ଭୁବନେଶ୍ବର: ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶା ପାଇଁ ବିଶେଷ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯଇଛି। ସକାଳ ୧୧ ରୁ ୩ ଯାଏଁ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ନିର୍ବାଚନ ସମୟରେ ସତର୍କତା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ମାର୍ଗଦର୍ଶିକା ଜାରି କରିଛନ୍ତି। ଝାରସୁଗୁଡା ଓ ସୁନ୍ଦରଗଡ଼ ଅସ୍ବାଭବିକ ମୃତ୍ୟୁର ତଦନ୍ତ ପାଇଁ ଘଟଣା ସ୍ଥଳରେ ଜିଲ୍ଲାପାଳ ଅଛନ୍ତି। ମୃତକମାନେ ଅଧିକ ଶ୍ରମିକ ଓ ଟ୍ରକ ଡ୍ରାଇଭର ଥିବା ଜଣା ପଡିଛି। ସେମାନେ ପିକ ଆୱାରରେ ବାହାରିଥିବା ସୂଚନା ମିଳିଛି। ଆଗକୁ ପାଞ୍ଚ ଦିନ ଯାଏଁ ଗୁଳୁଗୁଳି ଲାଗି ରହିବ। ଶ୍ରମ କମିଶନରଙ୍କୁ ଚେକ କରିବାକୁ କୁହାଯାଇଛି। ଯେପରି ପିକ ହ୍ବାରରେ କେହି ଇଣ୍ଡଷ୍ଟ୍ରି କି ବାହାରେ କାମ ନ କରନ୍ତୁ। ନ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।
ଏସଆରସିଙ୍କ ସୂଚନା ଅନୁଯାୟୀ, ଏପ୍ରିଲରେ ପ୍ରାୟ ୧୭ଦିନ ହିଟ ୱେଭ ଅନୁଭୂତ ହୋଇଥିଲା । ମେ’ ମାସରେ ପାଣିପାଗ ଭଲ ଥିଲା । ପୁନର୍ବାର ଏବେ ସାରା ରାଜ୍ୟରେ ହିଟ ୱେଭ ପରିସ୍ଥିତି ଉପୁଜିଛି । ପଶ୍ଚିମ ଓ ମଧ୍ୟ ଓଡିଶାରେ ଏହା ଅଧିକ ମାତ୍ରାରେ ଅନୁଭୂତ ହେଉଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ମଧ୍ୟ ମାର୍ଗଦର୍ଶିକା ଜାରି କରୁଛନ୍ତି । ରାଜ୍ୟ ସରକାର ମଧ୍ୟ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ ସହ ଏ ନେଇ ଆଲୋଚନା କରାଯାଉଛି । ଜନସାଧାରଣ ଜିଲ୍ଲା ପ୍ରଶାସନର ପରାମର୍ଶକୁ ଗ୍ରହଣ କରନ୍ତୁ । ନହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସୁନ୍ଦରଗଡ ଓ ଝାରସୁଗୁଡାରୁ ଆସିଥିବା ଅଭିଯୋଗ ଗୁଡିକରେ ଅଧିକାଂଶ ଶ୍ରମିକ ଅଛନ୍ତି । ଯେଉଁ ମାନେ ପୂର୍ବାହ୍ନ ୧୧ ରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ କାର୍ଯ୍ୟ କରୁଥିବାର ପ୍ରାରମ୍ଭିକ ସୂଚନା ମିଳିଛି।ଏହାର ତଦନ୍ତ କରିବା ଲାଗି ଗତକାଲି ସନ୍ଧ୍ୟାରେ ନିର୍ଦ୍ଦେଶ ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ମଧ୍ୟ ଘଟଣାସ୍ଥଳକୁ ଯାଉଛନ୍ତି । ରିପୋର୍ଟ ଆସିବା ପରେ ଜଣାପଡିବ ମୃତ୍ୟୁର ପ୍ରକୃତ କାରଣ । ସମ୍ବଲପୁର, ସୁନ୍ଦରଗଡ, ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ ଆଦି ଜିଲ୍ଲାକୁ ହିଟ ୱେଭ ନେଇ ବାରମ୍ବାର ଅବଗତ କରାଯାଇଛି ।
ବର୍ତ୍ତମାନ ପରିସ୍ଥିତିରେ ସ୍କୁଲ, କଲେଜ ବନ୍ଦ ରହିଛି । ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି । ତେଣୁ ଜନସାଧାରଣ ପୂର୍ବାହ୍ନ ୧୧ ରୁ ଅପରାହ୍ନ ୩ ମଧ୍ୟରେ ବହାରକୁ ଯିବାରେ ନିବୃତ ରୁହନ୍ତୁ। ଅତି ଜରୁରୀ କାର୍ଯ୍ୟକୁ ସକାଳେ ବା ଅପରାହ୍ନରେ କରିହେବ । ଶ୍ରମିକମାନଙ୍କ ଲାଗି ସମାନ ଗାଇଡ଼ଲାଇନ ଶ୍ରମ ବିଭାଗ ପକ୍ଷରୁ ହୋଇଛି । ବସ ଯାତ୍ରୀଙ୍କ ଲାଗି ପରିବହନ ବିଭାଗ ଏହି ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଚାର ଓ ଜନସାଧାରଣଙ୍କ ସଚେତନତା ଲାଗି ପଦକ୍ଷେପ ନେବେ । ଯଦି ଲୋକେ ଜରୁରୀ କାର୍ଯ୍ୟ ଲାଗି ବାହାରକୁ ବାହାରୁଛନ୍ତି ତେବେ ଛତା, ଜୋତା, ପାଣି ବୋତଲ ସାଙ୍ଗରେ ନେବେ । ହିଟ ୱେଭ ପରିସ୍ଥିତି ପଶ୍ଚିମ ଓ ମଧ୍ୟ ଓଡିଶାରେ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ରହିବ। ଉପକୂଳ ଓଡ଼ିଶାରେ ଗୁଳୁଗୁଳି ହେବ। ଏଥିରୁ କିଛି ଜିଲ୍ଲାରେ ଆସନ୍ତାକାଲି ନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଅଲଗା ଗାଇଡ଼ଲାଇନ ଜାରି ହୋଇଛି । ଆମେ ଆଇଏମଡି ସହିତ ବରାବର ଯୋଗାଯୋଗରେ ଅଛୁ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ କହିଛନ୍ତି।