ଜଟଣୀ: ଜଟଣୀ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀମତୀ ରଶ୍ମି ବାଳା ପରିଡାଙ୍କ ତତ୍ତ୍ଵାବଧାନରେ ତୃତୀୟ ମାସିକ ବୈଠକ ପ୍ରତ୍ୱେକ କ୍ଳଷ୍ଟରରେ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଜଟଣୀ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀମତୀ ରଶ୍ମି ଵାଳା ପରିଡା ମହୋଦୟା କୁଶମାଟି ଛଣଘର ଆଞ୍ଚଳିକ ସାଧନ କେନ୍ଦ୍ରର ତୃତୀୟ ମାସିକ ବୈଠକ ସ୍ଥାନୀୟ ଗଙ୍ଗପଡା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ପରିସରକୁ ପରିଦର୍ଶନ କରିଥିଲେ। ଏହି ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜିକା ଶ୍ରୀମତୀ ରଶ୍ମିତା ନାୟକଙ୍କ ଅଧ୍ୟକ୍ଷତାରେ ପରିଚାଳିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ଶ୍ରୀମତୀ ରଶ୍ମି ବାଳା ପରିଡା ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ବିଷୟ ବସ୍ତୁ ଉପରେ ଆଲୋକ ପାତ କରିବା ସହ ନିପୁଣ ଭାରତର ଲକ୍ଷ୍ୟକୁ ହାସଲ କରିବାପାଇଁ ସମସ୍ତଙ୍କୁ ଆହ୍ୱାନ କରିଥିଲେ । ଉତ୍ତମ କାର୍ଯ୍ୟ କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଉତ୍ସାହିତ କରିଥିଲେ ଏବଂ ଯେଉଁମାନେ ନିଜର ଶିକ୍ଷାଦାନ କାର୍ଯ୍ୟରେ ଅବହେଳା କରିବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କହିଥିଲେ । ଏହାପରେ କାର୍ଯ୍ୟ ସୂଚୀର ସମସ୍ତ ବିଷୟ ବସ୍ତୁକୁ ଶ୍ରୀମତୀ ନାୟକ ଓ ସମ୍ବଳ ଶିକ୍ଷୟତ୍ରୀ ଇତିଶ୍ରୀ ବେହେରା ପୁଙ୍ଖାନୁପୁଙ୍ଖ ଭାବେ ଆଲୋକ ପାତ କରିଥିଲେ ।ଏହି ପ୍ରଶିକ୍ଷଣରେ କ୍ଳଷ୍ଟରର ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଏଫ.ଏଲ.ନ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ। ପରିଶେଷରେ ଉକ୍ତ ଗଙ୍ଗପଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ବିଷ୍ଣୁ ପ୍ରିୟା ରଥ ଧନ୍ୟବାଦଅର୍ପଣକରିଥିଲେ।














