ଭୁବନେଶ୍ବର ୧୩।୮: ଚିତାକର୍ଷକ ସାଜିବ ରାଜ୍ୟସ୍ତରୀୟ ସ୍ଵାଧୀନତା ଦିବସ ପରେଡ । ଲୋୟର ପିଏମଜିରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ନେଇ ଅନ୍ତିମ ପର୍ଯ୍ୟାୟରେ ପ୍ରସ୍ତୁତି । ଗୁରୁବାର ଲୋୟର ପିଏମଜିର ଗାନ୍ଧୀ ମାର୍ଗରେ ଫୁଲ ଡ୍ରେସ ରିର୍ହସଲ ।କଡ଼ା ସୁରକ୍ଷା ବଳୟରେ ପରେଡ ପରିବେଷଣ କରିଥିଲେ କଣ୍ଟିଜେଣ୍ଟ । ଏନେଇ ୫୧ଟି କଣ୍ଟିଜେଣ୍ଟ ଏଥିରେ ଭାଗ ନେଇଛନ୍ତି ।
ପ୍ରଥମ ଥର ଚଳିତବର୍ଷ ବନ୍ଦେ ମାତରମ୍ ଦୁଇ ଥର ସହ ରାଷ୍ଟ୍ରୀୟ ସଙ୍ଗୀତ ମଧ୍ୟ ଦୁଇ ଥର ପରିବେଷଣ ହେବ । ସୁରକ୍ଷା ଦୃଷ୍ଟିରୁ ପରେଡ ଗ୍ରାଉଣ୍ଡକୁ କଡ଼ା ସୁରକ୍ଷା ବଳୟରେ ରଖାଯାଇଛି । କଡ଼ା ନଜରରେ ରହିବ ଗାନ୍ଧି ମାର୍ଗ ।ଭିଆଇପି ଓ ଭିଭିଆଇପିଙ୍କ ଉପସ୍ଥିତିକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବଳୟ ଭିତରେ ପାଳନ ହେବ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ।
ପରେଡକୁ ନିଖୁଣ ଓ ଆକର୍ଷଣୀୟ କରିବା ପାଇଁ ବିଶେଷ ଗୁରୁତ୍ୱ ଦିଆଯାଇଛି । ଏଥର ପରେଡର ଆକର୍ଷଣ ବଢ଼ାଇଛି ଛତିଶଗଡ଼ ପୋଲିସର ଏକ ଟିମ୍ । ସୁରକ୍ଷା ଦୃଷ୍ଟିରୁ ଗାନ୍ଧୀ ମାର୍ଗରେ ତିନିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଗାନ୍ଧୀ ମାର୍ଗକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକୁ ସିଲ୍ କରାଯାଇଥିବା ବେଳେ ସନ୍ଦିଗ୍ଧ ଗତିବିଧି ଉପରେ କଡ ନଜର ରଖାଯାଇଛି ।













