ଭୁବନେଶ୍ବର : ସୁଭଦ୍ରା ଯୋଜନା ଠାରୁ ଆରମ୍ଭ କରି ମାଗଣା ବିଜୁଳି ଓ ଭତ୍ତା ସବୁଥିରେ ପ୍ରତାରଣା କରୁଛି ବିଜେପି ସରକାର। ଲୋକଙ୍କୁ ମିଛ ଆଶ୍ୱାସନା ଦେଇ ନିର୍ବାଚନ ଜିତିବା ପରେ ବିଜେପି ସରକାରଙ୍କ ମାଳମାଳ ପ୍ରତିଶ୍ରୁତିରେ ଏବେ ସାଧାରଣ ଜନତାଙ୍କୁ ମିଳୁଛି ଧୋକା। ମିଛ କହି ନିର୍ବାଚନ ଜିତିହୁଏ ମାତ୍ର ଲୋକଙ୍କ ହୃଦୟ ନୁହେଁ। ଲୋକଙ୍କ ହୃଦୟ ଜିତିବାକୁ ହେଲେ ସେବା ହିଁ ମୁଖ୍ୟ ମାଧ୍ୟମ୍ୟ । ଏଭଳି କିଛି କହି ବିଜେପି ସରକାର ଉପରେ ବର୍ଷୀଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଆଜି ଶଙ୍ଖ ଭବନରେ ଆୟୋଜିତ ହୋଇଥିବା ବିଜୁ ଯୁବ ଜନତା ଦଳର ଜିଲ୍ଲା ସ୍ତରୀୟ ସାଙ୍ଗଠନିକ ବୈଠକରେ ନିଜ ଅଭିଭାଷଣ ରଖିବା ସମୟରେ ନବୀନ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଜନତାଙ୍କ ପ୍ରତି ଶାସକ ଦଳର ବୈମାତୃକ ମନଭାବନାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ନବୀନ। ଏହାସହ ନବୀନ ଆହୁରି ମଧ୍ୟ କହିଛନ୍ତି ବଡ଼ ପାଟିରେ କହିଲେ ମିଛ ସତ ହୁଏ ନାହିଁ। ନିର୍ବାଚନ ଜିତିବାକୁ ୩ମାସ ପୂରିଗଲା। ଏବେ ଆଇ ମା ଗପ ଛାଡ଼ି ସରକାର କାମ କରି ଦେଖାନ୍ତୁ ।
ବିଜେଡିର ଆଦର୍ଶ ହେଉଛି ସେବା, ସ୍ୱାଭିମାନ, ସଂଗ୍ରାମ ଓ ସଚେତନତା। ମୁଁ ରାଜନୀତିକୁ ଲୋକଙ୍କ ସେବାର ମାଧ୍ୟମ ଭାବେ ଦେଖେ। ଆମେ ପାୱାର ପାଇଁ ନୁହେଁ ଲୋକଙ୍କ ସେଵା କରିବାକୁ ଲକ୍ଷ୍ୟ ରଖିବା ଉଚିତ।ଆଜି ଶଙ୍ଖ ଭବନରେ ଆୟୋଜିତ ହୋଇଥିବା ବିଜୁ ଯୁବ ଜନତା ଦଳର ଜିଲ୍ଲା ସ୍ତରୀୟ ସାଙ୍ଗଠନିକ ବୈଠକରେ ଏହି ମତ ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ କହିଛନ୍ତି ଯୁବକ ହେଉଛନ୍ତି ବିଜେଡିର ଶକ୍ତି । ବିଜୁବାବୁଙ୍କର ଯୁବ ଶକ୍ତି ଉପରେ ବହୁତ ଭରସା ଥିଲା। ଆମ ଯୁବ ବନ୍ଧୁ ମାନଙ୍କ କାର୍ଯ୍ୟଦକ୍ଷତା ଉପରେ ମୋର ପୁରା ବିଶ୍ୱାସ ଅଛି। ବିଜୁ ଯୁବ ଜନତା ଦଳର ପ୍ରରିଶ୍ରମ ଯୋଗୁ ଆଜି ବିଜେଡି ଏକ ସାମାଜିକ ଅନ୍ଦୋଳନରେ ପରିଣତ ହୋଇପାରିଛି । ଗତ ନିର୍ବାଚନ ରେ ବିଜେଡି ସର୍ବାଧିକ ୪୧.୨ % ଭୋଟ ପାଇଥିଲା। ସଂପୂର୍ଣ୍ଣ ସଂଖ୍ୟକ ଭୋଟ୍ ଦୃଷ୍ଟିରୁ ବିଜେଡି ଅନ୍ୟମାନଙ୍କଠାରୁ ଆଗରେ ରହିଛି । ଓଡିଶାବାସୀଙ୍କ ସ୍ନେହ ଏବଂ ଭଲପାଇବା ଆମର ସବୁଠାରୁ ବଡ ଶକ୍ତି ବୋଲି କହିଛନ୍ତି ନବୀନ ।
ଏଥି ସହିତ ନବୀନ ଆହୁରି ମଧ୍ୟ କହିଛନ୍ତି ଏବେବି ଯୁବ ବନ୍ଧୁ ମାନଙ୍କ ଦକ୍ଷତା ଉପରେ ପୁରା ବିଶ୍ୱାସ ଅଚ୍ଛି । ଯୁବ ସାଙ୍ଗଠନିକ କାର୍ଯ୍ୟକମ୍ରକୁ ଆହୁରି ଆଗକୁ ନେବାକୁ ପରାମର୍ଶ ଦେଇଛନ୍ତି ନବୀନ । ଯୁବ ଶସକ୍ତିକରଣ ଉପରେ ସଦାବେଳେ ବିଜେଡି ଧ୍ୟାନ ଦେଇ ଆସିଛି । ଶିକ୍ଷିତ ସମାଜ ଗଠନ କରି ଯୁବକଙ୍କୁ ବିଶ୍ବରେ ପରିଚିତ କରାଇବା ଆମ ଲକ୍ଷ୍ୟ ରହିଛି । କ୍ରିଡା କ୍ଷେତ୍ରରେ ଆଜି ଓଡ଼ିଶା ଆନ୍ତର୍ଜାତୀୟ ସ୍ତରରେ ନାଁ କରିପାରିଛି । ବିଜ୍ଞାନ କ୍ଷେତ୍ରରେ ଓଡ଼ିଶାର ଯୁବକ ମାନେ ଆଜି ସୁନାମ ଅର୍ଜନ କରୁଛନ୍ତି । ଏ ଧାରାକୁ ଜାରି ରଖାଯିବା ଆବଶ୍ୟକ ବୋଲି କହିଛନ୍ତି ନବୀନ।
ସେପଟେ ବିଜୁ ଯୁବ ଜନତା ଦଳର ଜିଲ୍ଲା ସ୍ତରୀୟ ସାଙ୍ଗଠନିକ ବୈଠକରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ନବୀନ। କିଛି ଲୋକ ବର୍ତ୍ତମାନ ସେମାନଙ୍କର ଚିନ୍ତାଧାରାକୁ ଅନ୍ୟମାନଙ୍କ ଉପରେ ଲଗାଇବାକୁ ଚେଷ୍ଟା କରୁଛନ୍ତି । ଯାହା ଏକ ଗଣତାନ୍ତ୍ରିକ ସମାଜରେ ଆଦୌ ଗ୍ରହଣୀୟ ନୁହେଁ । ଏପରିକି ଆମର ମହାପୁରୁଷ ମାନଙ୍କୁ ବି ନିନ୍ଦା କରୁଛନ୍ତି । ଏହା କଣ ଓଡିଆ ଆସ୍ମିତା କି ବୋଲି ପ୍ରଶ୍ନ କରିଛନ୍ତି ନବୀନ । ମହାପୁରୁଷଙ୍କ ବଳିଦାନ ପ୍ରତି ଏହା ଆମର ସମ୍ମାନ କି ବୋଲି ପ୍ରଶ୍ନ କରିଛନ୍ତି । ବଡ ପାଟିରେ କହିଲେ ମିଛ ସତ ହୁଏ ନାହିଁ.ତିନି ମାସ ହୋଇଗଲା ଏବେ ଆଇ ମାଆ ଗପ ଛାଡି ସରକାର କାମ କରି ଦେଖାନ୍ତୁ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେହିଭଳି ମହାନଦୀ,ପୋଲାଭରମ ଭଳି ପ୍ରସଙ୍ଗ ସହ ରାଜ୍ୟରେ ଦରଦାମ ବୃଦ୍ଧି ଏବଂ ବିରୋଜଗାରକୁ ମଧ୍ୟ ମୁଦା କରି ଯୁବକ ମାନେ ଲଢେଇ କରିବାକୁ ନବୀନ କହିଛନ୍ତି।
ରାଜ୍ୟରେ ଡବଲ ଇଞ୍ଚିନ ସରକାର ଚାଲିଛି। କିନ୍ତୁ ଦୁଃଖର କଥା ଶିକ୍ଷା ବଜେଟରେ ୫୦୦ କୋଟି ଅର୍ଥ କାଟ୍ କରାଯାଇଛି । ସେହିଭଳି ୩୦୦ ୟୁନିଟ ମାଗଣା ବିଜୁଳି, ବାର୍ଦ୍ଧିକ ଭତା, ସୁଭଦ୍ରା ଯୋଜନା, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ କରିବାରେ ମଧ୍ୟ କେନ୍ଦ୍ର ସରକାରଙ୍କ ଆନ୍ତରିକତା ନାହିଁ। ବିଜେପି ସରକାରର ସମସ୍ତ ପ୍ରତିଶ୍ରୁତି ଏବେ ପ୍ରତାରଣାରେ ପରିଣତ ହୋଇଯାଉଛି। ସେଥିପାଇଁ ଆଗାମୀ ଦିନରେ ବିଜୁ ଯୁବ ଜନତା ଦଳ ରାଜରାସ୍ତାକୁ ଓଲ୍ଲାଇବ ସହ ଆନ୍ଦୋଳନକୁ ମଧ୍ୟ ବ୍ୟାପକ କରିବ ବୋଲି ନବୀନ କହିଛନ୍ତି।
ନବୀନ ଆହୁରି ମଧ୍ୟ କହିଛନ୍ତି ଯେ କିଛି ଜଣ ଅଛନ୍ତି ଯେଉଁମାନେ ଆମ ପୂର୍ବ ସୁରୀ ତଥା ମହାପୁରୁଷମାନଙ୍କ ସୁନାମକୁ କଳଙ୍କିତ କରିବାକୁ ଲାଗିଛନ୍ତି, ଏହା କ’ଣ ଓଡ଼ିଆ ଅସ୍ମିତା ? ସେମାନଙ୍କ ବଳିଦାନକୁ ଅସମ୍ମାନ କରିବା ଏହା କ’ଣ ଆମ ସମ୍ମାନ କୁହାଯିବ ? ଭାରତୀୟ ଜନତା ପାର୍ଟିର ସରକାର ଆରମ୍ଭରୁ ବଡ଼ ପାଟିରେ ବାରମ୍ବାର ମିଛ କହିଚାଲିଛନ୍ତି। ସେ ବୁଝିବା ଦରକାର ଯେ, ବଡ଼ ପାଟିରେ କହିଦେଲେ ମିଛ ସତ ହୁଏ ନାହିଁ। ସୁଭଦ୍ରା ଯୋଜନା ଠାରୁ ଆରମ୍ଭ କରି ୩୦୦ ୟୁନିଟ୍ ମାଗଣା ବିଜୁଳି, ପେନସନ୍ ଯୋଗାଇବାର ପ୍ରତିଶ୍ରୁତି ଦେଖାଇ ସବୁଥିରେ ବିଫଳ। ମିଛ କହି ଏ ସରକାର ନିର୍ବାଚନ ଜିତିଯାଇ ପାରନ୍ତି, କିନ୍ତୁ ଲୋକଙ୍କର ହୃଦୟ ନୁହେଁ। ଏ ସମସ୍ତ ବିଷୟରେ ବିଜେଡିର ଯୁବ ସଂଗଠନ ଓଡ଼ିଶାବାସୀଙ୍କୁ ସଚେତନ କରିବା ସହ ସାମାଜିକ ଗଣମାଧ୍ୟମରେ ସକ୍ରିୟ ରହି ମିଥ୍ୟା ଖବର ଓ ଅପପ୍ରଚାର ବିରୋଧରେ ଦୃଢ଼ ସଂଗ୍ରାମ ଜାରି ରଖିବା ନିମନ୍ତେ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି।














