• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାର ତଦନ୍ତ ରିପୋର୍ଟ ସାର୍ବଜନୀନ ହେବ: ଆଇନ ମନ୍ତ୍ରୀ

FNN WEB by FNN WEB
August 26, 2024
in ଓଡ଼ିଶା, ମୁଖ୍ୟ ଖବର
0
ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାର ତଦନ୍ତ ରିପୋର୍ଟ ସାର୍ବଜନୀନ ହେବ: ଆଇନ ମନ୍ତ୍ରୀ
0
SHARES
3
VIEWS

ଭୁବନେଶ୍ବର: ହିନ୍ଦୁ ଧର୍ମଗୁରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାର ବିଚାର ବିଭାଗୀୟ ତଦନ୍ତ କମିଶନ ରିପୋର୍ଟକୁ ରାଜ୍ୟ ସରକାର ଖୁବଶୀଘ୍ର ସାର୍ବଜନୀନ କରିବେ। ମୁଖ୍ୟମନ୍ତ୍ରୀଙ୍କ ସହ ଏନେଇ ଆଲୋଚନା ହୋଇସାରିଛି ଓ ନିଷ୍ପତ୍ତି ଖୁବଶୀଘ୍ର ନିଆଯିବ ବୋଲି ଆଜି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏପଟେ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାର ୧୬ତମ ଶ୍ରାଦ୍ଧବାର୍ଷିକୀରେ ଶତାଧିକ ସାଧୁସନ୍ଥ ଏକଜୁଟ ହୋଇ ତୁରନ୍ତ ଦୋଷୀଙ୍କୁ ଦଣ୍ଡ ପ୍ରଦାନ ଦିଗରେ ବିଜେପି ସରକାର ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଛନ୍ତି ।

ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ମାମଲାର ବିଚାରବିଭାଗୀୟ ତଦନ୍ତ ରିପୋର୍ଟକୁ ରାଜ୍ୟ ସରକାର ଖୁବଶୀଘ୍ର ସାର୍ବଜନୀନ କରିବେ । ମୁଖ୍ୟମନ୍ତ୍ରୀଙ୍କ ସହ ଏନେଇ ଆଲୋଚନା ସରିଛି । କମିଶନ ରିପୋର୍ଟ ଓ ଅନ୍ୟାନ୍ୟ ତଥ୍ୟକୁ ସାର୍ବଜନୀନ କରାଯିବ । ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଆରଏସଏସ୍ ପକ୍ଷରୁ ଭୁବନେଶ୍ୱରରେ ମାରାଥାନ ଦୌଡ଼ର ଆୟୋଜନ କରାଯାଇଥିଲା । ଯେଉଁଥିରେ ଶତାଧିକ ଲୋକ ସାମିଲ ହୋଇଥିଲେ ।

ସେହିପରି ଶତାଧିକ ସାଧୁସନ୍ଥ ଆଜି ଏକଜୁଟ ହୋଇ ଗଣମାଧ୍ୟମ ଆଗରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ପୂର୍ବ ସରକାର ସେମାନଙ୍କ ଦାବି ପ୍ରତି ଗୁରୁତ୍ୱ ଦେଉନଥିଲା । ସ୍ୱାମୀଜୀଙ୍କ ହତ୍ୟା ଯିଏ କରିଛି ଦୋଷୀଙ୍କୁ ତୁରନ୍ତ ଦଣ୍ଡ ଦିଆଯାଉ ବୋଲି ସେମାନେ ଦାବି କରିଛନ୍ତି । ଦୀର୍ଘ ୧୬ବର୍ଷ ପରେ ମଧ୍ୟ ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରାଗଲାନି । ଏବେ ବିଜେପି ସରକାର ସ୍ୱାମୀଜୀଙ୍କ ହତ୍ୟାକାରୀଙ୍କୁ ଦଣ୍ଡିତ କରିବ ବୋଲି ସେମାନେ ଆଶାବାଦୀ ଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ୨୦୦୮ ମସିହା ଅଗଷ୍ଟ ୨୩ତାରିଖ ଜନ୍ମାଷ୍ଟମୀ ରାତିରେ କନ୍ଧମାଳର ଜଲେସପଟା ଆଶ୍ରମରେ ୮୪ବର୍ଷୀୟ ସାଧୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଓ ତାଙ୍କର ୪ଜଣ ସହଯୋଗୀଙ୍କୁ ଅଜ୍ଞାତ ବ୍ୟକ୍ତିମାନେ ଗୁଳିକରି ହତ୍ୟା କରିଥିଲେ । ଏହି କାରଣରୁ କନ୍ଧମାଳରେ ସାମ୍ପ୍ରଦାୟିକ ଦଙ୍ଗା ବ୍ୟାପୀ ପ୍ରାୟ ୩୮ଜଣ ଲୋକ ପ୍ରାଣ ହରାଇଥିବାବେଳେ ଶତାଧିକ ଲୋକଙ୍କୁ ବାସହରା ହେବାକୁ ପଡ଼ିଥିଲା । ଜିଲ୍ଲା ପ୍ରଶାସନକୁ ସ୍ଥିତି ସ୍ୱାଭାବିକ କରିବା ପାଇଁ ସେତେବେଳେ ପ୍ରାୟ ୪୦ଦିନ କର୍ଫ୍ୟୁ ଜାରି କରିବାକୁ ପଡ଼ିଥିଲା ।

ରାଜ୍ୟ କ୍ରାଇମବ୍ରାଂଚ ଏହି ଘଟଣାର ତଦନ୍ତ କରିଥିଲା ଓ ପରେ ସରକାର ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ଓ କନ୍ଧମାଳ ଦଙ୍ଗା ମାମଲାର ବିଚାରବିଭାଗୀୟ ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ଜଷ୍ଟିସ ଶରତ ଚନ୍ଦ୍ର ମହାପାତ୍ର ଓ ପରେ ଜଷ୍ଟିସ ଏଏସ୍ ନାଇଡୁଙ୍କ ଜଣିକିଆ କମିଶନ ନିଜର ତଦନ୍ତ ରିପୋର୍ଟକୁ ୨୦୧୫ ଡିସେମ୍ବର ମାସରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ । ଯାହାକି ଏବେବି ସରକାରଙ୍କ ପାଖରେ ରହିଛି ଓ ଏହାକୁ ସାର୍ବଜନୀନ କରାଯାଇନଥିବା ଜଣାପଡ଼ିଛି ।

Previous Post

ବାର୍ଡଫ୍ଲୁ : କିଛି ଦିନ ଚିକେନ୍ ନଖାଇବାକୁ ପରାମର୍ଶ ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

Next Post

ଆସିଲା ‘ସୁଭଦ୍ରା’ ଗାଇଡଲାଇନ୍‌

FNN WEB

FNN WEB

Next Post
ଆସିଲା ‘ସୁଭଦ୍ରା’ ଗାଇଡଲାଇନ୍‌

ଆସିଲା ‘ସୁଭଦ୍ରା’ ଗାଇଡଲାଇନ୍‌

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ତାମିଲନାଡ଼ୁ ଅଘଟଣ: ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

June 22, 2026
ବିଜେଡିକୁ ଝଟ୍‌କା: ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି

ବିଜେଡିକୁ ଝଟ୍‌କା: ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି

June 22, 2026
ସ୍ବଚ୍ଛ ବିଦ୍ୟାଳୟ ସର୍ବେକ୍ଷଣରେ ଓଡ଼ିଶାର ୧୦ ବିଦ୍ୟାଳୟକୁ ଜାତୀୟ ପୁରସ୍କାର

ସ୍ବଚ୍ଛ ବିଦ୍ୟାଳୟ ସର୍ବେକ୍ଷଣରେ ଓଡ଼ିଶାର ୧୦ ବିଦ୍ୟାଳୟକୁ ଜାତୀୟ ପୁରସ୍କାର

June 22, 2026
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ

June 22, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ତାମିଲନାଡ଼ୁ ଅଘଟଣ: ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

June 22, 2026
ବିଜେଡିକୁ ଝଟ୍‌କା: ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି

ବିଜେଡିକୁ ଝଟ୍‌କା: ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି

June 22, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.