• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଖେଳକୁଦ

ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କଲା ଭାରତୀୟ ହକି ଦଳ

FNN WEB by FNN WEB
August 8, 2024
in ଖେଳକୁଦ, ଜାତୀୟ, ମୁଖ୍ୟ ଖବର
0
ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କଲା ଭାରତୀୟ ହକି ଦଳ
0
SHARES
0
VIEWS

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଇତିହାସକୁ ଦୋହରାଇଛି ଭାରତୀୟ ହକି ଟିମ। ଦୀର୍ଘ ୫୨ ବର୍ଷ ପରେ ଭାରତ କ୍ରମାଗତ ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସରେ ପଦକ ଜିତିବାକୁ ସକ୍ଷମ ହୋଇଛି। ୧୯୬୮ ଓ ୧୯୭୨ ପରେ ଭାରତ ବ୍ରୋଞ୍ଜ ଜିତିଥିଲା। ଏବେ ଟୋକିଓ(୨୦୨୦) ଓ ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଟିମ ବ୍ରୋଞ୍ଜ ପଦକ ଜିତି ଇତିହାସକୁ ଦୋହରାଇଛି। ଆଜି ବ୍ରୋଞ୍ଜ ପଦକ ମ୍ୟାଚ୍‌ରେ ଭାରତୀୟ ହକି ଟିମ ସ୍ପେନକୁ ରୋମାଞ୍ଚକର ଢଙ୍ଗରେ ୨-୧ରେ ହରାଇ ନିଜର ଦମ ଦେଖାଇଛି। ଭାରତ ପକ୍ଷରୁ ଦୁଇଟି ଯାକ ଗୋଲ ଅଧିନାୟକ ହରମନପ୍ରୀତ ସିଂହ ଦେଇଛନ୍ତି। ସ୍ପେନ ଆଜିର ମ୍ୟାଚ୍‌ରେ ଆଗୁଆ ରହିଥିଲେ ହେଁ ଶେଷରେ ବିନା ପଦକରେ ପ୍ୟାରିସରୁ ବିଦାୟ ନେଇଛି।

ଭାରତ ଏହି ବିଜୟ ସହ ଭେଟରାନ ଗୋଲକିପର ପିଆର ଶ୍ରୀଜେଶଙ୍କୁ ବିଦାୟ ଜଣାଇଛି। ପିଆର ଶ୍ରୀଜେଶ ଅଲିମ୍ପିକ୍ସ ପରେ ବିଦାୟ ନେବେ ବୋଲି ଘୋଷଣା କରିଥିଲେ। ଏବେ ସେ ଅଲିମ୍ପିକ୍ସ ପଦକ ସହ ନିଜର ପ୍ରିୟ ଖେଳ ହକିକୁ ଅଲବିଦା କହିଛନ୍ତି। ଟୋକିଓରେ ମଧ୍ୟ ପିଆର ଶ୍ରୀଜେଶ ଭାରତର ଗୋଲକିପର ରହିଥିଲେ। ଏହି ସମୟରେ ଭାରତ ଜର୍ମାନୀକୁ ହରାଇ ବ୍ରୋଞ୍ଜ ଜିତିଥିଲା। ଏବେ ଶ୍ରୀଜେଶଙ୍କ ଶେଷ ଅଲିମ୍ପିକ୍ସରେ ମଧ୍ୟ ଭାରତ ବ୍ରୋଞ୍ଜ ଜିତିଛି। ଟୋକିଓ ଭଳି ଆଜି ବ୍ରୋଞ୍ଜ ଜିତିବା ପରେ ମଧ୍ୟ ପିଆର ଶ୍ରୀଜେଶ ଗୋଲପୋଷ୍ଟ ଉପରେ ବସି ସେଲିବ୍ରେସନ କରିଛନ୍ତି। ତାଙ୍କୁ ଅଧିନାୟକ ହରମନପ୍ରୀତ ମଧ୍ୟ କାନ୍ଧରେ ବସାଇ ବୁଲାଇଛନ୍ତି।

ଭାରତୀୟ ହକି ସହ ଶ୍ରୀଜେଶ ଦୀର୍ଘ ୧୮ ବର୍ଷ ହେଲା ରହି ଆସିଥିଲେ। ସେ ଇତି ମଧ୍ୟରେ ୩୩୫ଟି ମ୍ୟାଚ ଖେଳିଥିବା ବେଳେ ଅସଂଖ୍ୟ ଗୋଲ ସେଭ କରିଛନ୍ତି। ଭାରତୀୟ ଟିମର ଦ ୱାଲ ଭାବେ ପରିଚିତ ଶ୍ରୀଜେଶ ୨ଟି ଅଲିମ୍ପିକ୍ସ ପଦକ ମଧ୍ୟ ଜିତିବାକୁ ସକ୍ଷମ ହୋଇଛନ୍ତି। ଆଜିର ମ୍ୟାଚ୍‌ ବେଶ ସଂଘର୍ଷପୂର୍ଣ୍ଣ ଥିଲା। ପ୍ରଥମ କ୍ୱାର୍ଟରରେ ଉଭୟ ଦଳର ଶକ୍ତି ଓ ରଣନୀତିକୁ ତଉଲାଇଥିଲେ। ପରସ୍ପରକୁ ଉପରେ ଦେଖି ଚାହିଁ ଆକ୍ରମଣ କରିଥିଲେ। ଭାରତ ପାଖରେ ଅଧିକାଂଶ ସମୟ ବଲ ରହିଥିଲା। କିନ୍ତୁ ଏହି କ୍ୱାର୍ଟରରେ କେହି କାହାକୁ ଗୋଲ ଦେଇ ପାରି ନଥିଲେ। ଦ୍ୱିତୀୟ କ୍ୱାର୍ଟରରେ ଭାରତ ଆକ୍ରମଣ କରିଥିଲେ ହେଁ ୧୮ତମ ମିନିଟରେ ତ୍ରୁଟି କରିଥିଲେ। ଡି’ ଭିତରେ ମନଦୀପ ସିଂହ ଫାଉଲ କରିବାରୁ ସ୍ପେନକୁ ପେନାଲ୍ଟି ଷ୍ଟ୍ରୋକ ମିଳିଥିଲା।

ଏହାକୁ ମାର୍କ ମିରାଲ୍ଲେସ ଗୋଲରେ ପରିଣତ ସ୍ପେନକୁ ୧-୦ ଆଗୁଆ କରିଦେଇଥିଲେ। ଭାରତ ସ୍ଥିତି ବରବାର କରିବାକୁ ଚେଷ୍ଟା କରିଥିଲେ ହେଁ ଦ୍ୱିତୀୟ କ୍ୱାର୍ଟରର ଶେଷ ମିନିଟ ଯାଏ ସଫଳତା ମିଳି ନଥିଲା। କିନ୍ତୁ ଦ୍ୱିତୀୟ କ୍ୱାର୍ଟର ସରିବାକୁ ଆଉ କିଛି ସେକେଣ୍ଡ ଥିବା ବେଳେ ଭାରତକୁ ମିଳିଥିଲା ପେନାଲ୍ଟି କର୍ଣ୍ଣର। ଏହାକୁ ଅଧିନାୟକ ହରମନପ୍ରୀତ ସିଂହ ଗୋଲରେ ପରିଣତ କରି ହାଫ ଟାଇମ ପୂର୍ବରୁ ସ୍ଥିତି ୧-୧ କରି ଦେଇଥିଲେ।

ତୃତୀୟ କ୍ୱାର୍ଟର ଆରମ୍ଭରୁ ଭାରତକୁ ଆଉ ଏକ ପିସି ମିଳି ଥିଲା। ୩୩ତମ ମିନିଟରେ ହରମନପ୍ରୀତ ଉକ୍ତ ପିସିକୁ ଗୋଲରେ ପରିଣତ କରି ଭାରତକୁ ୨-୧ରେ ଆଗୁଆ କରି ଦେଇଥିଲା। କିଛି ସମୟ ପରେ ହରମନକୁ ହ୍ୟାଟ୍ରିକ ଗୋଲ କରିବାର ସୁଯୋଗ ମିଳିଥିଲା। କିନ୍ତୁ ହରମନପ୍ରୀତ ସିଂହ ଏକାଧିକ ପିସିକୁ ହାତଛଡ଼ା କରିଥିଲେ। ତୃତୀୟ କ୍ୱାର୍ଟର ସୁଦ୍ଧା ସ୍ଥିତି ଭାରତ ସପକ୍ଷରେ ୨-୧ରେ ରହିଥିଲା। ୪ର୍ଥ କ୍ୱାର୍ଟରରେ ଭାରତ ଉପରେ ସ୍ପେନ ଘନଘନ ଆକ୍ରମଣ କରିଥିଲା। ଭାରତ ଅଧିକ ଡିଫେନ୍ସ କରିବାକୁ ଚେଷ୍ଟା କରିଥିଲା। ମ୍ୟାଚ୍‌ ସରିବାକୁ ୩ ମିନିଟ ବାକି ଥିବା ବେଳେ ସ୍ପେନ ତା’ର ଗୋଲକିପରଙ୍କୁ ହଟାଇ ଦେଇଥିଲା। ଏଥିସହ ଆକ୍ରମଣକୁ ଆହୁରି ଜୋରଦାର କରିଥିଲା।

ହେଲେ ଭାରତୀୟ ଡିଫେନ୍ସ ଏହାକୁ ଅଟାଇକାଇବାକୁ ସକ୍ଷମ ହୋଇଥିଲା। ମ୍ୟାଚ୍‌ ସରିବାକୁ ୧ ମିନିଟ ୨୪ ସେକେଣ୍ଡ ଥିବା ବେଳେ ସ୍ପେନକୁ ପିସି ମିଳିଥିଲା। ପ୍ରଥମ ପ୍ରୟାସକୁ ଅମିତ ରୋହିଦାସ ଅଟକାଇ ଦେଇଥିଲେ। ତଥାପି ସ୍ପେନକୁ ପୁଣି ପିସି ମିଳିଥିଲା। ଏହାକୁ ପିଆର ଶ୍ରୀଜେଶ ଅଟକାଇଥିଲେ ହେଁ ସ୍ପେନ ରିଭ୍ୟୁ ନେଇଥିଲା। ହେଲେ ରିଭ୍ୟୁ ନାଖଜ ହୋଇଯାଇଥିଲା। ମ୍ୟାଚ ସରିବାକୁ ୪୪ ସେକେଣ୍ଡ ଥିବା ବେଳେ ସ୍ପେନକୁ ପୁଣି ଗୋଟିଏ ପିସି ମିଳିଥିଲା। ହେଲେ ଏହାକୁ ଅମିତ ଓ ଶ୍ରୀଜେଶ ଅଟକାଇ ଦେଇଥିଲା। ଏଥିସହ ଭାରତ ମଧ୍ୟ ବ୍ରୋଞ୍ଜ ପଦକ ହାତେଇବାକୁ ସକ୍ଷମ ହୋଇଥିଲା।

Previous Post

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆମେରିକୀୟ କନସୁଲ ଜେନେରାଲ

Next Post

ଭାରତୀୟ ଟିମ୍‌କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

FNN WEB

FNN WEB

Next Post
ଭାରତୀୟ ଟିମ୍‌କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

ଭାରତୀୟ ଟିମ୍‌କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

March 5, 2026
ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

March 5, 2026
ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

March 5, 2026
ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

March 5, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

March 5, 2026
ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

March 5, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.