କଟକ: ଲାୟନ୍ସ କ୍ଲବ୍ ଅଫ୍ କଟକ,ପକ୍ଷରୁ ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅନ୍ତର୍ଗତ ମହାକାଳପଡ଼ା ପଞ୍ଚାୟତର ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍ ସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ବନ୍ୟା ଯୋଗୁଁ ମଣିଷଙ୍କ ସହ ଗୋରୁଗାଈ ଓ ଅନ୍ୟ ପଶୁଧନ ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଥିବାରୁ କ୍ଲବ୍ ପକ୍ଷରୁ ୩୨୫୦ କିଲୋ ଗୁଣାତ୍ମକ ପଶୁଖାଦ୍ୟ (ଚୋକଡ଼-ଚୁନି) ବଣ୍ଟନ କରାଯାଇଥିଲା। ଏଥିସହିତ ବନ୍ୟା ପ୍ରଭାବିତ ପରିବାର ଓ ସ୍ଥାନୀୟ ଲୋକଙ୍କୁ ପିଇବା ପାଣି ବୋତଲ ଓ ବିସ୍କୁଟ ପ୍ୟାକେଟ୍ ମଧ୍ୟ ବଣ୍ଟନ କରାଯାଇଥିଲା।
ରିଲିଫ୍ ସାମଗ୍ରୀକୁ ପିକଅପ୍ ଗାଡି ଯୋଗେ ସିଧାସଳଖ ବନ୍ୟା ପ୍ରଭାବିତ ଅଞ୍ଚଳକୁ ନେଇ ବଣ୍ଟନ କରାଯାଇଥିଲା। ଏହି ବଣ୍ଟନ କାର୍ଯ୍ୟରେ ଲାୟନ୍ସ କ୍ଲବ୍ ଅଫ୍ କଟକର ସଭାପତି ଲାୟନ୍ ସଚିନ ଉଦୟପୁରିଆ, ଲାୟନ୍ ନୀରଜ ବାଜୋରିଆ ଓ ଲାୟନ୍ ଶିବ କୁମାର ଅଗ୍ରୱାଲ ସକ୍ରିୟ ଭାବେ ଯୋଗଦେଇଥିଲେ। କ୍ଲବ୍ର ଅନ୍ୟ ସଦସ୍ୟ ଓ ସ୍ଥାନୀୟ ସ୍ୱେଚ୍ଛାସେବୀମାନେ ମଧ୍ୟ ସହଯୋଗ କରିଥିଲେ।
କ୍ଲବ୍ ସଦସ୍ୟମାନଙ୍କ ଆର୍ଥିକ ସହଯୋଗ ଏବଂ ଟିମ୍ର ସମନ୍ୱିତ ପ୍ରୟାସରେ ରିଲିଫ୍ ସାମଗ୍ରୀ ପ୍ୟାକିଂ, ଲୋଡିଂ, ପରିବହନ ଓ ବଣ୍ଟନର ବ୍ୟବସ୍ଥା କରାଯାଇଥିଲା। ସର୍ଭିସ୍ ଆକ୍ଟିଭିଟିଜ୍ ଚେୟାରମ୍ୟାନ୍ ଓ ପିଏସ୍ଟି ଟିମ୍ର ସକ୍ରିୟ ନେତୃତ୍ୱରେ ଏହି ରିଲିଫ୍ କାର୍ଯ୍ୟ ସଫଳତାର ସହ ସମ୍ପନ୍ନ ହୋଇଥିଲା।
ଏହି ମାନବିକ ସେବା କାର୍ଯ୍ୟରେ ସହଯୋଗ କରିଥିବା ସମସ୍ତ ଲାୟନ୍ ସଦସ୍ୟ, ଦାତା ଓ ସ୍ଥାନୀୟ ସ୍ୱେଚ୍ଛାସେବୀଙ୍କୁ କ୍ଲବ୍ ପକ୍ଷରୁ କୃତଜ୍ଞତା ଜଣାଯାଇଛି। “We Serve” ମନ୍ତ୍ରକୁ ଆଧାର କରି ବିପଦ ସମୟରେ ଲୋକଙ୍କ ସେବା ଜାରି ରହିବ ବୋଲି କ୍ଲବ୍ ପକ୍ଷରୁ କୁହାଯାଇଛି।














