ପାରାଦୀପ: ପାରାଦୀପ ବଡପଡିଆ ଜାମା ମସଜିଦ ତଥା ଇସଲାମିକ୍ ସଂଗଠନ ପକ୍ଷରୁ ବୁଧବାର ମହାପୁରୁଷ ମହମ୍ମଦଙ୍କ ୧୫୦୧ ତମ ଜୟନ୍ତୀ ପାଳିତ ହୋଇଛି।ଏହି ଅବସରରେ ମୁସଲିମ ଶ୍ରଦ୍ଧାଳୁ ମାନେ ଏକ ଶାନ୍ତି ମୈତ୍ରୀ ଭାଇଚାରା ବାର୍ତ୍ତା ଶୋଭାଯାତ୍ରା ହୋଇଥିଲା।ଉକ୍ତ ଶୋଭାଯାତ୍ରା ବଡପଡିଆ ଠାରୁ ମଧୁବନ ଦେଇ କବରଖାନା ପର୍ଯ୍ୟନ୍ତ ହୋଇଥିଲା।ଏଥିରେ ଶତାଧିକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ।ସଂଗଠନର ପ୍ରମୁଖ ଅବଦୁଲ ଆବିଦ୍ ଖାନ୍ ଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସଭାପତି ଶେଖ୍ ରମଜାନ, ସମ୍ପାଦକ ସୁଫି ଅହମ୍ମଦ, ଶେଖ୍ ଅବଦୁଲ ବାରି, ଜାଫର ଆକ୍ରମଖାନ୍ ପ୍ରମୁଖ ଉପସ୍ଥିତ ଥିଲେ।ଏହି ଶୋଭାଯାତ୍ରାକୁ ପୋର୍ଟ ବଣିକ ସଂଘ ସମ୍ପାଦକ ଗୋଲକ ସାହୁ ଓ ଅନ୍ୟ ମାନେ ଫୁଲତୋଡା ଦେଇ ଭାଇଚାରା ସମ୍ପର୍କ ଜଣାଇଥିଲେ.














