• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଆଗାମୀ ପାଞ୍ଚ ବର୍ଷରେ ପ୍ରତି ବ୍ଲକରେ ଶୀତଳଭଣ୍ଡାର କରିବାକୁ ଲକ୍ଷ୍ୟ ରଖାଯାଇଛି: ମୁଖ୍ୟମନ୍ତ୍ରୀ

FNN WEB by FNN WEB
August 24, 2024
in ଓଡ଼ିଶା, ମୁଖ୍ୟ ଖବର
0
ଆଗାମୀ ପାଞ୍ଚ ବର୍ଷରେ ପ୍ରତି ବ୍ଲକରେ ଶୀତଳଭଣ୍ଡାର କରିବାକୁ ଲକ୍ଷ୍ୟ ରଖାଯାଇଛି: ମୁଖ୍ୟମନ୍ତ୍ରୀ
0
SHARES
7
VIEWS


ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର 63 ତମ ପ୍ରତିଷ୍ଠା ଦିବସ
ଓଡିଶାରେ ଶସ୍ୟ ଉତ୍ପାଦନ ବୃଦ୍ଧି କ୍ଷେତ୍ରରେ OUATର ବହୁତ ବଡ ଅବଦାନ ଅଛି
ପନିପରିବା, ମାଛ ଓ ତୈଳବୀଜ ଉତ୍ପାଦନରେ ସ୍ବାବଲମ୍ବୀ ହେବା ପାଇଁ କୃଷି ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ନୂତନ ଜ୍ଞାନକୌଶଳର ବିକାଶ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ଭୁବନେଶ୍ୱର: ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ 484 ପ୍ରକାର ନୂଆ କିସମର ବିକାଶ କରି ରାଜ୍ୟରେ କୃଷି ବିକାଶରେ ମହତ୍ବପୂର୍ଣ୍ଣ ଯୋଗଦାନ ରଖିଛି। ଆଜି ଯଦି ଓଡିଶା ଚାଉଳ ଉତ୍ପାଦନ କ୍ଷେତ୍ରରେ ବଳକା ରାଜ୍ୟ ହୋଇପାରିଛି ତେବେ ସେଥିରେ ଆମ କୃଷି ବିଶ୍ବବିଦ୍ୟାଳୟର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି । ଆଜି ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର 63 ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଶ୍ବବିଦ୍ୟାଳୟରେ ନିର୍ମିତ ନୂତନ କୃଷି ଶିକ୍ଷା ସଦନର(Auditorium) ଉଦଘାଟନ କରିଥିଲେ। ଏଥିରେ 1008ଟି ଆସନ ରହିଛି ।

ମୁଖ୍ୟମନ୍ତ୍ରୀ କହିଥିଲେ କେବଳ ଧାନରେ ସ୍ବାବଲମ୍ବୀ ହେବା ଯଥେଷ୍ଟ ନୁହେଁ। ଆମକୁ ତୈଳବୀଜ, ପନିପରିବା,ମାଛ,ଅଣ୍ଡା, ଫଳ ଓ ଫୁଲ ଆଦି ଉତ୍ପାଦନ ବୃଦ୍ଧି କରିବା ଏବଂ ଏଥିରେ ସ୍ବାବଲମ୍ବୀ ହେବା ଅତ୍ୟନ୍ତ ଆବଶ୍ୟକ । ପୂର୍ବ ସରକାର ଆଳୁ, ପିଆଜ, ପଣସ ଇତ୍ୟାଦି ଅନେକ ମିସନ କରିଥିଲେ । କିନ୍ତୁ ସେ ସବୁ ବିଫଳ ହେଲା । ତେଣୁ ଆମକୁ ଏଥିରେ ସ୍ବାବଲମ୍ବନଶୀଳ ହେବାକୁ ପଡିବ । ଏଥିରେ ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର ଭୂମିକା ଗୁରୁତ୍ବପୂର୍ଣ୍ଣ । ଏ ସମ୍ପର୍କକରେ ନୂତନ ଜ୍ଞାନ କୈଶଳର ବିକାଶ ପାଇଁ OUATର ବୈଜ୍ଞାନିକ ମାନଙ୍କୁ ସେ ଆହ୍ବାନ ଦେଇଥିଲେ । ସେମାନେ ଅଧିକ ଉତ୍ପାଦନକ୍ଷମ ବିହନ ଉତ୍ପାଦନ କରିବା ପାଇଁ ସେ ପରାମର୍ଷ ଦେଇଥିଲେ।

ପ୍ରଧାନମନ୍ତ୍ରୀଙ୍କ ବିଷୟରେ ଉଲ୍ଲେଖକରି ମୁଖ୍ୟମନ୍ତ୍ରୀ କହିଲେ ଯେ ଯଶ୍ବସୀ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଦେଶ ଆଜି ଏକ ବିକଶିତ ରାଷ୍ଟ୍ରହେବା ଲକ୍ଷ୍ୟରେ ଅଗ୍ରଗତି କରୁଛି। ସେ କହିଲେ ଯେ ପ୍ରଧାନମନ୍ତ୍ରୀ ସବୁ ସମୟରେ କୃଷକମାନଙ୍କୁ ଅନ୍ନଦାତାର ଆଖ୍ୟାଦେଇ ସମ୍ମାନିତ କରିଆସିଛନ୍ତି ଏବଂ ସେମାନଙ୍କ ପାଇଁ ଅନେକ ଯୋଜନା କରିଛନ୍ତି । ମୋଦୀଜୀଙ୍କ ପ୍ରେରଣାରେ ଓଡିଶା ସରକାର କୃଷକ ମାନଙ୍କ ଉନ୍ନତି ପାଇଁ ଅନେକ ଯୋଜନା କରିଛନ୍ତି । ଓଡିଶାରେ ଆମେ ପିଏମ କିସାନ ସହିତ ସିଏମ କିସାନ ମଧ୍ୟ କାର୍ଯ୍ୟକାରୀ କରୁଛୁ । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ରାଜ୍ୟର ସବୁ କୃଷକଙ୍କୁ ସାମିଲ କରାଯିବ ।

ଚଳିତ ବର୍ଷର କୃଷି ବଜେଟକୁ ଯୁଗାନ୍ତକାରୀ ବଜେଟ ଭାବେ ବର୍ଣ୍ଣନା କରି ସେ କହିଲେ ଯେ ଏ ବର୍ଷର କୃଷି ବଜେଟରେ ୩୬ ପ୍ରତିଶତ ବୃଦ୍ଧିକରି ୩୩ ହଜାର ୯ ଶହ ୧୯ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ଯାହା ମଧ୍ୟରେ ‘ସମୃଦ୍ଧ କୃଷକ ଯୋଜନା’ ଅନ୍ତର୍ଭୁକ୍ତ। “ସମୃଦ୍ଧ କୃଷକ ନୀତି” ମାଧ୍ୟମରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୟୁଣ୍ଟାଲ ପିଛା 3100 ଟଙ୍କା ଧାର୍ଯ୍ୟ କରାଯାଇଛି। ଆମ ରାଜ୍ୟରେ ଧାନ ଉତ୍ପାଦନରେ ଅଧିକ ଖର୍ଚ୍ଚ ହେଉଥିବାରୁ ଆମ ଚାଷୀମାନେ କ୍ଷତି ସହି ଥାଆନ୍ତି। ସେଥିପାଇଁ ନୂଆ ସରକାର ସମୃଦ୍ଧ କୃଷକ ଯୋଜନା ଆଣିବା ଦ୍ଵାରା କୃଷକମାନେ କ୍ୟୁଣ୍ଟାଲ ପିଛା ୮୦୦ ଟଙ୍କା ଅଧିକ ପାଇବ। ପୂର୍ବ ସରକାର ୧୦୦ ଟଙ୍କାର ବୋନସ ଦେବେ ବୋଲି ଘୋଷଣା କରି ମଧ୍ୟ ଚାଷୀ ନ ପାଇ ହତାସ ଥିଲା। ଧାନ ବିକ୍ରି କରିବାର 48 ଘଣ୍ଟା ମଧ୍ୟରେ ଏହି ଅର୍ଥ କୃଷକମାନଙ୍କ ବ୍ୟାଙ୍କ ଖାତାକୁ DBT ମାଧ୍ୟମରେ ପ୍ରେରଣ କରାଯିବ। ଏଥି ସହିତ କୃଷିଜାତ ସାମଗ୍ରୀ ବିକ୍ରି କରିବାରେ ସୁବିଧା ଆଣିବା ପାଇଁ ମଣ୍ଡି ଗୁଡିକର ଭିତ୍ତିଭୂମିକୁ ସୁଦୃଢ କରାଯାଉଛି।

କୃଷି କ୍ଷେତ୍ରପାଇଁ ବିଭିନ୍ନ ଯୋଜନା ସମ୍ପର୍କରେ ବର୍ଣ୍ଣନାକରି ସେ କହିଲେ ଯେ ନିକଟରେ, ଆମ ସରକାର ରାଜ୍ୟରେ କୃଷକ-ଅନୁକୂଳ ନୀତି ଅନୁସରଣ କରି ପ୍ରତି ବ୍ଲକରେ କୃଷି ସମୃଦ୍ଧି କେନ୍ଦ୍ର ସ୍ଥାପନ ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ରାଜ୍ୟରେ ଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ କୃଷି ଶ୍ରମିକଙ୍କ ପିଲାମାନଙ୍କୁ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାତ୍ରବୃତ୍ତି ପ୍ରଦାନ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ “କୃଷି ବିଦ୍ୟାନିଧି” ନାମରେ ଏକ ଯୋଜନା ଆରମ୍ଭ କରାଯାଇଛି। “ବସୁଧା କେନ୍ଦ୍ର” ଯୋଜନା ମାଧ୍ୟମରେ ପ୍ରତି ବ୍ଲକରେ ରହିଥିବା ମଣ୍ଡିଗୁଡିକରେ ଶସ୍ୟ ରହିବା ସ୍ଥାନ, କୃଷକଙ୍କ ବିଶ୍ରାମ ସ୍ଥାନ ଏବଂ ଗୋଦାମ ଘର ନିର୍ମାଣ କରାଯାଉଛି। “ଇ-ନାମ୍” ମାଧ୍ୟମରେ ଓଡିଶାର ସମସ୍ତ ମଣ୍ଡି ମଧ୍ୟରେ ସଂଯୋଗ ସ୍ଥାପନ କରାଯିବା ଉପରେ ପଦକ୍ଷେପ ଗ୍ରହଣ କରାଯାଉଛି। ରାଜ୍ୟରେ ଜୈବିକ କୃଷି ଏବଂ ପ୍ରାକୃତିକ କୃଷିର ପ୍ରୋତ୍ସାହନ ପାଇଁ ସରକାରଙ୍କ ତରଫରୁ ‘ଓଡିଶା ବଳଭଦ୍ର ଜୈବିକ ଚାଷ ମିଶନ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ମିଲେଟ୍ ଉତ୍ପାଦନ କ୍ଷେତ୍ରରେ ଓଡିଶାକୁ ସମଗ୍ର ଦେଶରେ ଏକ ପ୍ରମୁଖ ରାଜ୍ୟରେ ପରିଣତ କରିବା ପାଇଁ “ଶ୍ରୀ ଅନ୍ନ” ଯୋଜନା ଆରମ୍ଭ କରାଯାଉଛି। ସ୍ବଳ୍ପ ଉତ୍ପାଦିତ ଫସଲଗୁଡିକର ଉତ୍ପାଦନ ବୃଦ୍ଧି ପାଇଁ ଫସଲ ବିବିଧତା ମାଧ୍ୟମରେ ସ୍ୱତନ୍ତ୍ର ଭାବେ ପ୍ରୟାସ କରାଯାଇଛି। ଏ ଦିଗରେ ଓୟୁଏଟି ତରଫରୁ ପିଲିପେସରା (Pillipesara) ଫସଲର ଆମ ଦେଶରେ ପ୍ରଥମ କିସମ “ପ୍ରଥମ” ବିକଶିତ ହେବା ଆମ ପାଇଁ ଖୁସିର ବିଷୟ। ଏହା ଏକ ଡାଲିଜାତୀୟ ଗୋଖାଦ୍ୟ ଫସଲ ଅଟେ। ଏହାକୁ ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦୀଜୀ ଚଳିତ ମାସ 11 ତାରିଖରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ବୋଲି ସେ କହିଛନ୍ତି ।

ରାଜ୍ୟର ସମସ୍ତ 58ଟି ସବ୍‌ଡିଭିଜନରେ ଅନ୍ତତଃ ଗୋଟିଏ ଲେଖାଏଁ ଶୀତଳ ଭଣ୍ଡାର ସ୍ଥାପନ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ପ୍ରକାଶ କରି ସେ କହିଥିଲେ ଯେ ଆଗାମୀ ପାଞ୍ଚ ବର୍ଷରେ ରାଜ୍ୟର ପ୍ରତି ବ୍ଲକରେ ଶୀତଳଭଣ୍ଡାର ଖୋଲିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପକ୍ଷରୁ କୃଷି, ଉଦ୍ୟାନ ବିଜ୍ଞାନ, ପ୍ରାଣୀ ପାଳନ, କୃଷି ଯାନ୍ତ୍ରିକୀକରଣ (Agriculture Mechanisation), କୃଷି ବନୀକରଣ, ମତ୍ସ ବିଜ୍ଞାନ, ଗୋଷ୍ଠୀ ବିଜ୍ଞାନ ଆଦି ବିଷୟରେ ଶିକ୍ଷାଦାନ ଓ ଗବେଷଣା କରାଯିବା ଆନନ୍ଦର ବିଷୟ। ଏହା ଦ୍ୱାରା କୃଷକମାନଙ୍କ ବହୁବିଧ ସମସ୍ୟାକୁ ଗୋଟିଏ ସ୍ଥାନରେ ସମାଧାନ କରାଯାଇପାରିବ। ଜିଲ୍ଲା ସ୍ତରରେ ରହିଥିବା କୃଷି ବିଜ୍ଞାନ କେନ୍ଦ୍ର ମାନ ଏସବୁ ଜ୍ଞାନକୌଶଳକୁ କୃଷକମାନଙ୍କ ନିକଟରେ ଫଳପ୍ରଦ ଭାବେ ପହଞ୍ଚାଇ ପାରିବେ ବୋଲି ମୁଁ ଆଶା କରୁଛି ବୋଲି ସେ କହିଥିଲେ।

ଆମ ରାଜ୍ୟରେ ରହୁଥିବା ତଫସିଲଭୁକ୍ତ ଜାତି ଏବଂ ଜନଜାତି, ଅର୍ଥନୈତିକ ଅନଗ୍ରସର ଲୋକମାନେ କୃଷି ଓ ଆନୁଷଙ୍ଗିକ କାର୍ଯ୍ୟ କରିବା ସହିତ ଓତପ୍ରୋତ ଭାବେ ଜଡିତ। ସେମାନଙ୍କ ଜ୍ଞାନ ଓ ଦକ୍ଷତା ବୃଦ୍ଧି ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବାର ଏହା ହେଉଛି ପ୍ରକୃଷ୍ଟ ସମୟ ବୋଲି ସେ ମତ ଦେଇଥିଲେ । ସେସବୁ ବର୍ଗର ଲୋକମାନଙ୍କ ଆର୍ଥିକ ବିକାଶ ପାଇଁ ଓୟୁଏଟି ତରଫରୁ “ଅନୁସୂଚିତ ଜନଜାତି ସବ୍‌ ପ୍ଲାନ୍‌ ଏବଂ ଅନୁସୂଚିତ ଜାତି ସବ୍ ପ୍ଲାନ୍ ଯୋଜନା” ମାଧ୍ୟମରେ ପ୍ରୟାସ କରାଯାଉଛି। ଏହି କାର୍ଯ୍ୟକୁ ଅଧିକ ବ୍ୟାପକ କରିବା ପାଇଁ ଉଦ୍ୟମ କରାଯିବା ନିତାନ୍ତ ଆବଶ୍ୟକ। କୃଷି ବୈଜ୍ଞାନିକମାନେ ରାଜ୍ୟରେ କୃଷକମାନଙ୍କ ସମସ୍ୟା ସମାଧାନ ପାଇଁ ଗବେଷଣା ଜାରି ରଖିବା ଦରକାର। ଗବେଷଣାର ସୁଫଳ କିପରି ପ୍ରତ୍ୟକ୍ଷ ଭାବେ କୃଷକମାନଙ୍କ ଉପକାରରେ ଆସିପାରିବ ସେଥିପାଇଁ ପ୍ରଚେଷ୍ଟା କରାଯିବା ଆବଶ୍ୟକ। ଏ ଦିଗରେ ବିଶ୍ୱବିଦ୍ୟାଳୟର କୁଳପତି ସମୟୋଚିତ ପଦକ୍ଷେପ ଗ୍ରହଣ କରିବେ ବୋଲି ମୁଁ ଆଶା କରୁଛି।

ଏଠାରେ ଉପସ୍ଥିତ ଭାରତ ସରକାରଙ୍କ କୃଷି ଗବେଷଣା ଓ ଶିକ୍ଷା ବିଭାଗର ସଚିବ ଏବଂ ଓଡିଶାର କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ, ବିଶ୍ୱବିଦ୍ୟାଳୟର କାର୍ଯ୍ୟକୁ ଆଗେଇ ନେବାରେ ସହଯୋଗ କରୁଥିବାର ଜାଣି ମୁଁ ଅତ୍ୟନ୍ତ ଆନନ୍ଦିତ। ତତ୍‌ସହିତ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀଯୁକ୍ତ ଭାଗିରଥ ଚୌଧୁରୀଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ଅନୁରୋଧ କରୁଛି ଯେ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନାର ସୁଫଳ ଆମ ଓଡିଶାରେ ସଠିକ ରୂପେ କାର୍ଯ୍ୟାନ୍ବୟନ କରିବାର ବ୍ୟବସ୍ଥାକୁ ନିୟମିତ ତଦାରଖ କରି ଆମ ରାଜ୍ୟକୁ କୃଷି କ୍ଷେତ୍ରରେ ଆଗୁଆ ରାଜ୍ୟ ଭାବେ ଗଢି ତୋଳିବାରେ ସହାୟକ ହେବେ। OUATର ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇ ସେମାନେ କେବଳ ଚାକିରି ଉପରେ ନିର୍ଭର ନ କରି ଆତ୍ମ ନିର୍ଭର ହୁଅନ୍ତୁ ବୋଲି ସେ କହିଥିଲେ। ଏବେ Start-upର ଯୁଗ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ଯୋଗ ଯୋଜନାରେ ସରକାର ୧ କୋଟି ଟଙ୍କା ପର୍ଯ୍ୟନ୍ତ ରିହାତି ପ୍ରଦାନ କରୁଛନ୍ତି। ନିଜ ଜ୍ଞାନ କୌଶଳକୁ ଉପଯୋଗ କରି Innovative Project କରିବାକୁ ସେ ପରାମର୍ଷ ଦେଇଥିଲେ ।

ସ୍ରୋତ ବିରୁଦ୍ଧରେ ପହଁରି କୂଳରେ ପହଞ୍ଚିବାର ଅନୁଭୂତି ସଂପୂର୍ଣ୍ଣ ଅଲଗା। ମୁଁ କୁଳପତିଙ୍କୁ ଅନୁରୋଧ କରିବି ଏହି ମେଧାବୀ ଛାତ୍ରଛାତ୍ରୀଙ୍କୁ ଓଡିଶା ତଥା ଓଡିଶା ବାହାରେ ହୋଇଥିବା ବିଭିନ୍ନ agri-venture କୁ exposurevisit ରେ ନିଅନ୍ତୁ। ଯଦି OUAT ପାଖରେ budget provision ନାହିଁ,ସରକାରଙ୍କୁ proposal ପଠାନ୍ତୁ। ଗତକାଲି ଆମେ ଭାରତର ଚନ୍ଦ୍ର ବିଜୟର ଉତ୍ସବ ପାଳନ କରିଥିଲୁ। ଏହା ଆମର ଛାତ୍ରଛାତ୍ରୀ ଏବଂ ଯୁବ ବୈଜ୍ଞାନିକଙ୍କ ପ୍ରତି ଉଦାହରଣ ଓ ପ୍ରେରଣାର ଉତ୍ସ ହେବା ଉଚିତ ବୋଲି ସେ କହିଥିଲେ । ଉତ୍ସବରେ ପୁରସ୍କୃତ ହୋଇଥିବା ଏବଂ ସମ୍ବର୍ଦ୍ଧିତ ହେଉଥିବା କୃଷକ ଭାଇ ଓ ଭଉଣୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କର ଉଜ୍ଜ୍ଵଳ ଭବିଷ୍ୟତ କାମନା କରିବା ସହିତ ସମ୍ମାନିତ ହୋଇଥିବା ବୈଜ୍ଞାନିକ ଏବଂ କୃତୀ ଛାତ୍ରଛାତ୍ରୀମାନଙ୍କୁ ସେ ଶୁଭେଚ୍ଛା ଜଣାଇଥିଲେ ।

ଉପ-ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓ କହିଥିଲେ ଯେ ବିଜ୍ଞାନର ପ୍ରୟୋଗରେ କୃଷିର ବିକାଶ କରିବାର ସମୟ ଆସିଛି । ରାଜ୍ୟରେ ଜୈବ କୃଷିର ବିକାଶ ପାଇଁ ଉଦ୍ୟମ କରାଯିବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ । ପାରମ୍ପରିକ ପଦ୍ଧତିରେ ଚାଷ କରି କୃଷି ଉତ୍ପାଦିତ ଦ୍ରବ୍ୟକୁ ରପ୍ତାନୀ କରିବା ଉଚିତ୍ ବୋଲି ସେ କହିଥିଲେ । ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ ଯୁବଛାତ୍ରଛାତ୍ରୀ ମାନଙ୍କୁ ପ୍ରେରଣା ଦେଇ ଦେଶ ଗଠନ ପାଇଁ ସର୍ମପିତ ହେବାକୁ ମତ ଦେଇଥିଲେ । ଭାରତ ସରକାରଙ୍କ କୃଷି ଗବେଷଣା ଓ ଶିକ୍ଷା ବିଭାଗର ସଚିବ ଏବଂ ଭାରତୀୟ କୃଷି ଗବେଷଣା ପରିଷଦର ମହାନିର୍ଦ୍ଦେଶକ ଡ. ହିମାଂଶୁ ପାଠକ କହିଥିଲେ ଯେ OUAT ଦେଶର ଅନ୍ୟତମ ଶ୍ରେଷ୍ଠ କୃଷି ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ । ଏବେ ସମୟ ଆସିଛି ପ୍ରାକୃତିକ କୃଷି ଉପରେ ଗୁରୁତ୍ବ ଦେବାକୁ ପଡିବ ଏବଂ market friendly କୃଷି ଉପରେ ଧ୍ୟାନ କେନ୍ଦ୍ରୀତ କରିବାକୁ ହେବ । କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ, ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ, ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟର ଅଧ୍ୟକ୍ଷ ଡ. ପ୍ରସନ୍ନଜିତ ମିଶ୍ର ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ କୁଳସଚିବ ଲୋପାମୁଦ୍ରା ମହାନ୍ତି ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର କୃତୀ ବୈଜ୍ଞାନିକ, ଅଧ୍ୟାପକ ଓ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ ।

Previous Post

ମହିଳାଙ୍କୁ ପ୍ରତାରିତ କରିଛି ବିଜେପି ସରକାର: କଂଗ୍ରେସ

Next Post

୮୦ କେଜି ସୁନା ଓ କ୍ବିଣ୍ଟାଲରୁ ଅଧିକ ରୂପା ଜବତ, ମୁମ୍ବାଇରୁ ଆସିଥିଲା ଭୁବନେଶ୍ବର

FNN WEB

FNN WEB

Next Post
୮୦ କେଜି ସୁନା ଓ କ୍ବିଣ୍ଟାଲରୁ ଅଧିକ ରୂପା ଜବତ, ମୁମ୍ବାଇରୁ ଆସିଥିଲା ଭୁବନେଶ୍ବର

୮୦ କେଜି ସୁନା ଓ କ୍ବିଣ୍ଟାଲରୁ ଅଧିକ ରୂପା ଜବତ, ମୁମ୍ବାଇରୁ ଆସିଥିଲା ଭୁବନେଶ୍ବର

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ତାମିଲନାଡ଼ୁ ଅଘଟଣ: ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

June 22, 2026
ବିଜେଡିକୁ ଝଟ୍‌କା: ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି

ବିଜେଡିକୁ ଝଟ୍‌କା: ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି

June 22, 2026
ସ୍ବଚ୍ଛ ବିଦ୍ୟାଳୟ ସର୍ବେକ୍ଷଣରେ ଓଡ଼ିଶାର ୧୦ ବିଦ୍ୟାଳୟକୁ ଜାତୀୟ ପୁରସ୍କାର

ସ୍ବଚ୍ଛ ବିଦ୍ୟାଳୟ ସର୍ବେକ୍ଷଣରେ ଓଡ଼ିଶାର ୧୦ ବିଦ୍ୟାଳୟକୁ ଜାତୀୟ ପୁରସ୍କାର

June 22, 2026
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ

June 22, 2026

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ତାମିଲନାଡ଼ୁ ଅଘଟଣ: ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

June 22, 2026
ବିଜେଡିକୁ ଝଟ୍‌କା: ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି

ବିଜେଡିକୁ ଝଟ୍‌କା: ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି

June 22, 2026
ସ୍ବଚ୍ଛ ବିଦ୍ୟାଳୟ ସର୍ବେକ୍ଷଣରେ ଓଡ଼ିଶାର ୧୦ ବିଦ୍ୟାଳୟକୁ ଜାତୀୟ ପୁରସ୍କାର

ସ୍ବଚ୍ଛ ବିଦ୍ୟାଳୟ ସର୍ବେକ୍ଷଣରେ ଓଡ଼ିଶାର ୧୦ ବିଦ୍ୟାଳୟକୁ ଜାତୀୟ ପୁରସ୍କାର

June 22, 2026
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ

June 22, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ତାମିଲନାଡ଼ୁ ଅଘଟଣ: ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

June 22, 2026
ବିଜେଡିକୁ ଝଟ୍‌କା: ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି

ବିଜେଡିକୁ ଝଟ୍‌କା: ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି

June 22, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.