ପାରାଦୀପ: ପାରାଦୀପ ରଙ୍ଗିଆଗଡ ରେଲୱେ ଷ୍ଟେସନ ପାଖ ବାଉରିଆପାଳନନ୍ଦା ଠାରେ ସୋମବାର ମଧ୍ୟାହ୍ନରେ ଏକ ମାଲବାହୀ ଟ୍ରେନର ଦୁଇଟି ବଗି ଲାଇନଚ୍ୟୁତ ହୋଇଛି।ଗୋଟିଏ ରେଲୱେ ଟ୍ରାକରୁ ଖସି ପଡିଥିବା ବେଳେ ଅନ୍ୟ ବଗି ଭାଙ୍ଗି ଟଳି ପଡିଛି।ଏହି ଘଟଣା ପରେ ପୋର୍ଟ ରେଲୱେ ଅଧିକାରୀ ଓ ଖୋର୍ଦ୍ଧା ଡିଭିଜନ ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛନ୍ତି।ଗୋଟିଏ ବଗିକୁ ସ୍ଥାନାନ୍ତର କରାଯାଇଛି।ଅନ୍ୟ ବଗିକୁ ସଜାଡିବା କାମ ଚାଲିଛି।ଏହି ସମୟରେ ପାରାଦୀପ ବନ୍ଦର ଭିତରୁ ବାହାରକୁ ଯିବାକୁ ଥିବା ପ୍ରାୟ ୩ ଟି ଟ୍ରେନ ଅଟକି ରହିଛି।ଯଦ୍ବାରା ପଣ୍ୟ ପରିବହନ ବାଧାପ୍ରାପ୍ତ ହୋଇଛି।ଟ୍ରେନ ଚଳାଚଳ ସ୍ବାଭାବିକ ହେବାକୁ ୩ ରୁ ୪ ଘଣ୍ଟା ଲାଗିବ ବୋଲି ଘଟଣା ସ୍ଥଳରେ ଥିବା ଜଣେ ଅଧିକାରୀ କହିଛନ୍ତି।














