• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଶେଷ ପର୍ଯାୟ ମତଦାନ: ହେଭିୱେଟ୍ ନେତାଙ୍କ ଭାଗ୍ୟ ପରୀକ୍ଷା

FNN WEB by FNN WEB
May 31, 2024
in ଓଡ଼ିଶା, ମୁଖ୍ୟ ଖବର, ରାଜନୀତି
0
ଶେଷ ପର୍ଯାୟ ମତଦାନ: ହେଭିୱେଟ୍ ନେତାଙ୍କ ଭାଗ୍ୟ ପରୀକ୍ଷା
0
SHARES
3
VIEWS

ଭୁବନେଶ୍ବର: ଶେଷ ପର୍ଯ୍ୟାୟ ନିର୍ବାଚନରେ ବହୁ ହେଭିୱେଟ୍ ନେତାଙ୍କ ଭାଗ୍ୟ ପରୀକ୍ଷା ହେବ । କିଏ ଜିତିବ, କିଏ ହାରିବ, ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା । କାରଣ ଏହି ନିର୍ବାଚନ ହୁଏତ କିଛି ବରିଷ୍ଠ ନେତାଙ୍କ ଭବିଷ୍ୟତ ସ୍ଥିର କରିବ । ଏହାରି ଭିତରେ କିଛି ଫିଲ୍ମ ଷ୍ଟାରଙ୍କ ପାଇଁ ମଧ୍ୟ ଅଗ୍ନିପରୀକ୍ଷା ହେବାକୁ ଯାଉଛି । ରାତି ପାହିଲେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପଡ଼ିବ ଭୋଟ । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ସଂସଦୀୟ କ୍ଷେତ୍ର ସହିତ ୪୨ ବିଧାନସଭା ଆସନ ପାଇଁ ମତଦାନ ହେବ । ଅନେକ ହେଭିୱେଟ୍ ନେତାଙ୍କର ଭାଗ୍ୟ ପରଖିବେ ଜନତା ଜନାର୍ଦ୍ଦନ ।

ବାଲେଶ୍ୱର
ପ୍ରତାପ ଷଡଙ୍ଗୀ, ଶ୍ରୀକାନ୍ତ ଜେନା, ଲେଖାଶ୍ରୀ ସାମନ୍ତସିଂହାରଙ୍କ ଭାଗ୍ୟ ପରଖିବେ ବାଲେଶ୍ୱରବାସୀ । ଯାହାଙ୍କର ଜିତିବା ହାରିବା, ରାଜ୍ୟ ରାଜନୀତିରେ ପକାଇବ ବଡ଼ ପ୍ରଭାବ ।

ଚାନ୍ଦବାଲି
ରାଜ୍ୟ ବିଜେପି ସଭାପତି ବନାମ ଯୁବ ବିଜେଡି ସଭାପତିଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ହେବ । ତେଣୁ ଉଭୟଙ୍କ ପାଇଁ ଏହି ଆସନ ସମ୍ମାନର ପ୍ରଶ୍ନ ପାଲଟିଛି ।

ଭଦ୍ରକ
ଭଦ୍ରକ ବିଧାନସଭା ଆସନରେ ବିଜେଡିର ହେଭିୱେଟ୍ ନେତା ପ୍ରଫୁଲ୍ଲ ସାମଲଙ୍କର ଭାଗ୍ୟ ପରୀକ୍ଷା ହେଉଥିବା ବେଳେ ଭଣ୍ଡାରୀପୋଖରୀ ଆସନରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଇଦାନରେ ବଳ କଷୁଛନ୍ତି ।

ମୟୂରଭଞ୍ଜ
ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରରେ ସୁଦାମ ମାର୍ଣ୍ଡି ଓ ନବଚରଣ ମାଝିଙ୍କ ମଧ୍ୟରେ ଲଢ଼େଇ ହେଉଛି । ଏମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ । ତେଣୁ ଏହି ଆସନ ପାଇଁ ଗୁରୁତ୍ୱ ବେଶ ବଢ଼ିଯାଇଛି ।

କେନ୍ଦ୍ରାପଡ଼ା
ଓଡ଼ିଶା ରାଜନୀତିର ବଡ଼ ପଲିଟିକାଲ ହଟସ୍ପଟ ପାଲଟିଛି କେନ୍ଦ୍ରାପଡ଼ା । ମଇଦାନରେ ବୈଜୟନ୍ତ ପଣ୍ଡାଙ୍କୁ ଟକ୍କର ଦେଉଛନ୍ତି ଅଂଶୁମାନ ମହାନ୍ତି । ସେପଟେ ମହାକାଳପଡ଼ାରେ ଅତନୁ ସବ୍ୟସାଚୀଙ୍କର ଭାଗ୍ୟ ପରୀକ୍ଷା ହେଉଛି ।

ଅଭିନେତାରୁ ନେତା ପାଲଟିଥିବା ଫିଲ୍ମ ଷ୍ଟାର ମଧ୍ୟ ମଇଦାନରେ ରୋଚକ ଲଢ଼େଇ କରିବାକୁ ଯାଉଛନ୍ତି । ବଡ଼ଚଣାରେ ବର୍ଷା ପ୍ରିୟଦର୍ଶିନୀ, କୋରେଇରୁ ଆକାଶ ଦାସନାୟକ ଓ ସାଲେପୁରରେ ଅରିନ୍ଦମ ରୟଙ୍କର ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି ।

ବିଂଝାରପୁରରେ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଭାଗ୍ୟ ପରୀକ୍ଷା ହେଉଥିବା ବେଳେ କେନ୍ଦ୍ରାପଡ଼ାରେ କଂଗ୍ରେସ ଛାଡ଼ିରେ ବିଜେଡିରୁ ଲଢ଼ୁଥିବା ଗଣେଶ୍ୱର ବେହେରା ସମ୍ମାନ ପାଇଁ ମଇଦାନକୁ ଓହ୍ଲାଇଛନ୍ତି ।

୨୦୧୯ରେ ୪୨ ବିଧାନସଭା ଆସନରୁ ୩୩ ଆସନରେ ବିଜେଡି ବାଜିମାତ କରିଥିଲା ବେଳେ ୯ଟି ଆସନରେ ଜିତିଥିଲା ବିଜେପି । ସେହିପରି ୬ ଲୋକସଭା ଆସନରୁ ବିଜେଡି ୪ ଓ ବିଜେପି ୨ଟି ଆସନରେ ବିଜୟୀ ହୋଇଥିଲା ।

Previous Post

କମନମ୍ଯାନ୍ ଷ୍ଟାଇଲରେ ବୁକ ଷ୍ଟୋରରୁ ବହି କିଣିଲେ ନବୀନ

Next Post

ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୯ ଛୁଇଁଲା

FNN WEB

FNN WEB

Next Post
ପୁରୀ ବାଣ ବିସ୍ଫୋରଣ ଘଟଣା: ମୃତକଙ୍କ ସଂଖ୍ୟା ୬କୁ ବୃଦ୍ଧି

ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୯ ଛୁଇଁଲା

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ସର୍ବ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ୧୦୦ ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ସର୍ବ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ୧୦୦ ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

March 7, 2026
ପାଣିରେ ବୁଡ଼ି ୫ ଛାତ୍ରଙ୍କ ମୃତ୍ୟୁ

ପାଣିରେ ବୁଡ଼ି ୫ ଛାତ୍ରଙ୍କ ମୃତ୍ୟୁ

March 7, 2026
୨୪ରେ ମିଳିବ ସୁଭଦ୍ରା ଟଙ୍କା, ଏକାସାଙ୍ଗରେ ଦୁଇଟି କିସ୍ତିର ଟଙ୍କା ମିଳିବ

ଆଜି ମହିଳା ଦିବସରେ ମିଳିବ ‘ସୁଭଦ୍ରା’ ଚତୁର୍ଥ କିସ୍ତି

March 7, 2026
ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ସର୍ବ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ୧୦୦ ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ସର୍ବ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ୧୦୦ ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

March 7, 2026
ପାଣିରେ ବୁଡ଼ି ୫ ଛାତ୍ରଙ୍କ ମୃତ୍ୟୁ

ପାଣିରେ ବୁଡ଼ି ୫ ଛାତ୍ରଙ୍କ ମୃତ୍ୟୁ

March 7, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.