• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କୁ ଅଭୂତପୂର୍ବ ଶ୍ରଦ୍ଧାଞ୍ଜଳି: ସମାଜର ସବୁ ବର୍ଗର ଲୋକ ସାମିଲ୍‌

FNN WEB by FNN WEB
April 26, 2025
in ଓଡ଼ିଶା, ମୁଖ୍ୟ ଖବର
0
ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କୁ ଅଭୂତପୂର୍ବ ଶ୍ରଦ୍ଧାଞ୍ଜଳି: ସମାଜର ସବୁ ବର୍ଗର ଲୋକ ସାମିଲ୍‌
0
SHARES
19
VIEWS


ଭୁବନେଶ୍ୱର : ନିକଟରେ ପରଲୋକ ଗମନ କରିଥିବା ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କୁ ଶନିବାର ଦିନ ବହୁ ପ୍ରତିଷ୍ଠିତ ରାଜନେତା, ଖବରକାଗଜ ସମ୍ପାଦକ, ସାମ୍ବାଦିକ ଓ ସମାଜର ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତି ଏକ ବିଶେଷ ସ୍ମୃତି ସଭାରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି । ଭୁବନେଶ୍ୱର ସ୍ଥିତ ଗୀତ ଗୋବିନ୍ଦ ସଦନରେ ଆୟୋଜିତ ଏହି ସ୍ମୃତିସଭାକୁ ଓଡ଼ିଶା ବିଧାନସଭାର ବାଚଷ୍ପତି ଶ୍ରୀମତୀ ସୁରମା ପାଢୀ, ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ ଘଡ଼ାଇ, ପ୍ରସନ୍ନ ଆଚାର୍ଯ୍ୟ, ପଂଚାନନ କାନୁନଗୋ ଓ ବରିଷ୍ଠ କଂଗ୍ରେସ ନେତା ନିରଂଜନ ପଟ୍ଟନାୟକ ଦୀପ ପ୍ରଜ୍ଜଳନ କରି ଉଦ୍‌ଘାଟନ କରିଥିଲେ ।

ନିଜ ଶ୍ରଦ୍ଧାଞ୍ଜଳିରେ ବାଚସ୍ପତି ସୁରମା ପାଢ଼ୀ କହିଥିଲେ ରତିକାନ୍ତ ମହାନ୍ତି ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ଥିଲେ । ସେ ତାଙ୍କର ହାତ ଧରି ରାଜନୀତିରେ କିପରି ଉପରକୁ ଉଠିବାକୁ ହେବ ସେ ନେଇ ତାଙ୍କର ମାର୍ଗ ଦର୍ଶନ କରିଥିଲେ ବୋଲି କହିବା ସହିତ ତାଙ୍କର ରିପୋର୍ଟିଂ ଶୈଳୀ ସବୁଠାରୁ ନିଆରା ଓ ଭିନ୍ନ ଥିଲା ବୋଲି କହିଥିଲେ । ଜଣେ ସଚ୍ଚୋଟ, ନିର୍ଭିକ ଓ ସମର୍ପିତ ସାମ୍ବାଦିକ ଭାବେ ସେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ । ତାଙ୍କର ପ୍ରଦର୍ଶିତ ମାର୍ଗରେ ଆମେ ଯଦି ଚାଲିପାରିବା ତେବେ ତାହା ହିଁ ହେବ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଚଳି ବୋଲି ଶ୍ରୀମତୀ ପାଢୀ କହିଥିଲେ । ଏଥି ସହିତ ରତି ଭାଇଙ୍କ ସ୍ମୃତିକୁ ସବୁଦିନ ସାଇତା ପାଇଁ ରତି ଭାଇ ସ୍ମୃତି କମିଟି ଯାହା ପରାମର୍ଶ ଦେବ ବିଧାନସଭା ତାହ ସହୃଦୟତାର ସହିତ ବିଚାର କରିବ ବୋଲି ସେ କହିଥିଲେ ।
ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ ଘଡାଇ ରତିକାନ୍ତ ବାବୁ ଜଣେ ଅତ୍ୟନ୍ତ ମିଷ୍ଟଭାଷୀ, ନିରହଙ୍କାରୀ ଓ ସଚ୍ଚୋଟ ସମ୍ବାଦିକ ଭାବେ ନିଜକୁ ପ୍ରତିଷ୍ଠା କରିପାରିଥିଲେ ବୋଲି କହିଥିଲେ । ବିଜୁ ପଟ୍ଟନାୟକଙ୍କ ଶାସନ ସମୟରେ ରତିକାନ୍ତଙ୍କର ରାଜନୀତି ଠାରୁ ଆରମ୍ଭ କରି ପ୍ରଶାସନିକ ମହଲରେ ବେଶ୍ ପ୍ରଭାବ ରହିଥିଲା । କେବଳ ସେତିକି ନୁହେଁ ଜାନକୀ ବଲ୍ଲଭ ପଟ୍ଟନାୟକ, ହେମାନନ୍ଦ ବିଶ୍ୱାଳ ଓ ଗିରିଧର ଗମାଙ୍ଗଙ୍କ ଭଳି ମୁଖ୍ୟମନ୍ତ୍ରୀମାନଙ୍କ ସହିତ ତାଙ୍କର ଭଲ ସମ୍ପର୍କ ଥିଲେ ମଧ୍ୟ ସେ କେବେ ନିଜ ପାଇଁ କାହାକୁ କିଛି ମାଗିନଥିଲେ ବୋଲି ଶ୍ରୀ ଘଡ଼ାଇ କହିବା ସହିତ ଏଥିରେ ତାଙ୍କର ମହନୀୟତା ପ୍ରତିପାଦିତ ହୋଇଥିଲା ବୋଲି ସେ କହିଥିଲେ ।

ଶ୍ରୀ ମହାନ୍ତି ୪ ଦଶନ୍ଧି ଧରି ସାମ୍ବାଦିକତା କରି ଆସୁଥିଲେ। ତାଙ୍କ ବିୟୋଗରେ ଓଡିଶା ସାମ୍ବାଦିକତାରେ ଏକ ଅପୁରଣୀୟ କ୍ଷତି ହୋଇଛି ବୋଲି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ କହିଥିଲେ । ରତିକାନ୍ତ ସହିତ ତାଙ୍କର ବେଶ୍ ଘନିଷ୍ଠତା ଥିଲା । ସେ ଚାହିଁଥିଲେ ନିଜ ପାଇଁ କିଛି ମାଗିପାରିଥାନ୍ତେ। ହେଲେ ସେ କେବେ କିଛି କେବେ ମାଗିନଥିଲେ ବୋଲି ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଥିଲେ ।

ରତିକାନ୍ତ ସ୍ମୃତି କମିଟି ଅଧ୍ୟକ୍ଷ ରବିଦାସ ଓ ସ୍ମରଣିକା କମିଟି ସମ୍ପାଦକ ପ୍ରଭୂକଲ୍ୟାଣ ମହାନ୍ତିଙ୍କ ଦ୍ୱାରା ସଂଚାଳିତ ଏହି ସ୍ମୃତିସଭାରେ ପୂର୍ତମନ୍ତ୍ରୀ ପୃଥ୍ୱିରାଜ ହରିଚନ୍ଦନ, ପ୍ରଦେଶ କଂଗ୍ରେସ୍ କମିଟି ସଭାପତି ଭକ୍ତ ଚରଣ ଦାସ, ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ଅରୁଣ କୁମାର ସାହୁ, ସଂଜୟ ଦାସ ବର୍ମା, ବିଜୟ ନାୟକ, ଅନନ୍ତ ଜେନା, ସୁଦର୍ଶନ ଦାସ, ମିନତି ସିଂହ, ମନ୍ମଥ ରାଉତ, ବିଜେପି ନେତା ଗୋଲକ ମହାପାତ୍ର, ସିପିଆଇ (ଏମ୍‌) ରାଜ୍ୟ ସାଧାରଣ ସମ୍ପାଦକ ସୁରେଶ ପାଣିଗ୍ରାହୀ, ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ, ପ୍ରଦ୍ୟୁମ୍ନ ଶତପଥୀ, ବଟକୃଷ୍ଣ ତ୍ରୀପାଠୀ, ରାଜେଶ ମହାପାତ୍ର, ପ୍ରସନ୍ନ ମହାନ୍ତି, ସନ୍ଦୀପ ସାହୁ ସୁଭାଶିଷ ମହାନ୍ତି, ପ୍ରଦ୍ୟୁମ୍ନ ମହାନ୍ତି, ରମେଶ ମହାନ୍ତି, ସନ୍ଦୀପ ମିଶ୍ର, ପ୍ରଦୋଷ ପଟ୍ଟନାୟକ, ପ୍ରସନ୍ନ ପତି, ଶରତ ପାଇକରାୟ, ଜୟଦେବ ବେହରା, ପ୍ରମେୟ ସଂପାଦକ ଗୋପାଳ ମହାପାତ୍ର , ପୂର୍ବତନ ଦୂରଦର୍ଶନ ବାର୍ତା ସମ୍ପାଦକ ଗୋପାଳ ମହାପାତ୍ର, ଦେବନାରାଣ ସେଠୀ, ମନୋରଂଜନ ମିଶ୍ର, ଅଶୋକ ସାହୁ, ଦିଲ୍ଲୀପ ସୁବୁଦ୍ଧି, ଅରବିନ୍ଦ ମିଶ୍ର, ବିଭୂତି କର, ପବିତ୍ର ମହାରଥା, ସୀମାଞ୍ଚଳ ପଟ୍ଟନାୟକ, ବିବେକ ଜେନା, ରମେଶ ସ୍ୱାଇଁ, ସଂଜୟ ଜେନା, ଅକ୍ଷୟ କୁମାର ସାହୁ, ବିରୁପାକ୍ଷ ତ୍ରୀପାଠୀ, ଯଯାତି ମହାନ୍ତି, ଗରିଜା ଶଙ୍କର ଦାଶ, ଦିଲ୍ଲୀପ ବିଶୋଇ, ସିରାଜ ମହମ୍ମଦ, ଜ୍ଞାନରଂଜନ ଦାସ, ବପିନ୍ ସିଂହ, ପ୍ରଦୀପ ରାଉତ, ପବିତ୍ର ସେନାପତି, ପାର୍ଥ ସାରଥୀ ଜେନା, ଦେବ ମହାନ୍ତି, ଦୀପକ ମହାପାତ୍ର, ଚିନ୍ମୟ ମହାପାତ୍ର , ଅପୂର୍ବ ମହାନ୍ତି, ସାରଦା ଦେବତା, ଅବିନାଶ ମିଶ୍ର, ପ୍ରିୟରଂଜନ ସାହୁ, ସଂଜୟ ଦାସ, ଭାଗବତ ତ୍ରୀପାଠୀ, ସୁରେଶ କର, ଦୀପକ କୁମାର କର, ଅରବିନ୍ଦ କୁଅଁର, ସୁକାନ୍ତ ମହାନ୍ତି, ରିଆଜ ମହମ୍ମଦ, ଲୋପାମୂଦ୍ରା ଜେନା, ମାଧବାନନ୍ଦ ବେହୁରା, ନଳିନୀ ସାହୁ, ସୂର୍ଯ୍ୟକାନ୍ତି ନାୟକ, ଇଂଜିନିୟର ଲଳିତ ପଟ୍ଟନାୟକ ପ୍ରମୂଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଅନେକ ମତ ବ୍ୟକ୍ତ କରିଥିଲେ। ରତି ଭାଇ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉନ୍ମୋଚିକା ଭାବେ ଉପସ୍ଥିତ ରହିଥିଲେ ବାଚସ୍ପତି ଶ୍ରୀମତି ସୁରମା ପାଢ଼ୀ। ତାଙ୍କ କର କମଳରେ ଏହି ସ୍ମରଣୀକାକୁ ଉନ୍ମୋଚିତ କରାଯାଇଥିଲା। ଏହି ଅବସରରେ ରତିକାନ୍ତ ମହାନ୍ତିଙ୍କ ଝିଅ ପୂଜା ମହାନ୍ତି ଓ ବନ୍ଦନା ମହାନ୍ତିଙ୍କ ସମେତ ତାଙ୍କ ପରିବାରର ଅନେକ ବ୍ୟକ୍ତି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଥିଲେ । ଏହି ଅବସରରେ ‘ସମସ୍ତଙ୍କ ପ୍ରିୟ ରତି ଭାଇ’ ନାମକ ଏକ ସ୍ମରଣିକା ପ୍ରକାଶ ପାଇବା ସହିତ ରତିକାନ୍ତ ମହାନ୍ତିଙ୍କ ଜୀବନୀ ଉପରେ ଏକ ପ୍ରମାଣିକ ଚଳଚିତ୍ର ପ୍ରଦର୍ଶନ କରାଯାଇଥିଲା ।

Previous Post

ୱାନ୍ ପ୍ଲାନେଟ୍ ୱାନ୍ ହେଲଥ୍ ସମୟର ଆବଶ୍ୟକତା : ପ୍ରମୁଖ ଶାସନ ସଚିବ

Next Post

ବିଦେଶୀଙ୍କ ରାସନ କାର୍ଡ କଟିବ: ଚିହ୍ନଟ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

FNN WEB

FNN WEB

Next Post
ରାଜ୍ୟରେ ଲକ୍ଷେ ୭୭ ହଜାର ୬୮ ମୃତ ହିତାଧିକାରୀ ଚିହ୍ନଟ: କୃଷ୍ଣଚନ୍ଦ୍ର ପାତ୍ର

ବିଦେଶୀଙ୍କ ରାସନ କାର୍ଡ କଟିବ: ଚିହ୍ନଟ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.