କଟକ ୧୬/୮ ସ୍ଥାନୀୟ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ ଓ ମହାବିଦ୍ୟାଳୟର ସ୍ବଚ୍ଛତା ଓ ପରିମଳ ଦାୟିତ୍ଵ ନେଇଥିବା ପ୍ରତ୍ୟୁଷ ଅର୍ଗାନାଇଜେସନ୍ ପକ୍ଷରୁ ସି-ସିର ସ୍ଥିତ କାର୍ଯ୍ୟାଳୟରେ ଦେଶର ୮୦ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ସଂସ୍ଥାର ନିର୍ଦ୍ଦେଶକ ନିରଞ୍ଜନ ପଣ୍ଡା ପତାକା ଉତ୍ତୋଳନ କରି ଦେଶର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ପାଇଁ ଆହ୍ବାନ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ଅଧ୍ୟକ୍ଷ ଅରବିନ୍ଦ କୁମାର ସିଂ ଦେଶର ପ୍ରଗତି ପାଇଁ ସମସ୍ତଙ୍କର ସହଯୋଗ ଲୋଡା ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗଣେଶ ଚନ୍ଦ୍ର ପଣ୍ଡା, ରଶ୍ମିତା ପାଲ, ସୁବାସ ଚନ୍ଦ୍ର ମଲ, ଜ୍ଞାନେନ୍ଦ୍ର ବେହେରା, ଶ୍ରୀଧର ରାୟ, ଲିଜା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସଂସ୍ଥା ପକ୍ଷରୁ ବିଭିନ୍ନ ଓ୍ବାର୍ଡର ରୋଗୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ପରିତୋଷ ସର୍ଭିସ୍ ଏଜେନସିର ପ୍ରତିଷ୍ଠାତା ଇଂ ବଳରାମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।














