ଭୁବନେଶ୍ବର: ନାଲକୋ କର୍ପୋରେଟ ମୁଖ୍ୟାଳୟରେ ଆଜି ଖଣିଜ ବିଦେଶ ଇଣ୍ଡିଆ ଲିମିଟେଡ୍ (କାବିଲ୍) ଏବଂ ଅଏଲ ଇଣ୍ଡିଆ ଲିମିଟେଡ୍ ମଧ୍ୟରେ ଏକ ଗୁରୁତ୍ତ୍ଵପୂର୍ଣ୍ଣ ଏମଓୟୁ ସ୍ୱାକ୍ଷରିତ ହୋଇଛି । ନାଲକୋ ସିଏମଡି ତଥା କାବିଲ୍ ଅଧ୍ୟକ୍ଷ ଶ୍ରୀ ଶ୍ରୀଧର ପାତ୍ରଙ୍କ ଉପସ୍ଥିତିରେ ନାଲକୋର ନିର୍ଦ୍ଦେଶକ (ବାଣିଜ୍ୟିକ) ତଥା କାବିଲ୍ ସିଇଓ ଶ୍ରୀ ସଦାଶିବ ସାମନ୍ତରାୟ ଏବଂ ଅଏଲ ଇଣ୍ଡିଆ ଲିମିଟେଡ୍ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ(ବିଡି), ଶ୍ରୀ ରଞ୍ଜନ ଗୋସ୍ବାମୀ ଏହି ଏମଓୟୁରେ ସ୍ଵାକ୍ଷର କରିଥିଲେ।
ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ଅନ୍ୱେଷଣ ଏବଂ ଉପଯୋଗ କ୍ଷେତ୍ରରେ ସମ୍ପର୍କକୁ ସୁଦୃଢ଼ କରିବା ତଥା ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏବଂ କାବିଲ୍ର ବିଭିନ୍ନ ପ୍ରକଳ୍ପ ଗୁଡ଼ିକରେ ସହଯୋଗ କରିବା ଉଦ୍ଦେଶ୍ୟରେ ଏହି ଏମଓୟୁ ସ୍ୱାକ୍ଷରିତ ହୋଇଛି। ଆନ୍ତର୍ଜାତିକ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ଗୁଡ଼ିକର ବ୍ୟାପକ ମିଳିତ ଅନୁସନ୍ଧାନ ଓ ଅଧିଗ୍ରହଣ ନିମନ୍ତେ ଆବଶ୍ୟକୀୟ ବନ୍ଦୋବସ୍ତ ତଥା ଗୁରୁତ୍ୱପୂର୍ଣ୍ଣ ଖଣିଜ ପ୍ରକଳ୍ପରେ ସହ-ନିବେଶ କରିବା ଲକ୍ଷ୍ୟରେ ଏହି ସହଭାଗୀତା ସହାୟକ ହେବ ।
ଏହି ଅବସରରେ ନାଲକୋ ସିଏମଡି ତଥା କାବିଲ୍ ଅଧ୍ୟକ୍ଷ ଶ୍ରୀ ଶ୍ରୀଧର ପାତ୍ର କହିଛନ୍ତି ଯେ,ଏହିଏମଓୟୁ କାବିଲର ପ୍ରଗତିରେ ଏକ ନୂତନ ଅଧ୍ୟାୟ ଯୋଡ଼ିଛି, କାରଣ କାବିଲ୍ ଏବଂ ଅଏଲ ଇଣ୍ଡିଆ ଲିମିଟେଡ୍ ର ମିଳିତ ଉଦ୍ୟମ ଦେଶ ତଥା ବିଦେଶରେ ଗୁରୁତ୍ୱପୂର୍ଣ୍ଣ ଖଣିଜଅନ୍ୱେଷଣ ଏବଂ ଅଧିଗ୍ରହଣ ନିମନ୍ତେ ନୂତନ ସମ୍ଭାବନା ସୃଷ୍ଟି କରିବ ଯାହା “ଆତ୍ମନିର୍ଭର ଭାରତ” ଏବଂ ରାଷ୍ଟ୍ରର ଖଣିଜ ନିରାପତ୍ତା କ୍ଷେତ୍ରରେ ଆଉ ଏକ ବଳିଷ୍ଠ ପଦକ୍ଷେପ ହେବ ।
ଉଲ୍ଲେଖଯୋଗ୍ୟ ଯେ, କାବିଲ୍ ହେଉଛି ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ତତ୍ତ୍ଵାବଧାନରେ, ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ନାଲକୋ), ହିନ୍ଦୁସ୍ତାନ କପର ଲିମିଟେଡ୍ (ଏଚ.ସି.ଏଲ) ଏବଂ ମିନେରାଲ୍ ଏକ୍ସ ପ୍ଲୋରେସନ୍ ଆଣ୍ଡ କନ୍ସଲଟାନ୍ସି ଲିମିଟେଡ୍ (ଏମ.ଇ.ସି.ଏଲ)ଏକ ମିଳିତ ଉଦ୍ୟମ। କାବିଲ୍ର ମୁଖ୍ୟ କାର୍ଯ୍ୟ ଗୁଡ଼ିକ ମଧ୍ୟରେ, କ୍ରିଟିକାଲ୍ ଏବଂ ଷ୍ଟ୍ରାଟେଜି କମିନେରାଲମାନଙ୍କର ଚିହ୍ନଟ, ଅନୁସନ୍ଧାନ, ଅଧିଗ୍ରହଣ, ବିକାଶ, ଉତ୍ତୋଳନ, ପ୍ରକ୍ରିୟକରଣ ଏବଂ କ୍ରୟ ଇତ୍ୟାଦି ଅନ୍ୟତମ ଅଟେ। ଅଏଲ ଇଣ୍ଡିଆ ଲିମିଟେଡ୍ ଭାରତ ସରକାରଙ୍କ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଅନ୍ତର୍ଗତ ଏକ ମହାରତ୍ନ ଉଦ୍ୟୋଗ ଅଟେ । ଏହାର ମୁଖ୍ୟ କାର୍ଯ୍ୟ ଗୁଡ଼ିକ ମଧ୍ୟରେ ଅଶୋଧିତ ତୈଳ ଏବଂ ପ୍ରାକୃତିକ ଗ୍ୟାସର ଅନ୍ୱେଷଣ, ବିକାଶ, ଉତ୍ପାଦନ ଏବଂ ପରିବହନ ଇତ୍ୟାଦି ଅନ୍ୟତମ ଅଟେ ।














