ପାରାଦୀପ ୨୦-୦୮: ପାରାଦୀପ ଲକଥାନା ପୋଲିସ ଗୁରୁବାର ଜଣେ ଅଭିଯୁକ୍ତଙ୍କ ଠାରୁ ୧୨.୩୧ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ତାଙ୍କୁ ଗିରଫ କରିଛି।ସେ ହେଲେ ଦୀପକ ମଲ୍ଲିକ ।ତାଙ୍କ ଘର କେନ୍ଦ୍ରାପଡା ଜିଲ୍ଲା ପଟାମୁଣ୍ଡାଇ ଅଞ୍ଚଳରେ।ସେ ବୁଧବାର ସନ୍ଧ୍ୟାରେ ଦୋଛକି ନିକଟସ୍ଥ ଏକ ଦୋକାନ ଆଗରେ ୧୦ ଟି ବ୍ରାଉନସୁଗାର ରଖି ବିକ୍ରି କରିବା ବେଳେ ପୋଲିସ ଚଢ଼ାଉ କରି ଗିରଫ କରିଥିଲା।ଜବତ ବ୍ରାଉନସୁଗାର ମୂଲ୍ୟ ୧.୩୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ମିଳିଛି।ଏ ନେଇ ଲକଥାନାରେ ୨୭୫/୨୬ ରେ ମାମଲା ରୁଜୁ ହୋଇଛି।ଅଭିଯୁକ୍ତ ଦୀପକଙ୍କ ନାମରେ ପୂର୍ବରୁ ୬ ଟି ମାମଲା ରହିଛି।













