ଭୁବନେଶ୍ଵର: ଶିଳ୍ପମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଶିଳ୍ପାଞ୍ଚଳ ପରିଦର୍ଶନ କରିଛନ୍ତି। ମାନ୍ୟବର ବିଧାୟକ ଖୋର୍ଦ୍ଧା, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ଇଡ୍କୋର ପରିଚାଳନା ନିର୍ଦ୍ଦେଶକ ଭୂପିନ୍ଦର ସିଂ ପୁନିଆ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ତାଙ୍କ ସହ ଖୋର୍ଦ୍ଧାର ଶିଳ୍ପାଞ୍ଚଳ ପରିଦର୍ଶନ କରିବା ସହ ଏହି ଅଞ୍ଚଳକୁ ସାଧାରଣ ଭିତ୍ତିଭୂମି ପ୍ରବେଶ ସମ୍ପର୍କରେ ଆଲୋଚନା କରିଥିଲେ। ତାଙ୍କର ପରିଦର୍ଶନ ସମୟରେ ଶିଳ୍ପାଞ୍ଚଳ ପାର୍କ ମଧ୍ୟରେ ଥିବା ବିଭିନ୍ନ ପ୍ରକାର ୟୁନିଟ୍ ଯଥା ଏସ୍.ଏସ୍.ଏସ୍ ଗ୍ରୁପ୍ ଇଣ୍ଡୋନିଶିନ୍ ଏବଂ କୋକାକୋଲା ଗ୍ରୁପ୍ ସହ ଆଲୋଚନା କରିଥିଲେ ା ସ୍ଥାନୀୟ ଲୋକଙ୍କୁ ଚାକିରି ସୁଯୋଗ ଦେବାକୁ ସେ ଶିଳ୍ପଗୁଡ଼ିକୁ ଏକରକମ ବାଧ୍ୟ କରିବା ପାଇଁ ଜିଲ୍ଲାର ଆଇଟିଆଇ ଓ ପଲିଟେକ୍ନିକ୍ରୁ ଦକ୍ଷ କୁଶଳୀ ମାନବସମ୍ୱଳ ନିଯୁକ୍ତି ପାଇଁ ଜୋର ଦେଇଥିଲେ।
ଏହାପରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ମାନ୍ୟବର ମନ୍ତ୍ରୀ ଏକ ବୈଠକରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ଏଥିରେ ଖୋର୍ଦ୍ଧା ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ଜଗଦେବ, ବେଗୁନିଆ ବିଧାୟକ ଶ୍ରୀ ପ୍ରଦୀପ କୁମାର ସାହୁ, ଜୟଦେବ ବିଧାୟକ ନବକିଶୋର ମଲ୍ଲିକ ଓ ଶିଳ୍ପ ବିଭାଗ ଓ ଇଡ୍କୋର ବରିଷ୍ଠ କାର୍ଯ୍ୟକର୍ତ୍ତା, ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ବରିଷ୍ଠ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଏହି ବୈଠକରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଖୋର୍ଦ୍ଧାଠାରେ ଶିଳ୍ପ ଓ ଶିଳ୍ପାଞ୍ଚଳ ବିକାଶ ପାଇଁ ଲୋକମାନଙ୍କର ଆଗ୍ରହ ଓ ଦାବି ସମ୍ୱନ୍ଧରେ ଜଣାଇଥିଲେ। ସେଥିପାଇଁ ଇଡ୍କୋ କାଳିବେଟି, ମୁଣ୍ଡାମ୍ୱା, ହଳଦୀପଦା, ବେଗୁନିଆ ଆଦି ଅଞ୍ଚଳ ଓ ଏହାର ଆଖପାଖ ଅଞ୍ଚଳରେ ଶିଳ୍ପାଞ୍ଚଳ ଉନ୍ନୟନ କାର୍ଯ୍ୟକ୍ରମ ଜାରି ରଖିଛି ବୋଲି କହିଥିଲେ। ମୁଣ୍ଡାମ୍ୱାଠାରେ ଫୁଡ୍ ପ୍ରୋସେସିଂର 15 ଗୋଟି ୟୁନିଟ୍ ଆବଣ୍ଟନ କରିବା ସହ ବରୁନ୍ ବେଭରେଜ୍ କାର୍ଯ୍ୟ ଆରମ୍ଭ କରିବା ଶେଷ କରିଲାଣି ବୋଲି ସୂଚନା ଦେଇଥିଲେ। ସେହିପରି କାଳିବେଟିଠାରେ ନିର୍ଦ୍ଧିଷ୍ଟ ଭାବେ ବୟନଶିଳ୍ପ ପାର୍କ ଗଢ଼ିଉଠିବ ବୋଲି ସେ କହିଥିଲେ।