• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ହରିବଳଦେବଜୀଉ ମନ୍ଦିରର ସମସ୍ୟାର ସମାଧାନ ପାଇଁ ନବୀନଙ୍କୁ ଭେଟିଲେ ସେବାୟତ

FNN WEB by FNN WEB
September 6, 2024
in ଓଡ଼ିଶା, ମୁଖ୍ୟ ଖବର
0
ହରିବଳଦେବଜୀଉ ମନ୍ଦିରର ସମସ୍ୟାର ସମାଧାନ ପାଇଁ ନବୀନଙ୍କୁ ଭେଟିଲେ ସେବାୟତ
0
SHARES
1
VIEWS

ଭୁବନେଶ୍ୱର : ବାରିପଦାସ୍ଥିତ ହରିବଳଦେବଜୀଉ ମନ୍ଦିରର ସେବାୟତଗଣ ମନ୍ଦିରର ବିଭିନ୍ନ ସମସ୍ୟା ନେଇ ଗତ ୨୮ ତାରିଖରୁ ୯ ଦିନ ଧରି ପଦଯାତ୍ରା କରି ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ। ଆଜି ରାଜଧାନୀରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଚେଷ୍ଟା କରିଥିଲେ ହେଁ ମୁଖ୍ୟମନ୍ତ୍ରୀଙ୍କ ଦେଖା ମିଳିନଥିଲା। ଶେଷରେ ନିରାଶ ହୋଇ ଲୋୟର ପିଏମ୍‌‌ଜିରେ ଘଣ୍ଟ ପିଟି ଗଭୀର ନିଦରେ ଶୋଇଥିବା ମୁଖ୍ୟମନ୍ତ୍ରୀ ଓ ସରକାରଙ୍କୁ ନିଦରୁ ଉଠାଇବାକୁ ଚେଷ୍ଟା କରିଥିଲେ। ଅଭିଯୋଗ ଶୁଣାଇବା ପାଇଁ ଏଭଳି ଅଭିନବ ଉପାୟ ଆପଣାଇଥିଲେ ହେଁ ସରକାର କି ସରକାରୀ କଳର କେହି ହେଲେ ସେମାନଙ୍କ ଅଭିଯୋଗ ଶୁଣିବାକୁ ଆସିନଥିଲେ। ସେମାନେ ନିରାଶ ହୋଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ଅଭିଯୋଗ ଜଣାଇଥିଲେ। ଶ୍ରୀ ପଟ୍ଟନାୟକ ଏହାର କାର୍ଯ୍ୟକାରିତାକୁ ହୃଦ୍‌‌ବୋଧ କରି ବିଧାନସଭାରେ ଏହି ପ୍ରସଙ୍ଗ ଉତ୍‌‌ଥାପନ କରିବା ନେଇ ପ୍ରତିଶ୍ରୁତି ଦେଇଥିବା ସେବାୟତ କହିଛନ୍ତି।

ସୂଚନାନୁସାରେ, ବାରିପଦା ଦେବୋତ୍ତର ବିଭାଗ ଅଧୀନରେ ଦଶଟି ମନ୍ଦିର ଓ ମଠ ପରିଚାଳିତ ହେଉଛି। ଏହାର ରକ୍ଷଣାବେକ୍ଷଣା ଓ ପରିଚାଳନା ପାଇଁ ୭ ଶହ ଏକର ଜମି ଖଞ୍ଜା ଯାଇଛି। ହେଲେ ଠାକୁରଙ୍କ ପାଇଁ ଉଦ୍ଦିଷ୍ଟ ଏହି ଜମିରୁ ବହୁ ପରିମାଣର ଜମି ବିଭିନ୍ନ ସରକାରୀ ସଂସ୍ଥା, ମୁଷ୍ଟିମେୟ ଲୋକଙ୍କ ଜବରଦଖଲରେ ରହିଛି। ଫଳସ୍ୱରୂପ ଉକ୍ତ ଜମିରୁ ରାଜସ୍ୱ ଆଦାୟ ହୋଇପାରୁନି। ତେଣୁ ଉକ୍ତ ଜମିକୁ ଦେବୋତ୍ତର ବିଭାଗକୁ ଆଣି ମଠ ଓ ମନ୍ଦିର ଆଦି ପରିଚାଳନାରେ ଜମି ଆୟବ୍ୟୟ କରିବା ପାଇଁ ସେବାୟତମାନେ ଅନୁରୋଧ କରିଛନ୍ତି। ଏଥିସହ ଠାକୁରଙ୍କ ବେଶରେ ବ୍ୟବହାର ସୁନା ଓ ରୁପା ଅଳଙ୍କାର ଏବେ ସବୁ ଭାଙ୍ଗିରୁଜି ଗଲାଣି। ତେଣୁ ଗହଣା ଉପଯୁକ୍ତ ମରାମତି କରାଯାଇ ଠାକୁର ବେଶରେ ବ୍ୟବହାରଯୋଗ୍ୟ କରାଯାଉ। ଠାକୁରଙ୍କ ଦୈନନ୍ଦିନ ନିତି ପାଇଁ ଛତିଶାନିଯୋଗ ସେବାର ବ୍ୟବସ୍ଥା ଥିବା ବେଳେ ଏବେ ସଠିକ ପାଉଣା ନମିଳିବାରୁ ସେବାୟତମାନେ ସେବା ପୂଜା ଛାଡ଼ି ଦେଉଛନ୍ତି। ଫଳରେ ବହୁ ସେବା ପଦ ଫାଙ୍କା ରହୁଛି। ତେଣୁ ଠାକୁରଙ୍କ ନୀତି ନିୟମ ସଠିକ ଭାବେ ହୋଇପାରୁନି। ତେଣୁ ତୁରନ୍ତ ସେବାୟତ ନିଯୁକ୍ତି କରିବା ପାଇଁ ଦାବି କରାଯାଉଛି। ସେହିପରି ରାଜ୍ୟର ବିଭିନ୍ନ ଆଧ୍ୟାତ୍ମିକ ପୀଠକୁ ଯେଭଳି ସୌନ୍ଦର୍ଯ୍ୟୀକରଣ କରାଯାଉଛି, ସେହିଭଳି ଏହି ମନ୍ଦିରର ଉନ୍ନତୀକରଣ ଓ ସୌନ୍ଦର୍ଯ୍ୟୀକରଣ କରାଯାଉ।

ସେହିପରି ବାରିପଦା ସହରରେ ଦେବୋତ୍ତର ବିଭାଗ ଅଧୀନରେ ଥିବା ସ୍ଥାନରେ ମୁଷ୍ଟିମେୟ ବ୍ୟବସାୟୀମାନେ ଦୋକାନ ଗୃହ କରି ଅର୍ଥ ଉପାର୍ଜନ କରୁଛନ୍ତି। ଅନ୍ୟପକ୍ଷରେ ଠାକୁରଙ୍କ ସେବା ପୂଜା କରୁଥିବା ସେବାୟତମାନେ ସ୍ୱଳ୍ପ ପାଉଣାରେ କାମ କରି ଦହଗଞ୍ଜ ହେଉଛନ୍ତି। ତେଣୁ ସେହି ସ୍ଥାନରେ ସେବାୟତମାନଙ୍କୁ ଦୋକାନ ଘର ଦିଆଯାଉ। ଏଥିସହ ସେବାୟତଙ୍କ ମାସିକ ଭତ୍ତା ପ୍ରଦାନ ବ୍ୟବସ୍ଥାରେ ସୁଧାର ଅଣାଯାଉ ବୋଲି ସେବାୟତଙ୍କ ପକ୍ଷରୁ ଦାବି କରାଯାଉଛି। ସେବାୟତ କାମେଶ୍ୱର ତ୍ରିପାଠୀଙ୍କ କହିବାନୁସାରେ, ଆମେ ଗତ ୯ ଦିନ ଧରି ୫ଜଣ ସେବାୟତ ପଦଯାତ୍ରାରେ ବାରିପଦାରୁ ଭୁବନେଶ୍ୱର ଆସିଲୁ। କିନ୍ତୁ, ଦୁଃଖର ବିଷୟ ୯ଟି ନିର୍ବାଚନ ମଣ୍ଡଳୀ ଅତିକ୍ରମ କରି ଆସିଥିଲେ ହେଁ କେହି ହେଲେ ଜନପ୍ରତିନିଧି ଆମକୁ ଦେଖା କଲେନି। ଅତ୍ୟନ୍ତ କଷ୍ଟର ସହ ରାଜଧାନୀରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଚେଷ୍ଟା କରିଥିଲେ ହେଁ ସମ୍ଭବ ହୋଇନଥିଲା। ତେଣୁ ସରକାର ଆମ ଅଭିଯୋଗ ଓ ଦାବି ଉପରେ ତୁରନ୍ତ ବିଚାର କରିବାକୁ ସେ ଦାବି କରିଛନ୍ତି।

Previous Post

ରେଭେନ୍ସା ପ୍ରସଙ୍ଗରେ ବିରୋଧୀଙ୍କ ସ୍ୱର ଚପାଇଦେବା ଉଦ୍ୟମରୁ ନିବୃତ୍ତ ରହୁ ସରକାର: ବିଜେଡି

Next Post

ସ୍କିଲ୍‌ଡ୍ ଇନ୍ ଓଡିଶାର ପ୍ରତିଯୋଗୀମାନଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

FNN WEB

FNN WEB

Next Post
ସ୍କିଲ୍‌ଡ୍ ଇନ୍ ଓଡିଶାର ପ୍ରତିଯୋଗୀମାନଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ସ୍କିଲ୍‌ଡ୍ ଇନ୍ ଓଡିଶାର ପ୍ରତିଯୋଗୀମାନଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.