• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଆରମ୍ଭ ହେଲା ନୂଆ ବିଧାୟକଙ୍କ ପାଠଶାଳା

FNN WEB by FNN WEB
August 17, 2024
in ଓଡ଼ିଶା, ମୁଖ୍ୟ ଖବର
0
ଆରମ୍ଭ ହେଲା ନୂଆ ବିଧାୟକଙ୍କ ପାଠଶାଳା
0
SHARES
5
VIEWS

ଗୃହର ଗରିମା ହାନି ଅଭିଯୋଗରେ ବିଜେଡି ଓ କଂଗ୍ରେସର ବୟକଟ

ଭୁବନେଶ୍ବର: ଗୃହରେ ହଙ୍ଗାମା କମ୍ କର, ଶୃଙ୍ଖଳା ଅଧିକ ରଖ । ନୂଆ ବିଧାୟକମାନଙ୍କୁ କିରନ ରିଜିଜୁଙ୍କ ଟିପ୍ସ । ବିଧାନସଭାରେ ଦୁଇ ଦିନିଆ ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ ରିଜିଜୁ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ପ୍ରଥମେ ନୂଆ ବିଧାୟକମାନଙ୍କୁ ଅଭିଜ୍ଞତା ବାଣ୍ଟିଥିଲେ କେନ୍ଦ୍ରମନ୍ତ୍ରୀ । କେମିତି ଶ୍ରେଷ୍ଠ ବିଧାୟକ ବନିବେ ସେ ନେଇ ଦେଇଥିଲେ ମନ୍ତ୍ର । ପରାମର୍ଶ ଦେଇଥିଲେ, ଜୀବନ ସାରା ଶିଖିବାର ଆବଶ୍ୟକ ଅଛି, ତେଣୁ ବିଧାନସଭାରେ ଅଯଥା ହଙ୍ଗାମା ନକରି ଶୃଙ୍ଖଳା ରଖ। ସବୁଦିନ ଗୃହରେ ଉପସ୍ଥିତ ରୁହ। ଗବେଷଣା ଏବଂ କଠିନ ପରିଶ୍ରମ ହିଁ ସଫଳତା ଦେବ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ।

ପରେ ସରପଞ୍ଚରୁ ମୁଖ୍ୟମନ୍ତ୍ରୀ ହେବା ଅଭିଜ୍ଞତାକୁ ନୂଆ ବିଧାୟକଙ୍କୁ ବାଣ୍ଟିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବିଶେଷ କରି ସରକାରୀ ଦଳରେ ବିଧାୟକମାନଙ୍କ ଭୂମିକା, ବିରୋଧୀଙ୍କୁ ଗଠନମୂଳକ ଢଙ୍ଗରେ କାଉଣ୍ଟର ଏବଂ ଗୃହରେ ବିଭିନ୍ନ ପ୍ରସଙ୍ଗରେ ବିତର୍କରେ ଯୋଗଦାନ ସଂପର୍କରେ ମଧ୍ୟ କହିଥିଲେ ମୁଖ୍ୟମନ୍ତ୍ରୀ। ଆମ ସାମ୍ବିଧାନିକ ବ୍ୟବସ୍ଥାରେ ବାସ୍ତବ କ୍ଷମତାର ଅଧିକାରୀ ହେଉଛନ୍ତି ଆମ ଜନସାଧାରଣ । ଗଣତାନ୍ତ୍ରିକ ଶାସନ ପଦ୍ଧତିର ସଠିକ୍‌ କାର୍ଯ୍ୟକାରିତା ହିଁ ଆମ ଦେଶକୁ ଉନ୍ନତି ପଥରେ ଅଗ୍ରସର କରାଇ ଚାଲିଛି। ଯାହାଫଳରେ ବିଶ୍ୱ ଦରବାରରେ ଆମ ଦେଶର ଓ ରାଜ୍ୟ ଗୁଡିକର ସମ୍ମାନ ବୃଦ୍ଧି ପାଇବାରେ ଲାଗିଛି । ସେହିପରି ଓଡିଆ ଅସ୍ମିତା ଓ ପରମ୍ପରାକୁ ନେଇ ଆମ ଓଡିଶାକୁ ବିକଶିତ ଭାରତବର୍ଷର ଏକ ଶ୍ରେଷ୍ଠ ରାଜ୍ୟ ଭାବେ ଗଢି ତୋଳିବା ପାଇଁ ଆମ ସମସ୍ତଙ୍କର ଦାୟିତ୍ୱ ରହିଛି।

ଗଣତାନ୍ତ୍ରିକ ବ୍ୟବସ୍ଥା ଅନୁଯାୟୀ ସଂଖ୍ୟାଧିକ ମତକୁ ନେଇ ପ୍ରତିନିଧି ସଭା ଗଠନ କରାଯାଇ ସଂସଦୀୟ ଗଣତନ୍ତ୍ର ବ୍ୟବସ୍ଥାକୁ ସଫଳ କରିବା ପାଇଁ ସମସ୍ତେ ଚେଷ୍ଟା କରି ଚାଲିଛନ୍ତି। ଏହି କ୍ଷେତ୍ରରେ ନିର୍ବାଚିତ ବିଧାୟକ, ବିଧାୟିକା ଓ ସାଂସଦ ମାନଙ୍କର ସର୍ବପ୍ରଥମ କର୍ତ୍ତବ୍ୟ ହେଉଛି ସମ୍ବିଧାନର ବ୍ୟବସ୍ଥା ଭିତରେ ବାନ୍ଧିହୋଇ ପ୍ରଦତ୍ତ କ୍ଷମତାର ସଦୁପୋଯୋଗ କରି ମତଦାତା ମାନଙ୍କର ଆଶା ଓ ଭରସାକୁ ନିଷ୍ଠାପର ଭାବେ କର୍ମକରି ସେବା ମାଧ୍ୟମରେ ପୂରଣ କରିବା ପାଇଁ ଚେଷ୍ଟାକରି ସେମାନଙ୍କର ମାନ ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖିବା । କାରଣ ଜନସାଧାରଣଙ୍କ ମତରେ “ଜଣେ ଲୋକ ପ୍ରତିନିଧି ଉପଯୁକ୍ତ ସ୍ଥାନରେ ରହି ଦେଶ ଓ ରାଜ୍ୟର ସେବାରେ ବ୍ରତୀ ହେବାପାଇଁ ସୁଯୋଗ ପାଉ ଏବଂ ଶାସନ ପରିଚାଳନା ଲୋକାଭିମୁଖୀ ହେଉ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ।

ସେପଟେ ବିଧାନସଭା ରୁଲସ୍ ଏବଂ ପ୍ରୋସିଡିଂ ବିଷୟରେ ବିଧାୟକଙ୍କ କ୍ଲାସ ନେଇଥିଲେ ବାଚସ୍ପତି ସୁରମା ପାଢୀ । ଏପଟେ ଜ୍ଞାନସଂସ୍କାର କାର୍ଯ୍ୟକ୍ରମକୁ ନେଇ ରାଜନୀତି ବି ତେଜିଛି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବଂ ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କର ଗୋଟିଏ ଗୋଟିଏ ସେସନ ଥିଲେ ମଧ୍ୟ କେହି ଯୋଗ ଦେଇନାହାନ୍ତି। କଂଗ୍ରେସ ମଧ୍ୟ କାର୍ଯ୍ୟକ୍ରମକୁ ବୟକଟ୍ କରିଛି।

ତେବେ ବିଜେଡି ଓ କଂଗ୍ରେସ ଏହି କାର୍ଯ୍ୟକ୍ରମକୁ ବୟକଟ କରିଛନ୍ତି। କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ବିରୋଧୀ ଦଳ ନେତା କିମ୍ୱା ବିଜେଡିର କୌଣସି ବିଧାୟକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନାହାନ୍ତି। ବିଧାନସଭା ପରିସରରେ ଏହି କାର୍ଯ୍ଯକ୍ରମରେ ସାଧାରଣ ବକ୍ତା ଭାବେ ଯୋଗ ଦେବା ମୁଖ୍ଯମନ୍ତ୍ରୀ ପଦର ମର୍ଯ୍ଯାଦା ହାନି କରୁଛି । ସଂଘୀୟ ବ୍ଯବସ୍ଥା ଅନୁସାରେ କେନ୍ଦ୍ରମନ୍ତ୍ରୀ ପାହ୍ଯାର ଉପରେ ରହିଥାଏ ମୁଖ୍ଯମନ୍ତ୍ରୀଙ୍କ ପାହ୍ୟା । ଏହି କାର୍ଯ୍ଯକ୍ରମରେ ମୁଖ୍ଯମନ୍ତ୍ରୀଙ୍କ ପଦ ମର୍ଯ୍ଯାଦା କେନ୍ଦ୍ରମନ୍ତ୍ରୀଙ୍କ ପରେ ରହିଛି । ଯାହାକୁ ବିରୋଧ କରି କାର୍ଯ୍ୟକ୍ରମକୁ ବୟକଟ କରିଛି ବିଜେଡି । ଅନ୍ୟପଟେ ବିଜେପି କହିଛି ଏହା କୌଣସି ରାଜନୈତିକ କାର୍ଯ୍ୟକ୍ରମ ନୁହେଁ। ପ୍ରସଙ୍ଗକୁ ଅପ୍ରସଙ୍ଗ କରି ନୂଆଁ ବିଧାୟକଙ୍କୁ ଏହି କାର୍ଯ୍ୟକ୍ରମରୁ ବଞ୍ଚିତ କରାଯାଉଛି ବୋଲି ବିଜେପି କହିଛି।

ଅନ୍ୟପଟେ କଂଗ୍ରେସ କହିଛି କେନ୍ଦ୍ରମନ୍ତ୍ରୀ, ବିଧାନସଭା କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବାରୁ ପ୍ରଶିକ୍ଷଣ ଶିବିରର ମର୍ଯ୍ୟାଦା ହାନି ହୋଇଛି। ଜବାବରେ ବିଜେପି କହିଛି କାର୍ଯ୍ୟକ୍ରମକୁ ଅଯଥା ରାଜନୈତିକ ରଙ୍ଗ ଦିଆଯାଉଛି। ଏହା ସହ ବିଜେଡିର ଶଙ୍ଖ ଭବନ ପ୍ରଶିକ୍ଷିଣ ଶିବିରକୁ କଟାକ୍ଷ, କରି କହିଛି, ସ୍କୁଲରେ ପାଠ ନ ପଢି ଟ୍ୟୁସନରେ ସାର୍ଟିଫିକେଟ୍ ନେବାକୁ ଚେଷ୍ଟା କରୁଛନ୍ତି । ସେଠି କିଏ ଟ୍ୟୁସନ୍ କରୁଛନ୍ତି, ସମସ୍ତେ ଜାଣନ୍ତି । ଚଳିତ ଥର ରେକର୍ଡ ସଂଖ୍ୟକ ୮୪ ଜଣ ନୂଆ ବିଧାୟକ ଅଛନ୍ତି । ବିଜେପିର ପ୍ରାୟ ସମସ୍ତ ୫୪ ଜଣ ବିଧାୟକ ଉପସ୍ଥିତ ଥିବା ବେଳେ ବିଜେଡିର ୧୮ ଏବଂ କଂଗ୍ରେସର ୯ ନୂଆ ବିଧାୟକ ଏଥିରେ ଯୋଗ ଦେଇନାହାନ୍ତି ।

Previous Post

କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍ ଛାୟା ଜାତିସଂଘ ଉଦ୍‍ଘାଟିତ

Next Post

ରାଜ୍ୟରେ ବଜ୍ରପାତ: ଦିନକରେ ୯ ଜଣଙ୍କ ମୃତ୍ୟୁ, ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

FNN WEB

FNN WEB

Next Post
ବନ୍ୟା ନିୟନ୍ତ୍ରଣ ପାଇଁ ଆଗୁଆ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ରାଜ୍ୟରେ ବଜ୍ରପାତ: ଦିନକରେ ୯ ଜଣଙ୍କ ମୃତ୍ୟୁ, ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

August 28, 2026
SCB ମେଡିକାଲ୍ କଲେଜର ଡାଟା ଏଣ୍ଟ୍ରି ଅପରେଟର ଗିରଫ, ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ

SCB ମେଡିକାଲ୍ କଲେଜର ଡାଟା ଏଣ୍ଟ୍ରି ଅପରେଟର ଗିରଫ, ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ

August 28, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.