• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ବାଂଲାଦେଶ ଅସ୍ଥିରତାରେ ଅସୁରକ୍ଷିତ ଉପକୂଳ ଓଡିଶା

FNN WEB by FNN WEB
August 9, 2024
in ଓଡ଼ିଶା, ମୁଖ୍ୟ ଖବର
0
ବାଂଲାଦେଶ ଅସ୍ଥିରତାରେ ଅସୁରକ୍ଷିତ ଉପକୂଳ ଓଡିଶା
0
SHARES
2
VIEWS

ତଟ ମୁକୁଳା, ଯାଞ୍ଚ ପାଇଁ ପ୍ରୟାସ ନାହିଁ
ମେରାଇନ୍ ପୋଲିସ ପାଟ୍ରୋଲିଂ ବୋଟ୍ ଶୁଖିଲାରେ ରହିଛି


ପାରାଦୀପ: ସଂପ୍ରତି ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଲାଗି ରହିଛି।ଏପରି କାରଣ ଯୋଗୁଁ ଅଧିକାଂଶ ବାଂଲାଦେଶୀ ନାଗରିକ ଭାରତ ମୁହାଁ ହେଲେଣି।ଭାରତ ବାଂଲାଦେଶର ୧୩୩୩.୦୫ କିମି ସୀମାକୁ ସରକାର ସିଲ୍ କରିଛନ୍ତି ବୋଲି ଘୋଷଣା କରିଛନ୍ତି।ଏହା ସତ୍ତ୍ୱେ ବାଂଲାଦେଶୀ ନାଗରିକ ଉପକୂଳ ସୀମା ଦେଇ ଓଡିଶା ଓ ପଶ୍ଚିମବଙ୍ଗ ରାଜ୍ୟରେ ପ୍ରବେଶ କରିବାର ସମ୍ଭାବନା ରହିଛି।ପୂର୍ବରୁ ଏମିତି ଅନେକ ଥର ଘଟିଛି।ଯେଉଁଥିପାଇଁ ଉପକୂଳ ଓଡିଶାରେ ବାଂଲାଦେଶୀ ନାଗରିକ ମାନେ ଅବାଧରେ ସେମାନଙ୍କ କାୟା ବିସ୍ତାର କରି ସାରିଲେଣି।ପରବର୍ତ୍ତୀ ସମୟରେ ସରକାରୀ କଳର ଗଳିବାଟ ଦେଇ ନିଜକୁ ଭାରତୀୟ ବୋଲି ଯାବତୀୟ ପ୍ରମାଣ ପତ୍ର ହାସଲ କରିଛନ୍ତି।ଦିନକୁ ଦିନ ବାଂଲାଦେଶୀ ନାଗରିକ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।ସରକାର ବଦଳୁଛନ୍ତି।କିନ୍ତୁ ବାଂଲାଦେଶୀ ନାଗରିକଙ୍କୁ ଚିହ୍ନଟ କରି ବିତାଡନ କରିବା ପାଇଁ ଏପର୍ଯ୍ୟନ୍ତ ସଫଳ ହୋଇ ନାହାଁନ୍ତି।ଏପରିକି ଯେତେବେଳେ ଏହି ପ୍ରସଙ୍ଗ ରାଜନୈତିକ ଆଲୋଚନା ହୁଏ ସେତେବେଳେ ସରକାର ବୟାନ ଦେବା, ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିବା ଭଳି ଘଟଣା ହୋଇଛି।କିନ୍ତୁ କେବେ କାର୍ଯ୍ୟକାରୀ ହେବାର ଦୃଷ୍ଟାନ୍ତ ନାହିଁ।ଅପରପକ୍ଷେ ସରକାର ବାଂଲାଦେଶୀ ଅନୁପ୍ରବେଶକୁ ରୋକିବା ଏବଂ ଉପକୂଳରେ ଅପରାଧିକ ଘଟଣା ନିୟନ୍ତ୍ରଣ ପାଇଁ କରାଯାଇଛି ମେରାଇନ୍ ପୋଲିସ ବ୍ୟବସ୍ଥା।୨୦୦୯ ମାର୍ଚ୍ଚ ମାସରୁ ମେରାଇନ୍ ଥାନା ହୋଇଥିଲେ ହେଁ ଏପର୍ଯ୍ୟନ୍ତ ତାହା କେବଳ ଓଡିଶା ପୋଲିସ ସେବା ଭଳି କାର୍ଯ୍ୟ କରୁଛି।ମେରାଇନ୍ ପୋଲିସ ପାଇଁ ଆବଶ୍ୟକ ଭିତ୍ତିଭୂମି, ସାମୁଦ୍ରିକ ପାଟ୍ରୋଲିଂ କଲାଭଳି କର୍ମଚାରୀ, ପାଟ୍ରୋଲିଂ ବୋଟ୍, ବୋଟ୍ ରହିବା ପାଇଁ ବର୍ଥ ଆଦି ସଂଶାଧନ ହୋଇନାହିଁ।କେବଳ ବର୍ଷକୁ ଦୁଇଥର ଉପକୂଳ ସମରାଭ୍ୟାସ କରି କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତଥ୍ୟ ମୁତାବକ ୧୯୫୦ମସିହାରେ ତତ୍କାଳୀନ ଉତ୍ତର ପାକିସ୍ତାନର ୧୨୫୦ ବଙ୍ଗଭାଷୀ ମୁସଲମାନ ଲୋକଙ୍କୁ ଶରଣାର୍ଥୀ ଭାବେ ଓଡ଼ିଶାର ଦଣ୍ଡକାରଣ୍ୟରେ ଥଇଥାନ କରାଯାଇଥିଲା।ସେହି ସଂଖ୍ୟା ବୃଦ୍ଧି ପାଇ୧୯୯୯ମସିହା ସୁଦ୍ଧା୧ ଲକ୍ଷ ୪୩ ହଜାର ୫୨୫ରେ ପହଞ୍ଚି ଥିଲା।ଉପକୂଳ ଓଡିଶାର କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାର ସମୁଦ୍ର କୂଳ ପାଖ ଅଞ୍ଚଳରେ ସେମାନଙ୍କ ବସତି ବଢିଥିଲା।୧୯୯୯ପରେ ଆଉ ବାଂଲାଦେଶୀ ନାଗରିକ ଗଣନା ସମ୍ପର୍କରେ ଆଉ ଅଲଗା ତଥ୍ୟ ହୋଇନାହିଁ।୧୯୭୧ ମସିହାରେ ପାକିସ୍ତାନ ଠାରୁ ବାଂଲାଦେଶ ଅଲଗା ହୋଇଥିଲା।ସେହି ଆଧାରରେ ଭାରତ ସରକାର ଘୋଷଣା କରିଥିଲେ ୧୯୭୧ ମାର୍ଚ୍ଚ ୨୫ ତାରିଖ ପରେ ଯେଉଁ ବଙ୍ଗଭାଷୀ ଲୋକ ଭାରତରେ ଆଶ୍ରୟ ନେଇଛନ୍ତି ସେମାନଙ୍କୁ ବାଂଲାଦେଶୀ ଅନୁପ୍ରବେଶକାରୀ କୁହାଯିବ।ଏହି ଘୋଷଣା ପରେ ବାଂଲାଦେଶୀଙ୍କୁ ଚିହ୍ନଟ କରିବା ଘଟଣା ପ୍ରାୟତଃ ରାଜନୈତିକ ଇସ୍ୟୁ ହୋଇଛି।ଏହିଭଳି ଘଟଣାକୁ ନେଇ ରାଜ୍ୟ ବିଧାନସଭାରେ ଜଣେ ବିଧାୟକ ପ୍ରଶ୍ନ କରିଥିଲେ।୨୦୧୫ ମାର୍ଚ୍ଚ ୩୦ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଓଡିଶାରେ ୩୯୯୭ବାଂଲାଦେଶୀ ନାଗରିକ ରହିଛନ୍ତି।କେନ୍ଦ୍ରାପଡା ୧୬୪୯,ଜଗତସିଂହପୁର ୧୧୧୨,ମାଲକାନାଗିରୀ ୬୬୫,ଭଦ୍ରକ ୩୧୩,ବାଲେଶ୍ଵର ୧୫୦,ନବରଙ୍ଗପୁର ୧୦୬,ଓ ବରଗଡ଼୨।ଜଗତସିଂହପୁର ୫୮ କିମି ସମୁଦ୍ର ସୀମା ମଧ୍ୟରେ ଜଗତସିଂହପୁର ୬୪,କୁଜଙ୍ଗ ୨୧୩,ବାଲିକୁଦା ୧୧୫,ଏରସମା ୪୨୩ ଓ ପାରାଦୀପ ୨୯୭।ସରକାର ଘୋଷଣା କଲେ ଅଥଚ ବିତାଡନ ବ୍ୟବସ୍ଥା କରିନାହାଁନ୍ତି।ଯଦ୍ବାରା ସେମାନେ ନିଜର ବନ୍ଧୁ ପରିଜନ ଆଳରେ ତାଙ୍କ ସଂଖ୍ୟା ବୃଦ୍ଧି କରିବାରେ ଲାଗିଛନ୍ତି।ଜଙ୍ଗଲ ଜମି, ନଦୀ ପାଖ ଜାଗା, ଯୋର ଅନାବାଦୀ, ଚିଙ୍ଗୁଡ଼ି ଘେରି, କରି ସରକାରୀ ଜାଗା ଦଖଲ କରି ଗଲେଣି।

୨୬-୧୧-୨୦୦୮ରେ ଉପକୂଳ ସୀମା ଦେଇ ପାକିସ୍ତାନ ଆତଙ୍କବାଦୀ ମାନେ ବମ୍ବେ ଆକ୍ରମଣ କରିଥିଲେ।ତା ପରଠାରୁ ସୁରକ୍ଷା ସଂସ୍ଥା ମଧ୍ୟରେ ସମନ୍ୱୟ ରଖିବା ପାଇଁ ଉପକୂଳ ସମରାଭ୍ୟାସ କରାଯାଉଛି।ଉପକୂଳ ଜଗିବା ପାଇଁ ଓଡ଼ିଶାର ୪୮୨ କିମି ସମୁଦ୍ର ସୀମାରେ ୧୮ ସାମୁଦ୍ରିକ ଥାନା କରିବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିଲେ।୨୦୦୯ ମାର୍ଚ୍ଚ ମାସରେ ପ୍ରଥମ ସାମୁଦ୍ରିକ ଥାନା ପାରାଦୀପ ନେହେରୁବଙ୍ଗଳା ଠାରେ ହୋଇଥିଲା।ପରେ ଅନ୍ୟ ଜିଲ୍ଲାରେ ହୋଇଥିଲା।ଶେଷ ୧୮ ତମ ଜଟାଧାରମୁହାଣ ସାମୁଦ୍ରିକ ଥାନା ମଧ୍ୟ ପାରାଦୀପରେ ୨୦୧୮ ରେ ହୋଇଛି।ଜଟାଧାରମୁହାଣ ସାମୁଦ୍ରିକ ଥାନା ପାଇଁ ମୂଳ ଜାଗା ଏରସମା ବ୍ଲକ ନୂଆଗାଁ ପଞ୍ଚାୟତ ନୋଳିଆସାହି ଠାରେ ଚିହ୍ନଟ କରାଯାଇଛି ଏବଂ ସେଠାରେ ଥାନା ନିର୍ମାଣ ସରିଛି।କିନ୍ତୁ ଏପର୍ଯ୍ୟନ୍ତ ସେଠାରେ ଥାନା କାର୍ଯ୍ୟ ହୋଇନାହିଁ।ବର୍ତ୍ତମାନ ଉକ୍ତ ଥାନା ପାରାଦୀପ ନୂଆବଜାର ଗୋପବନ୍ଧୁ ଷ୍ଟାଡିୟମ ରାସ୍ତାର ବନ୍ଦର କ୍ବାର୍ଟରରେ ଚାଲିଛି।ଉକ୍ତ ଥାନାର ପାଟ୍ରୋଲିଂ ବୋଟ୍ କିମ୍ବା ସମୁଦ୍ରରେ ପହଁରିବା ଭଳି ସାମର୍ଥ୍ୟ କର୍ମଚାରୀ ନାହାଁନ୍ତି।ସେହିପରି ୨୦୦୯ରୁ ନେହେରୁବଙ୍ଗଳା ସାମୁଦ୍ରିକ ଥାନା ହୋଇଥିଲେ ହେଁ ସେଠାରେ ମଧ୍ୟ ପୂର୍ଣ୍ଣାଙ୍ଗ ଭିତ୍ତିଭୂମି ନାହିଁ।ଗୋଟିଏ ସାମୁଦ୍ରିକ ଥାନା ପାଇଁ ଜଣେ ଇନସ୍ପେକ୍ଟର,୧୨ ଏସ ଆଇ,୧୬ ଏଏସଆଇ, ଙ୍କ ସମେତ ୮୨ ଜଣ କର୍ମଚାରୀ ଆବଶ୍ୟକ।ସେଥିରେ ପ୍ରମୁଖ କର୍ମଚାରୀ ହେଲେ ପାଟ୍ରୋଲିଂ ପାଇଁ ଅଭିଜ୍ଞ ଅବସରପ୍ରାପ୍ତ ନୌସେନା କିମ୍ବା କୋଷ୍ଟଗାର୍ଡ କର୍ମଚାରୀ।ସେପରି କର୍ମଚାରୀ ଓ ଭିତ୍ତିଭୂମି ଥିଲା ଭଳି ସାମୁଦ୍ରିକ ଥାନା ଓଡିଶାରେ ନାହିଁ ବୋଲି ଜନୈକ ପୋଲିସ ଅଫିସର କୁହନ୍ତି।ଏବେ ଯେଉଁ ଦୁଇଟି ପାଟ୍ରୋଲିଂ ବୋଟ୍ ପାଣିରେ ଭାସମାନ ଅବସ୍ଥାରେ ଅଛି ତାହା କାମରେ ଲାଗୁନାହିଁ।ମହାନଦୀ ମୁହାଣ ପାଖକୁ ଯିବାର କ୍ଷମତା ନାହିଁ।କେବଳ ବଡ଼ ବଡ଼ ଅଫିସର କିମ୍ବା ଅନ୍ୟ ଅତିଥି ମାନଙ୍କୁ ମାଛଧରାବନ୍ଦର ପୋତାଶ୍ରୟ ମଧ୍ୟରେ ଭ୍ରମଣ ବେଳେ କାମରେ ଲାଗୁଛି।ଏପରି ସ୍ଥିତିରେ ବାଂଲାଦେଶୀ ଅନୁପ୍ରବେଶକାରୀ ଙ୍କୁ ରୋକିବା ବଡ଼ ଆହ୍ୱାନ ପାଲଟିଛି
Previous Post

ବିଜୁ ଜନତା ଦଳ ସମନ୍ୱୟ ଓ କାର୍ଯ୍ୟନୟନ କମିଟିର ପ୍ରଥମ ବୈଠକ

Next Post

ଶଙ୍ଖ ଭବନରେ ବିଶ୍ୱ ଜନଜାତି ଦିବସ ପାଳିତ

FNN WEB

FNN WEB

Next Post
ଶଙ୍ଖ ଭବନରେ ବିଶ୍ୱ ଜନଜାତି ଦିବସ ପାଳିତ

ଶଙ୍ଖ ଭବନରେ ବିଶ୍ୱ ଜନଜାତି ଦିବସ ପାଳିତ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.