• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

କୃଷି ଯୋଜନାର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହ ଦେଓ: ପିଏମ କିଷାନ ଯୋଜନାର କାର୍ଯ୍ୟକାରିତା ଉପରେ ଆଲୋଚନା

FNN WEB by FNN WEB
June 25, 2024
in ଓଡ଼ିଶା, ମୁଖ୍ୟ ଖବର
0
କୃଷି ଯୋଜନାର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହ ଦେଓ: ପିଏମ କିଷାନ ଯୋଜନାର କାର୍ଯ୍ୟକାରିତା ଉପରେ ଆଲୋଚନା
0
SHARES
0
VIEWS

ଭୁବନେଶ୍ଵର: କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଆଜି କୃଷି ଭବନରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ସିଂହଦେଓ ବିଭାଗକୁ ଅଧିକ କ୍ରିୟାଶୀଳ କରିବା ସହିତ କାର୍ଯ୍ୟକ୍ରମଗୁଡିକୁ ସମ୍ପ୍ରସାରିତ କରିବା ଉପରେ ଗୁରୁତ୍ଵାରୋପ କରିଛନ୍ତି। ବିଭିନ୍ନ ଯୋଜନାର ସମୀକ୍ଷା ଅବସରରେ ଉପ ମୁଖ୍ୟମନ୍ତ୍ରୀ ପିଏମ୍‌‍ କିଷାନ, ଡିଜିଟାଲ ଫସଲ ସର୍ଭେ ଏବଂ କୃଷି କ୍ଷେତ୍ରରେ ନୂତନ ସରକାରଙ୍କ ପ୍ରାଥମିକତା ତଥା ନିଆ ଯାଇଥିବା ପଦକ୍ଷେପ ବିଷୟରେ ସମୀକ୍ଷା କରିଥିଲେ। ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ଏବଂ ବିଭାଗର ସମସ୍ତ ନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି ଅବସରରେ ମାନ୍ୟବର ଉପମନ୍ତ୍ରୀ ପ୍ରଭାବଶାଳୀ ପ୍ରଶାସନ ପାଇଁ ଜ୍ଞାନ ଆଦାନପ୍ରଦାନ (କେ-ଏସଇଏ) ଶୀର୍ଷକ ଇ-ପୁସ୍ତିକା ଉନ୍ମୋଚନ କରିଥିଲେ। ଏହି ପୁସ୍ତିକା ଯେପରି ବିଭାଗର ସମସ୍ତ ଅଧିକାରୀ ତଥା ଅନ୍ୟାନ୍ୟ ବିଭାଗ ନିକଟରେ ପହଞ୍ଚି ରେଫରେନ୍ସ ଓ ଅନୁଧ୍ୟାନ ପାଇଁ ଉପାଦେୟ ହୋଇପାରିବ ସେ ଦିଗରେ ସମସ୍ତ ପ୍ରକାର ଉଦ୍ୟମ କରାଯିବ ବୋଲି ପ୍ରମୁଖ ଶାସନ ସଚିବ ଡ. ପାଢୀ ମାନ୍ୟବର ମନ୍ତ୍ରୀ ଓ ଉପସ୍ଥିତ ସମସ୍ତ ଅଧିକାରୀମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ପ୍ରାରମ୍ଭରେ କୃଷି ବିଭାଗର ନିର୍ଦ୍ଦେଶକ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ କରିବା ସହ କାଳିଆ ଓ ପିଏମ୍‌‍ କିଷାନ ଯୋଜନାର ପୃଷ୍ଠଭୂମି ଓ ରୂପରେଖ ସମ୍ୱନ୍ଧରେ ବିସ୍ତୃତ ଭାବେ ତଥ୍ୟ ପ୍ରଦାନ କରିଥିଲେ। ସେ ଉକ୍ତ ଯୋଜନାର ସବିଶେଷ ତଥ୍ୟ ଉପସ୍ଥାପନ ପୂର୍ବକ ଏହାର କାର୍ଯ୍ୟକାରିତା ଉପରେ ଆଲୋଚନା
କରିଥିଲେ। ପ୍ରମୁଖ ଶାସନ ସଚିବ ଏହି ଯୋଜନାର ପରିବର୍ଦ୍ଧିତ କାର୍ଯ୍ୟାନ୍ୱୟନ ନିମନ୍ତେ ବିଭିନ୍ନ ପ୍ରସ୍ତାବ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ମାନ୍ୟବର ମନ୍ତ୍ରୀଙ୍କ ନିଷ୍ପତ୍ତି ଲୋଡ଼ିଥିଲେ। ମାନ୍ୟବର ମନ୍ତ୍ରୀ ବିଶୃଙ୍ଖଳିତ ତଥା ଦୋଷୀ ଅଧିକାରୀଙ୍କ ବିରୋଧରେ ନିଆ ଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ପଚାରି ବୁଝିଥିଲେ। ଯୋଜନାଗୁଡିକର ସୁଫଳ ଲୋକଙ୍କ ପାଖରେ ପହଞ୍ଚିବା ଦରକାର ବୋଲି ଉଲ୍ଲେଖ କରି କୌଣସି ବିସଙ୍ଗତି ବା ଠକେଇ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବୈଠକରେ ଡିଜିଟାଲ ଫସଲ ସର୍ବେକ୍ଷଣର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା ଏବଂ ଏ ଦିଗରେ ନିର୍ଦ୍ଦେଶକ କୃଷକମାନଙ୍କୁ ବ୍ୟକ୍ତିଗତ ସେବା ପ୍ରଦାନରେ ସକ୍ଷମ କରାଇବା ଉପରେ ଗୁରୁତ୍ଵା ଆରୋପ କରାଯାଇଥିଲା। ଖରିଫ-2023 ରେ ଡିଜିଟାଲ ଫସଲ ସର୍ବେକ୍ଷଣର ପାଇଲଟ ପର୍ଯ୍ୟାୟରେ ସଫଳତା ବିଷୟରେ ମଧ୍ୟ ବିସ୍ତୃତ ଆଲୋଚନା କରାଯାଇଥିଲା। ଡିଜିଟାଲ ଫସଲ ସର୍ବେକ୍ଷଣ ଖରିଫ-2023ରୁ ମିଳିଥିବା ଶିକ୍ଷା ଆଧାରରେ ଖରିଫ-2024ରେ ରାଜ୍ୟର 30ଟି ଜିଲ୍ଲାରେ ଏହା କରାଯିବ। ଡିଜିଟାଲ ଫସଲ ସର୍ବେକ୍ଷଣ ପାଇଁ ଏକ ମୋବାଇଲ ଆପ୍ଲିକେସନ ଏବଂ ୱେବପୋର୍ଟାଲର ବିକାଶ ଉପରେ ମଧ୍ୟ ଆଲୋଚନା ହୋଇଥିଲା।

କୃଷି କ୍ଷେତ୍ର ପାଇଁ ନୂଆ ସରକାରଙ୍କ ପ୍ରାଥମିକତାକୁ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଗ୍ରହଣ କରିବା ସହ ସମୀକ୍ଷା ବୈଠକ ଆଗକୁ ବଢ଼ିଥିଲା। ଓଡ଼ିଶା ମିଲେଟ୍‌‍ ମିଶନ ସମେତ ବିଭାଗର ପ୍ରୟାସ ଯୋଗୁଁ ମିଳିଥିବା ସଫଳତାର କାହାଣୀ ସମ୍ପର୍କରେ ପ୍ରମୁଖ ଶାସନ ସଚିବ ମାନ୍ୟବର ମନ୍ତ୍ରୀକୁ ଅବଗତ କରାଇଥିଲେ । କୋଭିଡ୍‌‍-19 ମହାମାରୀ ସମୟରେ ନିଜ ସହରରେ ଚାଷ କରିବାର ଅଭିଜ୍ଞତା ବାଣ୍ଟି ମାନ୍ୟବର ମନ୍ତ୍ରୀ କୃଷି ବିଭାଗର ଅଂଶ ହୋଇଥିବାରୁ ଆନନ୍ଦ ପ୍ରକାଶ କରିଥିଲେ। କୃଷକ ହେଲ୍ପ ଲାଇନ ନମ୍ୱର 155333 ଜରିଆରେ ଚାଷୀଙ୍କୁ ଚାଷ ଓ ପାଣିପାଗ ସମ୍ୱନ୍ଧୀୟ ଜ୍ଞାନ ପ୍ରସାର ଓ ପରାମର୍ଶ ପ୍ରଦାନ କରୁଥିବା ଆମ କୃଷି ସମ୍ପର୍କରେ ଜାଣିବା ପରେ ମାନ୍ୟବର ମନ୍ତ୍ରୀ ତକ୍ଷଣାତ ହେଲ୍ପଲାଇନ ନମ୍ୱରକୁ ଫୋନ୍‌‍ କରି ଚାଷୀଙ୍କୁ ଦିଆ ଯାଉଥିବା ସେବା ଓ ସମାଧାନ ବିଷୟରେ ବୁଝିବା ପାଇଁ ଆମ କୃଷି ପ୍ରତିନିଧିଙ୍କ ସହ କଥା ହୋଇଥିଲେ।

କୃଷି ଆମ ଦେଶ ଅର୍ଥନୀତିର ଏକ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ ବୋଲି ପ୍ରତିପାଦନ କରିବା ସହିତ ଉପମୁଖ୍ୟମନ୍ତ୍ରୀ କହିଥିଲେ ଯେ କୃଷିକ୍ଷେତ୍ରରେ ପ୍ରତେ୍ୟକ ପରିବାରକୁ ପ୍ରୋତ୍ସାହିତ ଓ ସାମିଲ କରିବା ପାଇଁ ଆମକୁ ପ୍ରୟାସ କରିବାର ଆବଶ୍ୟକତା ରହିଛି । ଲୋକମାନେ ଏଥିରୁ ଦୂରେଇ ଯାଉଛନ୍ତି ଏବଂ ଆମେ ସେମାନଙ୍କୁ ଶିଖାଇବା ଏବଂ ଜୀବିକା ଅର୍ଜନ କରିବାରେ ସକ୍ଷମ କରାଇବାର ଆବଶ୍ୟକତା ରହିଛି । ଆନ୍ତଃରାଜ୍ୟ ସ୍ଥାନାନ୍ତରକୁ ରୋକିବା ପାଇଁ କୃଷି ଓ ଆନୁଷଙ୍ଗିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା ଉପରେ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ ଦିଗରେ ସମସ୍ତ ଅଧିକାରୀ ଯତ୍ନବାନ ହେବା ଆବଶ୍ୟକ। ସମାଜର ଶେଷ ବର୍ଗର ଲୋକଙ୍କ ପାଖରେ ପହଞ୍ଚିବାର ଲକ୍ଷ୍ୟ ନେଇ ସେ ବିଭାଗୀୟ ଅଧିକାରୀମାନଙ୍କ ସହଯୋଗ ଲୋଡ଼ିବା ସହିତ କହେଲେ ଯେ, ମୁଁ ଆପଣଙ୍କ ଟିମିର ଏକ ଅଂଶ। ଆମେ ଏକାଠି ଏକ ଦଳ ଭାବେ କାମ କରିବା ଏବଂ ପ୍ରତିଶ୍ରୁତି ପୂରଣ କରିବା, କୃଷକ ସମସ୍ୟାର ସମାଧାନ କରିବା ଏବଂ ଏହି ମିଶନକୁ ଆହୁରି ଆଗକୁ ନେବାର ପ୍ରୟାସ ଜାରି ରଖିବା।

ଏହି ସମୀକ୍ଷା ବୈଠକରେ ପ୍ରମୁଖ ଶାସନ ସଚିବ ଡ. ପାଢୀ ମାନ୍ୟବର ଉପମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ରାଜ୍ୟର କୃଷି କ୍ଷେତ୍ର ପ୍ରତି ତାଙ୍କର ଦୃଷ୍ଟିକୋଣକୁ ସାକାର କରିବାରେ କୃଷି ବିଭାଗର ପୂର୍ଣ୍ଣ ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଥିଲେ।

Previous Post

ବିଜେଡି ସାଂସଦଙ୍କୁ ନବୀନଙ୍କ ଗୁରୁମନ୍ତ୍ର: ରାଜ୍ୟସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ନେଇ ସ୍ବର ଶାଣିତ କର

Next Post

ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୨୯ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା

FNN WEB

FNN WEB

Next Post
ରାଜ୍ୟର ୨୪ ଜିଲ୍ଲାକୁ ଛୁଇଁଲା ମୌସୁମୀ

ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୨୯ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.