• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ବାର୍ଡଫ୍ଲୁ : କିଛି ଦିନ ଚିକେନ୍ ନଖାଇବାକୁ ପରାମର୍ଶ ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

FNN WEB by FNN WEB
August 26, 2024
in ଓଡ଼ିଶା, ମୁଖ୍ୟ ଖବର
0
ବାର୍ଡଫ୍ଲୁ : କିଛି ଦିନ ଚିକେନ୍ ନଖାଇବାକୁ ପରାମର୍ଶ ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
0
SHARES
3
VIEWS

ଭୁବନେଶ୍ବର: ରାଜ୍ୟରେ ବାର୍ଡଫ୍ଲୁ ଚିହ୍ନଟ ହେବାପରେ ଆଗାମୀ କିଛିଦିନ ପାଇଁ ଚିକେନ୍ ନଖାଇବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର ପରାମର୍ଶ ଦେଇଛନ୍ତି । ତେବେ ଆତଙ୍କିତ ହେବାର କୌଣସି କାରଣ ନାହିଁ, ସରକାର ସ୍ଥିତିକୁ ନିୟନ୍ତ୍ରଣ ପାଇଁ ଯାହା ପଦକ୍ଷେପ ନେବା ଦରକାର ତାହା ନେଉଛନ୍ତି ବୋଲି ସେ କହିଛନ୍ତି ।

ଡାକ୍ତର ମହାପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପୂର୍ବରୁ ବାର୍ଡଫ୍ଲୁ ଆସିଛି ଓ ତାକୁ ଆମେ ସଫଳତାର ସହ ମୁକାବିଲା କରିଛୁ । ତେଣୁ ଏବେ ପିପିଲି ଅଂଚଳରେ ବ୍ୟାପିଥିବା ବାର୍ଡଫ୍ଲୁ ପାଇଁ ଆତଙ୍କିତ ହୁଅନ୍ତୁ ନାହିଁ । ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ଏହାର ନିୟନ୍ତ୍ରଣ ପାଇଁ ପୁରୀ ଜିଲ୍ଲାତମାମ ପ୍ରତିଷେଧକମୂଳକ ପଦକ୍ଷେପ ମଧ୍ୟ ନିଆଯାଇଛି । ବାର୍ଡଫ୍ଲୁ ଯେଭଳି ଅଧିକ ନବ୍ୟାପିବ ସେଥିପାଇଁ ଭେଟେନାରୀ ବିଭାଗ କାର୍ଯ୍ୟ କରୁଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏବେ ଜ୍ୱର ଲକ୍ଷଣ ଥିବା ବ୍ୟକ୍ତିମାନଙ୍କୁ ସର୍ଭେଲାନ୍ସରେ ରଖାଯାଇଛି । ଏହାର ଚିକିତ୍ସା ପାଇଁ ଆବଶ୍ୟକ ଔଷଧ ଆମ ପାଖରେ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ଅଛି । ପ୍ରଭାବିତ ଅଂଚଳକୁ ରାପିଡ୍ ରେସପନ୍ସ ଟିମ୍ ପଠାଯାଇଛି । ଭାରତ ସରକାରଙ୍କ ପ୍ରୋଟୋକଲ ଅନୁସାରେ ପ୍ରଭାବିତ ଅଂଚଳରେ ଯାହା ପଦକ୍ଷେପ ନିଆଯିବା କଥା ସେସବୁ ମଧ୍ୟ କରାଯାଉଛି । ପୁରୀ ମେଡିକାଲ କଲେଜର କମ୍ୟୁନିଟି ମେଡିସିନ୍ ଡିପାର୍ଟମେଂଟ ଦ୍ୱାରା ସମସ୍ତ ତଦାରଖ କରାଯାଉଛି । କୁକୁଡ଼ା ଫାର୍ମ ସଂସ୍ପର୍ଶରେ ମଣିଷ ଯେତେ କମ୍ ଆସିବ ଏହା ବ୍ୟାପିବାର ଆଶଙ୍କା ମଧ୍ୟ ସେତେ ହ୍ରାସ ପାଇବ ।

ସେହିପରି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଜଗନ୍ନାଥ ନନ୍ଦ କହିଛନ୍ତି ଯେ, ପିପିଲିରେ ଗୋଟିଏ ଫାର୍ମରେ ୧୮୦୦ କୁକୁଡ଼ାଙ୍କ ମୃତ୍ୟୁ ପରେ ସେଠାରୁ ବାର୍ଡଫ୍ଲୁର ଉତ୍ସ ହୋଇଥିବା ଜଣାପଡ଼ିଥିଲା । ଶନିବାର ୩୦୦କୁକୁଡ଼ା ଓ ରବିବାର ୪୭୦୦କୁକୁଡ଼ା ମାରି ପୋତି ଦିଆଯାଇଛି । ଏବେ ଆଉ ୨୦ହଜାର କୁକୁଡ଼ାକୁ ଗାଇଡଲାଇନ ଅନୁସାରେ ନଷ୍ଟ କରାଯିବାକୁ ପଦକ୍ଷେପ ନିଆଯାଉଛି । ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ଯୁଗ୍‌କମ ନିର୍ଦ୍ଦେଶକ ମନୋଜ ପଟ୍ଟନାୟକ କହିଛନ୍ତି ଯେ, ପିପିଲିର ଯେଉଁ କୁକୁଡ଼ା ଫାର୍ମରେ ପ୍ରଥମେ ବାର୍ଡଫ୍ଲୁ ଚିହ୍ନଟ ହୋଇଥିଲା ତା’ର ୧କିମି ବ୍ୟାସାର୍ଦ୍ଧ ଅଂଚଳରେ ଥିବା ସବୁ ପକ୍ଷୀଙ୍କୁ ମାରିବାର ପଦକ୍ଷେପ ନିଆଯାଉଛି । ଆଗାମୀ ୫ମାସ ପାଇଁ ବାକିଥିବା କୁକୁଡ଼ାକୁ ବିକ୍ରି ନକରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ସରକାରଙ୍କ ଗାଇଡଲାଇନ୍ ଅନୁସାରେ ଏବେ ନଷ୍ଟ କରାଯାଉଥିବା ଛୁଆ କୁକୁଡ଼ା ପାଇଁ ୨୦ଟଙ୍କା ଓ ବଡ଼ କୁକୁଡ଼ା ପାଇଁ ୬୦ଟଙ୍କା ଲେଖାଏଁ ଚାଷୀଙ୍କୁ କ୍ଷତିପୂରଣ ଆକାରରେ ଦିଆଯାଉଛି ।

Previous Post

ଶୂନଶାନ ମକୁନ୍ଦପ୍ରସାଦ: ପଇଁତାରା ମାରୁଛି ପୋଲିସ, ଘରେ ପଡିଛି ତାଟି କବାଟ

Next Post

ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାର ତଦନ୍ତ ରିପୋର୍ଟ ସାର୍ବଜନୀନ ହେବ: ଆଇନ ମନ୍ତ୍ରୀ

FNN WEB

FNN WEB

Next Post
ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାର ତଦନ୍ତ ରିପୋର୍ଟ ସାର୍ବଜନୀନ ହେବ: ଆଇନ ମନ୍ତ୍ରୀ

ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାର ତଦନ୍ତ ରିପୋର୍ଟ ସାର୍ବଜନୀନ ହେବ: ଆଇନ ମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ତାମିଲନାଡ଼ୁ ଅଘଟଣ: ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

June 22, 2026
ବିଜେଡିକୁ ଝଟ୍‌କା: ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି

ବିଜେଡିକୁ ଝଟ୍‌କା: ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି

June 22, 2026
ସ୍ବଚ୍ଛ ବିଦ୍ୟାଳୟ ସର୍ବେକ୍ଷଣରେ ଓଡ଼ିଶାର ୧୦ ବିଦ୍ୟାଳୟକୁ ଜାତୀୟ ପୁରସ୍କାର

ସ୍ବଚ୍ଛ ବିଦ୍ୟାଳୟ ସର୍ବେକ୍ଷଣରେ ଓଡ଼ିଶାର ୧୦ ବିଦ୍ୟାଳୟକୁ ଜାତୀୟ ପୁରସ୍କାର

June 22, 2026
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ

June 22, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ତାମିଲନାଡ଼ୁ ଅଘଟଣ: ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

June 22, 2026
ବିଜେଡିକୁ ଝଟ୍‌କା: ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି

ବିଜେଡିକୁ ଝଟ୍‌କା: ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି

June 22, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.