• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ରାଜ୍ୟସ୍ତରୀୟ ଦଶମ ଜାତୀୟ ହସ୍ତତନ୍ତ ଦିବସ ପାଳିତ

FNN WEB by FNN WEB
August 7, 2024
in ଓଡ଼ିଶା, ମୁଖ୍ୟ ଖବର
0
ରାଜ୍ୟସ୍ତରୀୟ ଦଶମ ଜାତୀୟ ହସ୍ତତନ୍ତ ଦିବସ ପାଳିତ
0
SHARES
2
VIEWS

ଚାରିଜଣ ବିଶିଷ୍ଟ ହସ୍ତତନ୍ତ ବୁଣାକାର ସମ୍ମାନିତ

ଭୁବନେଶ୍ଵର: ଆଜି ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗ ତରଫରୁ ରାଜ୍ୟ ସ୍ତରୀୟ ଦଶମ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ଜୟଦେବ ଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଉଦ୍‌‍ଘାଟନ କରି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନସ ଚିବଡ. ଅରବିନ୍ଦ ପାଢ଼ୀ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଓ ଅର୍ଥନୀତିରେ ହସ୍ତତନ୍ତ ବୁଣାକାରଙ୍କ ପ୍ରମୁଖ ଯୋଗଦାନ ରହିଛି ବୋଲି ପ୍ରକାଶ କରିଛନ୍ତି। ଏଥିସହ ସେ ଓଡ଼ିଶାର ସମୃଦ୍ଧ ପରମ୍ପରା ତଥା ଭାରତୀୟ ବୟନଶିଳ୍ପରେ ହସ୍ତତନ୍ତ ବୁଣାକାରଙ୍କ ବ୍ୟାପକ ଅବଦାନ ଉପରେ ଆଲୋକପାତ କରିଥିଲେ। ଆର୍ଥିକ ସହାୟତା, ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଏବଂ ବାଣିଜ୍ୟ ସହାୟତା ସମେତ ବିଭିନ୍ନ ପଦକ୍ଷେପ ମାଧ୍ୟମରେ ହସ୍ତତନ୍ତ କ୍ଷେତ୍ରକୁ ସମର୍ଥନ ତଥା ପ୍ରୋତ୍ସାହନ କରିବା ଦିଗରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଉପରେ ଡ. ପାଢ଼ୀ ମଧ୍ୟ ଆଲୋକପାତ କରିଥିଲେ।

ଆମର ପୁରୁଣା ବୟନ ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଦେବା ଏବଂ ବୁଣାକାର ମାନଙ୍କୁ ସମର୍ଥନ କରିବା ଦିଗରେ ପ୍ରତେ୍ୟକ ନାଗରିକଙ୍କ ପାଇଁ ଦଶମ ଜାତୀୟ ହସ୍ତତନ୍ତ ଦିବସ ପାଳନ ଏକ ବହୁମୂଲ୍ୟ ଅବସର। 1905 ମସିହାରେ ଏହି ଦିନ କଲିକତା ଟାଉନହଲ୍‌‍ରେ ଏକ ବିଶାଳ ସଭାରେ ସ୍ଵଦେଶୀ ଆନ୍ଦୋଳନ ଆନୁଷ୍ଠାନିକ ଭାବରେ ଆରମ୍ଭ କରାଯାଇଥିଲା। ଏହି ଆନ୍ଦୋଳନର ଶୁଭ ତିଥି 7 ଅଗଷ୍ଟକୁ ସ୍ମରଣ କରିବା ପାଇଁ ଏହି ଦିନଟିକୁ ସାରା ଦେଶରେ ଜାତୀୟ ହସ୍ତତନ୍ତ୍ର ଦିବସ ଭାବରେ ପାଳନ କରାଯାଉଛି । ହସ୍ତତନ୍ତର ଗୁରୁତ୍ଵ ଓ ଦେଶ ବିଦେଶରେ ସାମାଜିକ ତଥା ଅର୍ଥନୈତିକ ବିକାଶରେ ଏହାର ଅବଦାନ ଉପରେ ସଚେତନତାସୃଷ୍ଟି କରିବା ହେଉଛି ଏହି ଦିବସ ପାଳନର ପ୍ରମୁଖ ଉଦ୍ଦେଶ୍ୟ।
ସାଂସ୍କୃତିକ ଐତିହ୍ୟ ସମୃଦ୍ଧ ଓଡ଼ିଶାଏହାର ସୂକ୍ଷ୍ମ ହସ୍ତତନ୍ତ ପରମ୍ପରା ପାଇଁ ପ୍ରସିଦ୍ଧ । ରାଜ୍ୟର ହସ୍ତତନ୍ତ ଶିଳ୍ପ ଏହାର ବୁଣାକାର ମାନଙ୍କ ଦକ୍ଷତା ଓ ସୃଜନଶୀଳତାର ପ୍ରମାଣ। ବୁଣାକାରମାନେ ନିଜ କଳାକୁ ଯୁଗ ଯୁଗ ଧରି ସଂରକ୍ଷଣ କରିରଖିଛନ୍ତି। ସମ୍ୱଲପୁରୀ, ଟସର, ବମକାଇ, ମାଣିଆବନ୍ଧ ଓ ବ୍ରହ୍ମପୁରୀ ଶାଢ଼ି ପରି ଓଡ଼ିଶାର ହସ୍ତତନ୍ତ ଉତ୍ପାଦ ସାରା ବିଶ୍ଵରେ ନିଆରା ଡିଜାଇନ୍‌ ‍ଏବଂ ସୂକ୍ଷ୍ମ କାରୁକାର୍ଯ୍ୟ ପାଇଁ ପ୍ରସିଦ୍ଧି ଅର୍ଜନ କରିଛି। ଏହି ବସ୍ତ୍ର କେବଳ କପଡ଼ାର ଏକଖଣ୍ଡ ନୁହେଁ ବରଂ ଆମ ଓଡ଼ିଶାର ପ୍ରତିଟି ଅଞ୍ଚଳର ଇତିହାସ, ସଂସ୍କୃତିଏବଂ ପରମ୍ପରା ଆଧାରିତ କାହାଣୀର ରୂପାନ୍ତରଣ ।

ଏପରି ସମାବେଶ ନିଶ୍ଚିତ ଭାବରେ ଆମ ରାଜ୍ୟର ବୁଣାକରମାନଙ୍କୁ ସେମାନଙ୍କର ଉତ୍ତମ ବୃତ୍ତି ବଜାୟ ରଖିବାକୁ ଏବଂ ଯୁବପିଢ଼ିକୁ ଏଥିପ୍ରତି ଆକୃଷ୍ଟ କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି ଅତିଥିମାନେ ମତ ପ୍ରଦାନ କରିଥିଲେ। ଏହି ଅବସରରେ ଚାରିଜଣ ବିଶିଷ୍ଟ ବୁଣାକାର ଭାଇ ଓ ଭଉଣୀଙ୍କୁ ହସ୍ତତନ୍ତ କ୍ଷେତ୍ରରେ ସଫଳ ଯୋଗଦାନ ପାଇଁ ଉତ୍ସାହିତ କରାଯାଇଥିଲା। ଖୋର୍ଦ୍ଧା ଜିଲ୍ଲାର ଧଳାପରଦା କପଡ଼ା ଓ ଫାବ୍ରିକ୍ସ କାମ ପାଇଁ ଶ୍ରୀସୁରେଶ କୁମାର ରାଉତଙ୍କୁ, ମୟୁରଭଞ୍ଜ ଜିଲ୍ଲାର ଫୁଟାଶାଢ଼ି/ ଗାମୁଛାରେ ପାରଦର୍ଶିତା ପାଇଁ ଶ୍ରୀ ଶମ୍ଭୁନାଥ ସେନାପତି, କେରାପୁଟ ଜିଲ୍ଲାର କେରଙ୍ଗାକପଡ଼ାରେ ବିବିଧ କାରିଗରୀ ପାଇଁ ଶ୍ରୀମତୀ ଭାଗବତୀ ସିସା, ଓ କଳାହାଣ୍ଡି ଜିଲ୍ଲାର ହାବାସପୁରି ହସ୍ତତନ୍ତ ଉତ୍ପାଦ ପାଇଁ ଶ୍ରୀ ଜଲନ୍ଦର ମେହେରଙ୍କୁ ସମ୍ମାନିତ କରାଯାଇଥିଲା। ଏହି ବୁଣାକାରମାନଙ୍କ ମଧ୍ୟରୁ ପ୍ରତେ୍ୟକ ନିଜ ନିଜ ଅଞ୍ଚଳର ସମୃଦ୍ଧ ଐତିହ୍ୟ ଓ ବୟନ ଦକ୍ଷତାକୁ ପ୍ରତିଫଳିତ କରି ହସ୍ତତନ୍ତ ଶିଳ୍ପ ଉପରେ ମହତ୍ତ୍ୱପୂର୍ଣ୍ଣ ପ୍ରଭାବ ଆଣିପାରିଛନ୍ତି।

Previous Post

ଆସନ୍ତାକାଲି ରାଜ୍ଯ କ୍ୟାବିନେଟ ବୈଠକ, ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିବ ମୋହର

Next Post

ଅଧିକ ଓଜନ ହେତୁ ଅଯୋଗ୍ୟା ହେଲେ ଭିନେଶ ଫୋଗଟ

FNN WEB

FNN WEB

Next Post
ଅଧିକ ଓଜନ ହେତୁ ଅଯୋଗ୍ୟା ହେଲେ ଭିନେଶ ଫୋଗଟ

ଅଧିକ ଓଜନ ହେତୁ ଅଯୋଗ୍ୟା ହେଲେ ଭିନେଶ ଫୋଗଟ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

March 5, 2026
ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

March 5, 2026
ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

March 5, 2026
ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

March 5, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

March 5, 2026
ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

March 5, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.