ଜଟଣୀ: ୟୁନିୟନ କ୍ୟାବିନେଟ୍ ଦ୍ବାରା ନିକଟରେ ୟୁନିଫାଏଡ ପେନସନ୍ ସ୍କିମ୍ (ୟୁପିଏସ୍)କୁ ଅନୁମୋଦନ କରାଯାଇଛି। ଯାହାକି ନୂତନ ପେନସନ୍ ଯୋଜନା (ଏନ୍ପିଏସ୍) ଅଧିନରେ ଥିବା ୨୩ ଲକ୍ଷ କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କୁ ଉପକୃତ କରିବ। ଖୋର୍ଦ୍ଧାରୋଡ ମଣ୍ଡଳ ରେଳ ପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧାରୋଡ ମଣ୍ଡଳ ରେଳ ପ୍ରବନ୍ଧକ ଏଚ୍ ଏସ୍ ବାଜୱା ନୂତନ ପେନସନ୍ ଯୋଜନାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।
ଏହି ସମ୍ମିଳନୀରେ ପୂର୍ବତଟ ରେଳବାଇ ଶ୍ରମିକ ୟୁନିୟନ ମଣ୍ଡଳ ସଂଯୋଜକ ରଞ୍ଜିତ କୁମାର ଦାସ, ଅତିରିକ୍ତ ରେଳ ମଣ୍ଡଳ ପ୍ରବନ୍ଧକ ଶୁଭ୍ରଜ୍ୟୋତି ମଣ୍ଡଳ, ବରିଷ୍ଠ କାର୍ମିକ ଅଧିକାରୀ ଆରଏନ୍ ପରିଡା, ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ଅନୀଲ କୁମାର ଏସ୍ ଉପସ୍ଥିତ ରହିବା ସହ ଏହି ଦାବିକୁ ଗଣମାଧ୍ୟମ ସଦାସର୍ବଦା ସହଯୋଗ କରି ସରକାରଙ୍କ ନିକଟରେ ପହଞ୍ଚାଇ ଥିବାରୁ ଗଣମାଧ୍ୟମ ଅଧିକାରୀଙ୍କୁ ଧନ୍ୟବାଦ ଦେଇଥିଲେ।














