ଜଟଣୀ: ଓଡିଶାର ପ୍ରସିଦ୍ଧ ଜଟଣୀ ଗଣେଷ ପୂଜାକୁ ନେଇ ଆଜି ଜଟଣୀ ପୌର ପରିଷଦ ତରଫରୁ ପୁଣି ଏକ ପ୍ରସ୍ତୁତି ବୈଠକ ଜଟଣୀ ଟାଉନ ହଲ୍ଠାରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆଜିର ଏଇ ବୈଠକରେ କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟଯୋଶୀ, ଜଟଣୀ ଥାନା ଅଧିକାରୀ ସୌମ୍ୟକାନ୍ତ ବଳିୟାରସିଂଙ୍କ, ସହ ବିଭିନ୍ନ ବିଭାଗର ପଦାଧିକାରୀ ଓ ସମସ୍ତ ୧୯ ପ୍ରମୁଖ ପୂଜା କମିଟିର ଏବଂ କ୍ଲବ୍ ସଭାପତି, ସମ୍ପାଦକ ମାନେ ଉପସ୍ଥିତ ଥିଲେ।
ଚଳିତ ବର୍ଷ ଏଇ ପୂଜାକୁ ନେଇ ପୌରପରିଷଦ ତରଫରୁ ଜଟଣୀ ବିଧାୟକଙ୍କ ନେତୃତ୍ୱ ଏକ ବୈଠକ ହୋଇଥିଲା। ପୂଜା କିଭଳି ସରସ ସୁନ୍ଦର ହେବ ସେ ନେଇ ମଧ୍ୟ ପୌରପରିଷଦ ଓ ଜ଼ିଲ୍ଲାର ବିଭିନ୍ନ ବିଭାଗ ଅଧିକାରୀଙ୍କ ନିବେଦନ କରାଯାଇଥିଲା। ବିଧାୟକଙ୍କ ସହ ସବୁ ବିଭାଗର ଅଧିକାରୀ ମାନେ ପ୍ରତିଶୃତି ଦେଇଥିଲେ ସମସ୍ତ ରାସ୍ତା, ଲାଇଟ, ନାଳ ନର୍ଦମା ସହ ଜବରଦଖଲ କାରୀଙ୍କ କିଭଳି ଉଛେଦ କରାଯିବ ବୋଲି କହିଥିଲେ। ହେଲେ କିନ୍ତୁ ପାଖାପାଖି ୨୦ ଦିନରୁ ବିତିଯାଇଥିଲେ ମଧ୍ୟ କୌଣସି କାମ କାର୍ଯକାରୀ ହୋଇ ନ ଥିବାରୁ , ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପାଖରେ ଜନସଧାରଣଙ୍କ ଅଭିଯୋଗ କରିଥିଲେ। ଆଜିର ବୈଠକରେ ସମସ୍ତ ବିଭାଗର ଅଧିକାରୀଙ୍କୁ ତାଗିଦ କରିବା ସହ ଯୁଦ୍ଧକାଳୀନ ପରିସ୍ଥିତିରେ ଜଟଣୀର ମୁଖ୍ୟ ୮ଟି ରାସ୍ତା ତ୍ୱରାନ୍ୱିତ କରିବା, ଡ୍ରେନେଜ୍ ସୁବିଧା, ମୁଖ୍ୟତ ନିରବଛିର୍ନ ବିଦ୍ୟୁତ୍ ସେବା ରାସ୍ତା ଆଲୋକିକରଣ ସହ ପିଇବା ପାଣି ସୁବିଧା କରିବା ପାଇଁ ନିର୍ଦେଶ ଦେଇଥିଲେ ସାଂସଦ। ସାଂସଦ କହିଥିଲେ ଆମେ ଭାଷଣ କମ ଦେବା, କାମ ଅଧିକା କରିବା। ହେଲେ ଆମେ ନିଶ୍ଚିତ ଭାବରେ ସବୁ କରିପାରିବେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୌରାଧ୍ୟକ୍ଷ ଅନନ୍ତ ବେହେରା, ବ୍ୟବସାୟୀ ମହାସଂଘର ସଭାପତି ସୁଦର୍ଶନ ସୁନ୍ଦରାୟ, ତସିଲଦାର ପ୍ରୀତିପର୍ଣ୍ଣା ମିଶ୍ର, ବିଜେପି ନେତା ବିଶ୍ୱରଞ୍ଜନ ବଡ଼ଜେନା, ସାଂସଦ ପ୍ରତିନିଧି ସତୀଶ ଶର୍ମା ସମତେ କେତେକ ପାରିଷଦ ଏବଂ ସରକାରୀ ସ୍ତରରେ ବିଭାଗ ଅଧିକାରୀ ମାନେ ଯୋଗ ଦେବାସହ ଆଲୋଚନାକରିଥିଲେ।














