• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଜାତୀୟ

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

FNN WEB by FNN WEB
August 28, 2026
in ଜାତୀୟ, ମୁଖ୍ୟ ଖବର
0
ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା
0
SHARES
0
VIEWS

ନେପାଳ ଜଳପ୍ରଳୟରେ ବଢ଼ିଚାଲିଛି ମୃତ୍ୟୁ ସଂଖ୍ୟା ।ଏବେ ମୃତ୍ୟୁସଂଖ୍ୟା ୫ଶହ ଟପିଥିବା ବେଳେ, ଶହ ଶହ ଲୋକ ନିଖୋଜ ଅଛନ୍ତି । ସେମାନଙ୍କ ମଧ୍ୟରେ ୪ଶହରୁ ଅଧିକ ଭାରତୀୟ ନାଗରିକ ଓ ଭାରତୀୟ ମୂଳ ରହିଛନ୍ତି । ଗ୍ରାଉଣ୍ଡ ଜିରୋର ସ୍ଥିତି ଯାହା, ତାକୁ ଭାଷାରେ ବଖାଣିବା କଷ୍ଟ । କେଉଁଠି ମାଟି ତଳୁ ଜୀବନ ଖୋଜା ଚାଲିଛି, ଆଉ କେଉଁଠି ଶୁଭୁଛି କାନ୍ଦ ବୋବାଳି ।
 
୨ ଦିନ ତଳର ନଦୀ ଅବବାହିକା, ଏବେ ମୃତ୍ୟୁର ଉପତ୍ୟକା । ମାଟିମଟାଳ ଘରଦ୍ୱାର.. ମଶାଣି ପାଲଟିଛି ଜନବସତି । ବହୁ ଘର ମାଟିରେ ମିଶିଯାଇଛି, ଲୁଚିଯାଇଛି, ହଜିଯାଇଛି । ଆଉ ଯେଉଁ କୋଠା ଏବେ ବି ଝଡ଼ ପରର ବରଗଛ ଭଳି ଥୁଣ୍ଟା ହୋଇ ଅନାଇ ରହିଛି, ସେଠି ଏବେ ୨-୩ ମହଲା ଯାଏଁ ଜମି ରହିଛି ପଙ୍କ କାଦୁଅ । ଆଉ ସେଇ ମାଟି ତଳୁ ଚାଲିଛି ମଣିଷ ଖୋଜା । କାଳେ କାହା ପିଣ୍ଡରେ ପ୍ରାଣ ଟିକେ ରହିଯାଇଥିବ, କାଳେ କାହାକୁ ମୃତ୍ୟୁର ଆଁରୁ ଟାଣି ଆଣି ହେବ, ସେଇ ଆଶା ନେଇ ଜେସିବିରେ ମାଟି ଖୋଳୁଛନ୍ତି ଦେବଦୂତ । ହେଲେ ମାଟି କାଦୁଅ ତଳୁ କଣ ମିଳୁଛି ଜାଣିଛନ୍ତି? ମାଳ ମାଳ ଶବ… ଖଣ୍ଡ ବିଖଣ୍ଡିତ ଅଙ୍ଗ ପ୍ରତ୍ୟଙ୍ଗ । ଅନେକଙ୍କୁ ଚିହ୍ନିବା କଷ୍ଟ… ଆଉ ଯେଉଁମାନଙ୍କୁ ଚିହ୍ନଟ କରି ହେଉଛି, କାନ୍ଥରେ ସେମାନଙ୍କ ନାଁର ତାଲିକା ମରାଯାଉଛି । ଆଉ ମୃତକଙ୍କ ତାଲିକାରେ ନିଜ ଲୋକଙ୍କ ନାଁ ଦେଖିବା ପରେ, ସ୍ଥିତି ଯାହା ହେଉଥିବ, ଆପଣ ବୁଝିପାରୁଥିବେ ।   

ସମୟ ଗଡ଼ୁଛି… ସଂଖ୍ୟା ବଢ଼ୁଛି… ଶଙ୍କା ବଢ଼ୁଛି । ନେପାଳ ବିପର୍ୟ୍ୟୟରେ ମୃତ୍ୟୁସଂଖ୍ୟା ୫ଶହ ଟପିଛି । ନିଖୋଜ ବ୍ୟକ୍ତିଙ୍କ ମଧ୍ୟରେ ୩୨୦ ଭାରତୀୟ ଅଛନ୍ତି । ମାନସରୋବର ଯାତ୍ରାରେ ଯାଇଥିବା ୧୦୦ ଜଣ ଭାରତୀୟ ମୂଳଙ୍କ ପତ୍ତା ମିଳୁନି । ଏସବୁ ଭିତରେ ସାମ୍ନାକୁ ଆସୁଛି ପ୍ରଳୟ ବେଳର ଏକରୁ ବଳି ଆରେକ ଛାତିଥରା ଚିତ୍ର । ଯେଉଁମାନେ ମୃତ୍ୟୁକୁ ଆଖି ସାମ୍ନାରେ ଦେଖିଥିଲେ, ଯେଉଁମାନେ ଯମ ସହ ମୁହାଁମୁହିଁ ହୋଇଥିଲେ, ସେମାନେ କଏଦ କରିଥିବା ଦୃଶ୍ୟ ଗୁଡ଼ିକୁ ଯିଏ ଦେଖୁଛି ତଟସ୍ଥ ହୋଇଯାଉଛି । କେଉଁଠି ଗାଁକୁ ଗିଳୁଛି ବନ୍ୟା, ଆଉ କେଉଁଠି ବିରାଟକାୟ ପଥରକୁ ଭସାଇ ନେଉଛି ପାଣି ।

ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଆଉ ଏକ ଭୟଙ୍କର ଭିଡିଓ । ପ୍ରଳୟ ପଂଝାରେ ଏମିତି ଫସିଥିଲା କିଛି ନିରୀହ ଜୀବନ । ଘର ଚାରିପଟେ ଚାଲିଥିଲା ବନ୍ୟାର ତାଣ୍ଡବ । ଆଉ ବାଲକୋନିରେ ଜୀବନର ଭିକ ମାଗୁଥିଲେ ଏକ ପରିବାର । କଥାରେ ଅଛି, ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ । ବନ୍ୟା ଥମିବା ବେଳକୁ ସବୁକିଛି ଛାରଖାର ହୋଇସାରିଥିଲା । ହେଲେ ଠିଆ ହୋଇରହିଥିଲା ସେଇ ଗୋଟିଏ ଘର । ବିନାଶକାରୀ ବନ୍ୟାରେ ଛାରଖାର ହୋଇଯାଇଥିବା ନେପାଳର ପ୍ରଭାବିତ ଅଞ୍ଚଳ ଗୁଡ଼ିକୁ ସ୍ୱାଭାବିକ ସ୍ଥିତିକୁ ଆସିବାକୁ ଯୁଗଟିଏ ଲାଗିଯିବ ।  

Previous Post

ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

FNN WEB

FNN WEB

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

August 28, 2026
SCB ମେଡିକାଲ୍ କଲେଜର ଡାଟା ଏଣ୍ଟ୍ରି ଅପରେଟର ଗିରଫ, ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ

SCB ମେଡିକାଲ୍ କଲେଜର ଡାଟା ଏଣ୍ଟ୍ରି ଅପରେଟର ଗିରଫ, ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ

August 28, 2026
ମିଳିଲା ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି , ୧.୩ କୋଟି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା

ମିଳିଲା ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି , ୧.୩ କୋଟି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା

August 28, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

August 28, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.