ନୂଆଦିଲ୍ଲୀ/ଭୁବନେଶ୍ବର: ଭାରତୀୟ ପୁରୁଷ ହକି ଦଳ ପ୍ୟାରିସ୍ ଅଲିମ୍ପିକ୍ସ-୨୦୨୪ରେ କାଂସ୍ୟ ପଦକ ଜିତିଛନ୍ତି। ଭାରତୀୟ ଟିମ୍ ସ୍ପେନ୍କୁ ୨-୧ ଗୋଲରେ ପରାସ୍ତ କରି ଇତିହାସ ରଚିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଲେଖିଛନ୍ତି, ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ଉଜ୍ଜ୍ୱଳ ଆଲୋକିତ କରି ଘରକୁ ବ୍ରୋଞ୍ଜ ପଦକ ଆଣିଛି। ଏହା ଆହୁରି ବିଶେଷ। କାରଣ ଅଲିମ୍ପିକ୍ସରେ ଭାରତର ଏହା କ୍ରମାଗତ ଦ୍ୱିତୀୟ ପଦକ। ହକି ଇଣ୍ଡିଆର ଖେଳାଳିମାନଙ୍କର ସଫଳତା ହେଉଛି ଦକ୍ଷତା, ଦୃଢ଼ତା ଏବଂ ଦଳୀୟ ଏକତା। ସେମାନେ ଲଢୁଆ ମନୋଭାବ ନେଇ ଖେଳିଥିଲେ। ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଉଛି। ପ୍ରତ୍ୟେକ ଭାରତୀୟଙ୍କର ହକି ସହିତ ଏକ ଭାବପ୍ରବଣତା ରହିଛି ଏବଂ ଏହି ସଫଳତା ଆମ ଦେଶର ଯୁବକମାନଙ୍କ ମଧ୍ୟରେ ଖେଳକୁ ଅଧିକ ପ୍ରେରଣା ଦେବ।
ମୋହନ ମାଝୀ ଲେଖିଛନ୍ତି, ଅଲିମ୍ପିକ୍ସ ପୁରୁଷ ହକିରେ ସ୍ପେନକୁ ୨-୧ ଗୋଲରେ ପରାସ୍ତ କରି ବ୍ରୋଞ୍ଜ ପଦକ ହାସଲ କରିଥିବାରୁ ଭାରତୀୟ ହକି ଦଳକୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଏହି ବିଜୟ କୋଟି କୋଟି ଭାରତୀୟଙ୍କ ପାଇଁ ଗର୍ବ ଏବଂ ଗୌରବର ବିଷୟ।