କେନ୍ଦ୍ରାପଡ଼ା ପୌରପାଳିକା ଅନ୍ତର୍ଗତ ଫକୀ୍ରାବାଦ ୱାର୍ଡ ୧୬ ରେ ଆଜି ଯୁବ ସଂଖ୍ୟାଲଘୁ ସେଲ ବିଜୁ ଜନତା ଦଳ ତରଫରୁ ଅନ୍ତର୍ଜାତୀୟ ଯୁବ ଦିବସ ଉପଲକ୍ଷେ ଏକ ବନ୍ଧୁ ମିଳନ ଉତ୍ସବ ଓ ସମ୍ବରଧାନ ସଭା ଅନୁଷ୍ଠିତ ହୋଇଯାଇଛି!
ଉକ୍ତ ବନ୍ଧୁ ମିଳନ ଉତ୍ସବ ରେ ଯୁବ ସଂଖ୍ୟାଲଘୁ ସେଲର ସଭାପତି ମହମ୍ମଦ ଆମିରଙ୍କ ସଭାପତିତ୍ୱରେ ବିଜୁ ଜନତା ଦଳ ତରଫରୁ ନବନିଯୁକ୍ତି ପାଇଥିବା ପଦାଧିକାରୀ ମାନଙ୍କୁ ସମ୍ବରଧାନ କରିବା ସହିତ ଆଗାମୀ ଦିନରେ ଦଳୀୟ ସଂଗଠନ କୁ ମଜବୁତ୍ କରିବା ପାଇଁ ସମସ୍ତେ ଏକତ୍ରିତ ଭାବେ କାମ କରିବା ପାଇଁ ଆହ୍ବାନ ଦେଇଥିଲେ l ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଓ ରାଜ୍ୟ ବରିଷ୍ଠ ଉପସଭାପତି ପ୍ରଣବ ପ୍ରକାଶ ଦାସଙ୍କ ନିର୍ଦ୍ଧେଶ କ୍ରମେ କିପରି ଆସନ୍ତା ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବ ଏହା ପ୍ରତି ଆମ ସମସ୍ତ କର୍ମୀମାନଙ୍କୁ ସକ୍ରିୟ ହେବାକୁ ପଡିବ,ବିଜେଡି ପାଇଁ ନିର୍ବାଚନ ଏକ ଆହ୍ବାନ ନୁହେଁ ବରଂ ଆମ ପାଇଁ ଲୋକଙ୍କ ସମସ୍ୟା ଓ ବିକାଶ ହେଲା ମୂଳ ଲକ୍ଷ୍ୟ ବୋଲି ନିଷ୍ପତି କରାଯଇଥିଲା l
ବରିଷ୍ଠ ବିଜେଡି ନେତା ସେକ ଲିୟାକତ ଅଲିଙ୍କ ଦ୍ୱାରା ନବନୁଯୁକ୍ତ ସମ୍ପାଦକ ମୌମେନ୍ଦ୍ର ପୃଷ୍ଟି ଓ ଉମେଶ ଚନ୍ଦ୍ର ନାୟକ, ଉପସଭାପତି ମୁକ୍ତାର ଖାନ କୋଷାଧକ୍ଷ ସମ୍ବିତ ଶ୍ରେଚନ୍ଦନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଅନ୍ୟମାନଙ୍କ ମଧ୍ୟରେ ଅବରାର ହସରତ ଖାନ, ନାଇଁମ ଖାନ, କୃଷ୍ଣ ଚନ୍ଦ୍ର ବେହେରା,ସେକ ସଦ୍ଦକାତ ଓ ସେକ ମହଫୁଜ଼ ଆଦି ଉପସ୍ଥିତ ଥିଲେ l














