• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍ ଛାୟା ଜାତିସଂଘ ଉଦ୍‍ଘାଟିତ

FNN WEB by FNN WEB
August 17, 2024
in ଓଡ଼ିଶା, ମୁଖ୍ୟ ଖବର
0
କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍ ଛାୟା ଜାତିସଂଘ ଉଦ୍‍ଘାଟିତ
0
SHARES
2
VIEWS

ଭୁବନେଶ୍ୱର: କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍‍ର ୧୧ତମ ଛାୟା ଜାତିସଂଘ ଆଜି ଉଦ୍‍ଘାଟିତ ହୋଇଛି। ଦୁଇଦିନ ଧରି ଚାଲିବାକୁ ଥିବା ଏହି ଛାୟା ଜାତିସଂଘକୁ ଉଦ୍‍ଘାଟନ କରି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, ଛାୟା ଜାତିସଂଘ ହେଉଛି ଏଭଳି ଏକ ପ୍ଲାଟଫର୍ମ ଯେଉଁଠି ଛାତ୍ରଛାତ୍ରୀମାନେ ଅନ୍ୟମାନଙ୍କ ସହ କିପରି ବାର୍ତ୍ତାଳାପ, ଆଲୋଚନା କରିବାକୁ ହେବ ଶିଖିବା ସହ ଯୁକ୍ତି ଉପସ୍ଥାପନ ଶୈଳୀ, ନିଜର ଚିନ୍ତାଧାର ପରିପ୍ରକାଶ, ବିଭିନ୍ନ ସମସ୍ୟା ସମାଧାନ କରିବାର ପାରଦର୍ଶିତା ଏବଂ ନେତୃତ୍ୱ ନେବାର ଦକ୍ଷତା ଆଦି ବିଷୟରେ ଶିଖିବାର ସୁଯୋଗ ମିଳିଥାଏ। ଛାୟା ଜାତିସଂଘରେ ସୁନ୍ଦର ଭାବେ ଜ୍ଞାନ ଓ ଭାବ ପରିପ୍ରକାଶର ସମନ୍ୱୟ ହୋଇଥାଏ। ଏକ ସମୃଦ୍ଧ ଭାରତ ଗଠନରେ ଯୁବକମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ଯୁବଗୋଷ୍ଠୀକୁ ଶିକ୍ଷା ସହ ସେମାନଙ୍କୁ ସଶକ୍ତ, ସକ୍ଷମ, ସଂଶ୍ଲିଷ୍ଟ ଏବଂ ପ୍ରବୃଦ୍ଧ କରିବାକୁ ପଡ଼ିବ ବୋଲି ଶ୍ରୀ ସାମନ୍ତ କହିଥିଲେ । ଛାୟା ଜାତିସଂଘରେ ଯୋଗଦେଇଥିବା ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସେ କହିଲେ, ବର୍ତ୍ତମାନ ସମୟ ହେଉଛି ଜ୍ଞାନର ଯୁଗ । ଛାତ୍ରଛାତ୍ରୀମାନେ ନିଜର ଜ୍ଞାନକୁ ଆହୁରି ବ୍ୟାପକ କରିବା ସହ ଦକ୍ଷ ହେବାକୁ ପଡ଼ିବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଅବସରପ୍ରାପ୍ତ ବାୟୁସେନା ଗ୍ରୁପ୍‍ କ୍ୟାପଟେନ୍‍ ଆର. କେ. ନାରଙ୍ଗ କହିଲେ, ଏକ ଦାୟିତ୍ୱବାନ୍‍ ରାଷ୍ଟ୍ର ଭାବେ ଭାରତ ଜାତିସଂଘରେ ଶାନ୍ତି ଓ ନିରାପତ୍ତା କ୍ଷେତ୍ରରେ ପ୍ରତ୍ୟେକ୍ଷ ଭାବେ ଅଂଶ ଗ୍ରହଣ କରିଆସୁଛି। କରୋନା ମହାମାରୀ ସମୟରେ ଏକ ଦାୟିତ୍ୱବାନ୍‍ ରାଷ୍ଟ୍ରଭାବେ ଭାରତ ଏହାର ମୁକାବିଲା ନିମନ୍ତେ ଅନ୍ୟ ଦେଶଗୁଡ଼ିକ ସହ ଛିଡ଼ାହେବା ସହ ସେମାନଙ୍କୁ ସହଯୋଗର ହାତ ବଢ଼ାଇଥିଲା।

ବର୍ତ୍ତମାନ ସମୟରେ ମାନବିକତା ଓ ମାନବାଧିକାର ବିଶ୍ୱର ସବୁଠାରୁ ବଡ଼ ପ୍ରସଙ୍ଗ ହୋଇଛି। ଏହାଛଡ଼ା ଜଳବାୟୁ ପରିବର୍ତ୍ତନ, ସାଇବର ଅପରାଧ, ଆତଙ୍କବାଦ ଭଳି ଅନେକ ବୈଶ୍ୱିକ ପ୍ରସଙ୍ଗ ରହିଛି। ଏସବୁର ସମାଧାନର ପନ୍ଥା ବାହାର କରିବାରେ ଯୁବଗୋଷ୍ଠୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ୨୦୪୭ ମସିହା ସୁଦ୍ଧା ଭାରତ ଏକ ବିକଶିତ ଦେଶରେ ପରଣିତ ହେବାର ଲକ୍ଷ୍ୟ ରଖିଛି। ୧୪୦ କୋଟି ଭାରତୀୟ ତଥା ବିଶ୍ୱବାସୀଙ୍କ ଆଶା ଯୁବକମାନେ ହିଁ ପୂରଣ କରିପାରିବେ ବୋଲି ଶ୍ରୀ ନାରଙ୍ଗ କହିଥିଲେ। ତେଣୁ ବିଶ୍ୱ ଦୃଶ୍ୟପଟକୁ ଦୃଷ୍ଟିରେ ରଖି ଭାରତକୁ କିପରି ଏକ ସମୃଦ୍ଧ ରାଷ୍ଟ୍ରରେ ପରଣିତ କରାଯାଇପାରିବ ସେଥିପାଇଁ ଯୁବକ ଯୁବତୀମାନେ ନୂତନ ଚିନ୍ତାଧାର ପରିପ୍ରକାଶ କରିବା ଆବଶ୍ୟକ ବୋଲି ସେ କହିଥିଲେ। ଏହି ଛାୟା ଜାତିସଂଘରେ ଛାତ୍ରଛାତ୍ରୀମାନେ ପାରସ୍ପରିକ ଆଲୋଚନା, ପର୍ଯ୍ୟାଲୋଚନା ଓ ନିଜର ସର୍ଜନଶୀଳ ଚିନ୍ତାଧାରା ମାଧ୍ୟମରେ ବିଶ୍ୱର ବିଭିନ୍ନ ପୁରୁଣା ସମସ୍ୟା ସହ ବର୍ତ୍ତମାନର ସମସ୍ୟାର ସମାଧାନର ପନ୍ଥା ବାହାର କରିବେ ବୋଲି ସେ ଆଶା ପୋଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କିଟ୍‍ ଇଣ୍ଟରନ୍ୟାସନାଲ ସ୍କୁଲ୍‍ର ଚେୟାରପର୍ସନ ଡ. ମୋନା ଲିସା ବଳ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସ୍କୁଲ୍‍ର ଅଧ୍ୟକ୍ଷ ଡ. ସଞ୍ଜୟ ସୁଆର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଛାୟା ଜାତିସଂଘରେ ବିଭିନ୍ନ ସ୍କୁଲ୍‍ରୁ ୮୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଛନ୍ତି। ଏହି ଛାୟା ଜାତିସଂଘର ବିଷୟବସ୍ତୁ ‘ଆତ୍ମନିର୍ଭରତା: ରାଷ୍ଟ୍ରୀୟ ସମୃଦ୍ଧି ଠାରୁ ବୈଶ୍ୱିକ ସ୍ଥିରତା’ ରଖାଯାଇଛି।

Previous Post

ରାଜ୍ୟ ପୁଲିସ ମୁଖିଆ ଭାବେ ବିଧିବଦ୍ଧ ଦାୟିତ୍ବ ଗ୍ରହଣ କଲେ ଯୋଗେଶ ବାହାଦୁର ଖୁରାନିଆ

Next Post

ଆରମ୍ଭ ହେଲା ନୂଆ ବିଧାୟକଙ୍କ ପାଠଶାଳା

FNN WEB

FNN WEB

Next Post
ଆରମ୍ଭ ହେଲା ନୂଆ ବିଧାୟକଙ୍କ ପାଠଶାଳା

ଆରମ୍ଭ ହେଲା ନୂଆ ବିଧାୟକଙ୍କ ପାଠଶାଳା

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.