ଦ୍ୱାରା ୨.୬୨ ଲକ୍ଷ ହେକ୍ଟର ଜମିକୁ ସେଚନ ସୁବିଧା ମିଳିବ ଏବଂ ପ୍ରାୟ ୭ ଲକ୍ଷ ଚାଷୀ ଉପକୃତ ହେବେ।

ସେହିପରି ‘Improvement to Tanks & MIPs’ ଯୋଜନା ଅଧୀନରେ ୬୮୦ଟି ପ୍ରକଳ୍ପ ପାଇଁ ୩୮୯ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହା ମାଧ୍ୟମରେ ୧୫,୭୦୦ ହେକ୍ଟର ସେଚନ କ୍ଷମତା ପୁନରୁଦ୍ଧାର ହେବା ସହ ୪୮.୫ MCM ଜଳ ସଂରକ୍ଷଣ କ୍ଷମତା ବଢ଼ିବ।

‘ଯଶୋଦା-ଆଶୀର୍ବାଦ’କୁ ଆଉ ୫ ବର୍ଷ

ଅନାଥ, ଅସହାୟ ଏବଂ କୋଭିଡ୍-୧୯ ମହାମାରୀରେ ପିତାମାତାଙ୍କୁ ହରାଇଥିବା ଶିଶୁଙ୍କ ପାଇଁ ‘ଯଶୋଦା-ଆଶୀର୍ବାଦ’ ଯୋଜନାକୁ ଆଉ ୫ ବର୍ଷ ବଢ଼ାଇବାକୁ କ୍ୟାବିନେଟ୍ ଅନୁମୋଦନ କରିଛି। ଏଥିପାଇଁ ୨୯୬.୯୯ କୋଟି ଟଙ୍କାର ବ୍ୟୟବରାଦ ରହିଛି।

‘ମାଳତୀ ଦେବୀ ପରିଧାନ’ ଯୋଜନା

ପ୍ରାକ୍-ବିଦ୍ୟାଳୟ ଶିଶୁଙ୍କ ପାଇଁ ‘ମାଳତୀ ଦେବୀ ପରିଧାନ ଯୋଜନା’କୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି। ୩ରୁ ୬ ବର୍ଷ ବୟସର ୧୪.୭୬ ଲକ୍ଷ ଶିଶୁଙ୍କୁ ୟୁନିଫର୍ମ, ଜୋତା, ମୋଜା ଏବଂ ବ୍ୟାଗ୍ ଯୋଗାଇବା ପାଇଁ ୫୮୬.୫୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।

Previous Post

ଭୁବନେଶ୍ୱରରେ IGPର ‘ହାଉସ୍ ଅଫ୍ ସେଲିବ୍ରେସନ୍ସ’ ଉନ୍ମୋଚିତ, ଓଡ଼ିଶାର ପ୍ରଥମ ଏଭଳି ସେଲିବ୍ରେସନ୍ ଷ୍ଟୋର

Next Post

ଓଡ଼ିଶାର ୩ ସରକାରୀ ମେଡିକାଲ କଲେଜରେ ୧୧ DNB ସିଟ୍‌କୁ ଅନୁମୋଦନ

FNN WEB

FNN WEB

Next Post
ଓଡ଼ିଶାର ୩ ସରକାରୀ ମେଡିକାଲ କଲେଜରେ ୧୧ DNB ସିଟ୍‌କୁ ଅନୁମୋଦନ

ଓଡ଼ିଶାର ୩ ସରକାରୀ ମେଡିକାଲ କଲେଜରେ ୧୧ DNB ସିଟ୍‌କୁ ଅନୁମୋଦନ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ଏଗ୍ରିଷ୍ଟାକ୍ ନିୟମରେ ଚାଷୀ ହନ୍ତସନ୍ତ, ପଞ୍ଜୀକରଣ ଜଟିଳତା ଓ ସର୍ଭର ସମସ୍ୟାରେ ବଢ଼ୁଛି ଅସନ୍ତୋଷ

ଏଗ୍ରିଷ୍ଟାକ୍ ନିୟମରେ ଚାଷୀ ହନ୍ତସନ୍ତ, ପଞ୍ଜୀକରଣ ଜଟିଳତା ଓ ସର୍ଭର ସମସ୍ୟାରେ ବଢ଼ୁଛି ଅସନ୍ତୋଷ

August 12, 2026
ଓଡ଼ିଶା ଡିଜିପି ଚୟନକୁ ନେଇ ବଢ଼ିଲା ଉତ୍କଣ୍ଠା, ଆସନ୍ତାକାଲି ବୈଠକ, ୩ ଜଣଙ୍କ ନାଁରେ ମାନସମନ୍ଥନ

ଓଡ଼ିଶା ଡିଜିପି ଚୟନକୁ ନେଇ ବଢ଼ିଲା ଉତ୍କଣ୍ଠା, ଆସନ୍ତାକାଲି ବୈଠକ, ୩ ଜଣଙ୍କ ନାଁରେ ମାନସମନ୍ଥନ

August 12, 2026
ଓଡ଼ିଶାର ୩ ସରକାରୀ ମେଡିକାଲ କଲେଜରେ ୧୧ DNB ସିଟ୍‌କୁ ଅନୁମୋଦନ

ଓଡ଼ିଶାର ୩ ସରକାରୀ ମେଡିକାଲ କଲେଜରେ ୧୧ DNB ସିଟ୍‌କୁ ଅନୁମୋଦନ

August 12, 2026
୪୬ତମ କ୍ୟାବିନେଟରେ ବଡ଼ ନିଷ୍ପତ୍ତି ! ସେମିକଣ୍ଡକ୍ଟରରୁ ଶିଶୁଙ୍କ ପାଇଁ ଘୋଷଣା

୪୬ତମ କ୍ୟାବିନେଟରେ ବଡ଼ ନିଷ୍ପତ୍ତି ! ସେମିକଣ୍ଡକ୍ଟରରୁ ଶିଶୁଙ୍କ ପାଇଁ ଘୋଷଣା

August 12, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ଏଗ୍ରିଷ୍ଟାକ୍ ନିୟମରେ ଚାଷୀ ହନ୍ତସନ୍ତ, ପଞ୍ଜୀକରଣ ଜଟିଳତା ଓ ସର୍ଭର ସମସ୍ୟାରେ ବଢ଼ୁଛି ଅସନ୍ତୋଷ

ଏଗ୍ରିଷ୍ଟାକ୍ ନିୟମରେ ଚାଷୀ ହନ୍ତସନ୍ତ, ପଞ୍ଜୀକରଣ ଜଟିଳତା ଓ ସର୍ଭର ସମସ୍ୟାରେ ବଢ଼ୁଛି ଅସନ୍ତୋଷ

August 12, 2026
ଓଡ଼ିଶା ଡିଜିପି ଚୟନକୁ ନେଇ ବଢ଼ିଲା ଉତ୍କଣ୍ଠା, ଆସନ୍ତାକାଲି ବୈଠକ, ୩ ଜଣଙ୍କ ନାଁରେ ମାନସମନ୍ଥନ

ଓଡ଼ିଶା ଡିଜିପି ଚୟନକୁ ନେଇ ବଢ଼ିଲା ଉତ୍କଣ୍ଠା, ଆସନ୍ତାକାଲି ବୈଠକ, ୩ ଜଣଙ୍କ ନାଁରେ ମାନସମନ୍ଥନ

August 12, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.