• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ମାଷ୍ଟରକ୍ୟାଣ୍ଟିନ୍‌ ହିଂସା: ଭୁଲ୍‌ ସ୍ୱୀକାର କରି କ୍ଷମା ମାଗିଲା ଓଲା-ଉବର ଡ୍ରାଇଭର ସଂଘ!

FNN WEB by FNN WEB
August 21, 2026
in ଓଡ଼ିଶା
0
ମାଷ୍ଟରକ୍ୟାଣ୍ଟିନ୍‌ ହିଂସା: ଭୁଲ୍‌ ସ୍ୱୀକାର କରି କ୍ଷମା ମାଗିଲା ଓଲା-ଉବର ଡ୍ରାଇଭର ସଂଘ!
0
SHARES
0
VIEWS

ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍‌ରେ ଓଲା-ଉବର ଚାଳକଙ୍କ ହିଂସାତ୍ମକ ପ୍ରଦର୍ଶନ ଘଟଣାରେ ନୂଆ ମୋଡ଼ । ଭଙ୍ଗାରୁଜା ଓ ପୁଲିସ ଉପରେ ଆକ୍ରମଣ ଘଟଣାକୁ ନେଇ ଏବେ ସାମ୍ନାକୁ ଆସିଛି ଅନ୍‌ଲାଇନ୍‌ ଅଟୋ-ଟାକ୍ସି ଡ୍ରାଇଭର ସଂଘର ପ୍ରତିକ୍ରିୟା । ସୋସିଆଲ ମିଡିଆରେ ଭିଡିଓ ଜାରି କରି ଜନସାଧାରଣଙ୍କୁ କ୍ଷମା ମାଗିଛନ୍ତି ସଂଘର ସଭାପତି ଦୀନବନ୍ଧୁ ନାୟକ । ମାଷ୍ଟରକ୍ୟାଣ୍ଟିନ୍‌ ଘଟଣା ଯୋଗୁଁ ସାଧାରଣ ଲୋକଙ୍କୁ ଯେଉଁ ଅସୁବିଧା ହୋଇଛି, ସେଥିପାଇଁ ସେ ଦୁଃଖ ପ୍ରକାଶ କରିଛନ୍ତି ।

ଭିଡିଓରେ ଦୀନବନ୍ଧୁ କହିଛନ୍ତି, “ଭୁଲ୍‌ଟା ଭୁଲ୍‌, ଭୁଲ୍‌କୁ ଆମେ ସ୍ୱୀକାର କରୁଛୁ । ଏଇଟା ହେବାର ନଥିଲା ।” ଅର୍ଥାତ୍‌, ଆନ୍ଦୋଳନ ସମୟରେ ଯେଉଁ ହିଂସା ଓ ଭଙ୍ଗାରୁଜା ହୋଇଥିଲା, ତାହାକୁ ସେ ଠିକ୍‌ ବୋଲି କହିନାହାନ୍ତି । ସେପଟେ ଏହି ଘଟଣା ପଛରେ ରାଜନୈତିକ ହସ୍ତକ୍ଷେପ ଥିବା ନେଇ ଯେଉଁ ଚର୍ଚ୍ଚା ହେଉଛି, ତାହାକୁ ମଧ୍ୟ ଦୀନବନ୍ଧୁ ନାୟକ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, “ଆମେ ସମସ୍ତେ ଗରିବ ଖଟିଖିଆ ଅଟୋ-ଟାକ୍ସି-ବାଇକ୍‌ ଚାଳକ।” ତେଣୁ ଘଟଣାକୁ ରାଜନୈତିକ ରଙ୍ଗ ଦେବା ଠିକ୍‌ ନୁହେଁ ବୋଲି ସେ ମତ ରଖିଛନ୍ତି ।

ତେବେ ଗତ ୧୯ ତାରିଖରେ ମାଷ୍ଟରକ୍ୟାଣ୍ଟିନ୍‌ରେ ଭଙ୍ଗାରୁଜା ଏବଂ ପୁଲିସକୁ ଆକ୍ରମଣ ପରଠାରୁ ଦୀନବନ୍ଧୁ ନାୟକ ଫେରାର ଥିବା କୁହାଯାଉଥିଲା । ଏବେ ସୋସିଆଲ ମିଡିଆରେ ଭିଡିଓ ଜାରି କରି ସେ ସାଧାରଣ ଲୋକଙ୍କୁ କ୍ଷମା ମାଗିଛନ୍ତି । ଅନ୍ୟପଟେ ଘଟଣାକୁ ସରକାର ମଧ୍ୟ ଗୁରୁତ୍ୱର ସହ ନେଇଛନ୍ତି । ଦୋଷୀ ଚାଳକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି । ଆଇନ୍‌ ଭାଙ୍ଗିଥିବା ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯିବ ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି ।

ଏବେ ପ୍ରଶ୍ନ ହେଉଛି କ୍ଷମା ମାଗିଲେ ମଧ୍ୟ ହିଂସା ଘଟଣାରେ ଆଇନଗତ କାର୍ଯ୍ୟାନୁଷ୍ଠାନରୁ ମିଳିବ କି ରିହାତି? ନା ଆଇନ୍‌ ନିଜ ବାଟରେ ଚାଲିବ? ଦୀନବନ୍ଧୁ ନାୟକଙ୍କ ଭିଡିଓ ପରେ ଏବେ ଏହି ପ୍ରଶ୍ନକୁ ନେଇ ଚର୍ଚ୍ଚା ଜୋର ଧରିଛି ।

Previous Post

ସଙ୍ଗୀତ ଜଗତରେ ଏକ ଯୁଗର ଅନ୍ତ, ଚିରନିଦ୍ରାରେ ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ

Next Post

ବ୍ରାହ୍ମଣୀରେ ଦ୍ୱିତୀୟ ବନ୍ୟା , ୬ ଦିନ ହେଲା ଜଳବନ୍ଦୀ ରାଜନଗରର ପ୍ରାୟ ୧ ଲକ୍ଷ ଲୋକ

FNN WEB

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ରାଜଧାନୀରେ ନକଲି ଛେନା ଉପରେ ଚଢ଼ାଉ , କୁଇଣ୍ଟାଲରୁ ଅଧିକ ଜବତ

ରାଜଧାନୀରେ ନକଲି ଛେନା ଉପରେ ଚଢ଼ାଉ , କୁଇଣ୍ଟାଲରୁ ଅଧିକ ଜବତ

August 21, 2026
ବ୍ରାହ୍ମଣୀରେ ଦ୍ୱିତୀୟ ବନ୍ୟା , ୬ ଦିନ ହେଲା ଜଳବନ୍ଦୀ ରାଜନଗରର ପ୍ରାୟ ୧ ଲକ୍ଷ ଲୋକ

ବ୍ରାହ୍ମଣୀରେ ଦ୍ୱିତୀୟ ବନ୍ୟା , ୬ ଦିନ ହେଲା ଜଳବନ୍ଦୀ ରାଜନଗରର ପ୍ରାୟ ୧ ଲକ୍ଷ ଲୋକ

August 21, 2026
ମାଷ୍ଟରକ୍ୟାଣ୍ଟିନ୍‌ ହିଂସା: ଭୁଲ୍‌ ସ୍ୱୀକାର କରି କ୍ଷମା ମାଗିଲା ଓଲା-ଉବର ଡ୍ରାଇଭର ସଂଘ!

ମାଷ୍ଟରକ୍ୟାଣ୍ଟିନ୍‌ ହିଂସା: ଭୁଲ୍‌ ସ୍ୱୀକାର କରି କ୍ଷମା ମାଗିଲା ଓଲା-ଉବର ଡ୍ରାଇଭର ସଂଘ!

August 21, 2026
ସଙ୍ଗୀତ ଜଗତରେ ଏକ ଯୁଗର ଅନ୍ତ, ଚିରନିଦ୍ରାରେ ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ

ସଙ୍ଗୀତ ଜଗତରେ ଏକ ଯୁଗର ଅନ୍ତ, ଚିରନିଦ୍ରାରେ ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ

August 21, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ରାଜଧାନୀରେ ନକଲି ଛେନା ଉପରେ ଚଢ଼ାଉ , କୁଇଣ୍ଟାଲରୁ ଅଧିକ ଜବତ

ରାଜଧାନୀରେ ନକଲି ଛେନା ଉପରେ ଚଢ଼ାଉ , କୁଇଣ୍ଟାଲରୁ ଅଧିକ ଜବତ

August 21, 2026
ବ୍ରାହ୍ମଣୀରେ ଦ୍ୱିତୀୟ ବନ୍ୟା , ୬ ଦିନ ହେଲା ଜଳବନ୍ଦୀ ରାଜନଗରର ପ୍ରାୟ ୧ ଲକ୍ଷ ଲୋକ

ବ୍ରାହ୍ମଣୀରେ ଦ୍ୱିତୀୟ ବନ୍ୟା , ୬ ଦିନ ହେଲା ଜଳବନ୍ଦୀ ରାଜନଗରର ପ୍ରାୟ ୧ ଲକ୍ଷ ଲୋକ

August 21, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.